ଗୋମୁତ୍ର କେବଳ ସ୍ବାସ୍ଥ୍ୟପ୍ରଦ ନୁହେଁ ମୂଲ୍ୟବାନ ମଧ୍ୟ
ଯଦି ଆପଣ ଗୋମୁତ୍ରକୁ କୁଦୃଷ୍ଟିରେ ଦେଖୁଥାନ୍ତି ତେବେ ମନେ ରଖନ୍ତୁ ଏଥିରେ ସୁନା ଥିବାର ପ୍ରମାଣ ମିଳିସାରିଛି
ଗାଇର କେବଳ ଦୁଗ୍ଧ ହିଁ ନୁହେଁ ବରଂ ମୂତ୍ର ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ଆମେ ଯୁଗ ଯୁଗରୁ ଶୁଣି ଆସୁଛେ ଭାରତୀୟ ଚିକିତ୍ସା ପଦ୍ଧତିରେ ମଧ୍ୟ ଏହାର ବ୍ୟବହାର ଦେଖିବାକୁ ମିଳିଥାଏ ପୌରାଣିକ କଥାରୁ ଆରମ୍ଭ କରି ଆଧୁନିକ ଆୟୁର୍ବେଦ ପର୍ଯ୍ୟନ୍ତ ସବୁସ୍ଥାନରେ ଗୋମୁତ୍ରର ବର୍ଣ୍ଣନା ଦେଖିବାକୁ ମିଳିଥାଏ
କିଛି ଆୟୁର୍ବେଦୀୟ ଗ୍ରନ୍ଥ ଅନୁସାରେ ଗୋମୂତ୍ରରେ ଅନେକ ରୋଗବିନାଶକାରୀ ତତ୍ତ୍ବ ସମେତ ସ୍ବର୍ଣ୍ଣ ବା ସୁନା ବି ଥାଏ ଯାହା ଆମ ସ୍ବାସ୍ଥ୍ୟପାଇଁ ଅତ୍ୟନ୍ତ ଲାଭଦାୟକ ଏହାଦ୍ବାରା ଶରୀରକୁ ରୋଗପ୍ରତିଷେଧକ ଶକ୍ତି ମିଳିଥାଏ କିନ୍ତୁ ଅନେକେ ଏହାକୁ ମିଥ୍ୟା ଏବଂ କପୋଳକଳ୍ପିତ କଥା ବୋଲି ଭାବନ୍ତି, ହେଲେ ଏବେ ବୈଜ୍ଞାନିକ ପରୀକ୍ଷଣରୁ ଏହା ସିଦ୍ଧ ହୋଇସାରିଛି
ନିକଟ ଅତୀତରେ ଜୁନାଗଡ଼ ବିଶ୍ବବିଦ୍ୟାଳୟର ପ୍ରାଣୀ ଚିକିତ୍ସା ବିଭାଗର ବୈଜ୍ଞାନିକମାନେ ନିଜ ପରୀକ୍ଷଣରୁ ପାଇଛନ୍ତି ଯେ, ଗୋମୂତ୍ରରେ ସୁନାର କଣିକା ଥାଏ ଏହି ପରୀକ୍ଷା ସେମାନେ ଗୁଜୁରାତର ଗିର୍ ଅଞ୍ଚଳର ଗାଇ ମାନଙ୍କ ମୂତ୍ରପରୀକ୍ଷଣରୁ ଜାଣିବାକୁ ପାଇଛନ୍ତି ଆସନ୍ତୁ ଜାଣିବା ବୈଜ୍ଞାନିକମାନେ ପରୀକ୍ଷାରୁ କଣ ପାଇଛନ୍ତି
ଗୋମୁତ୍ରରେ ସୁନା ଥାଏ
ସମ୍ବାଦପତ୍ର ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ସମ୍ବାଦରେ କୁହାଯାଉଛି ଯେ ଜୁନାଗଡ଼ସ୍ଥିତ କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଗିର୍ ଅଞ୍ଚଳର ୪୦୦ ଗାଇଙ୍କର ମୁତ୍ର ପରୀକ୍ଷଣ ପରେ ଏହି ନିଷ୍କର୍ଶରେ ପହଞ୍ଚିଛନ୍ତି ଯେ ସେଥିରେ ସୁନାର ଅଂଶ ରହିଛି ସେହି ଅଞ୍ଚଳର ଗାଇମାନଙ୍କର ଏକ ଲିଟର ମୁତ୍ରରେ ୩ରୁ ୧୦ ମିଲିଗ୍ରାମ ସୁନା ମିଳିଥିବା କଥା ସେମାନେ କହିଛନ୍ତି ଏହି ସୁନା ଜଳରେ ଦ୍ରବ ଭାବରେ ସୁନାର ଲବଣ ଅବସ୍ଥାରେ ମିଳିଛି
ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜୀ ବିଭାଗ ପ୍ରମୁଖ ଡ: ବି ଏ ଗୋଲକୀୟାଙ୍କ ନେତୃତ୍ବରେ ଗବେଷକଙ୍କ ଏକ ଦଳ ଗାଇମାନଙ୍କର ମୁତ୍ରର ପରୀକ୍ଷାପାଇଁ ଗ୍ୟାସ କ୍ରୋମାଟୋଗ୍ରାଫି ଏବଂ ମାସ୍ ସ୍ପେକ୍ଟ୍ରୋମେଟ୍ରୀର ବ୍ୟବହାର କରିଥିଲେ
ଡ: ଗୋଲକୀୟାଙ୍କ ଅନୁଯାୟୀ ସେମାନେ ଗିର୍ ଅଞ୍ଚଳର ୪୦୦ ଗାଇଙ୍କର ମୁତ୍ର ନମୂନା ପରୀକ୍ଷା କରିଥିଲେ ଏବଂ ଏହା ସହ ସେମାନେ ମହିଷାଦି ପଶୁମାନଙ୍କର ମୁତ୍ର ପରୀକ୍ଷା କରିଥିଲେ, କିନ୍ତୁ କେବଳ ଗାଇ ମୁତ୍ରରେ ହିଁ ସେମାନେ ସୁନା ସମେତ ଆଣ୍ଟିବାୟୋଟିକ୍ ତତ୍ତ୍ବ ପାଇଥିଲେ ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଗୋମୁତ୍ରରେ ଥିବା ସୁନାକୁ ବିଭିନ୍ନ ପ୍ରକ୍ରିୟାଦ୍ବାରା ଅଲଗା କରାଯାଇପାରିବ ଏବଂ ଏହାକୁ ସୁନା ଭାବରେ ବ୍ୟବହାର କରାଯାଇପାରିବ ଏହି ଗୋମୁତ୍ରରେ ୫୧୦୦ ପ୍ରକାରର ଭିନ୍ନ ଭିନ୍ନ ଉପାଦାନ ମିଳିଛି ଏବଂ ସେଥିରୁ ୩୮୮ଟି ଉପାଦାନ ଔଷଧଭାବରେ ଅତ୍ୟନ୍ତ ମୂଲ୍ୟବାନ ହୋଇପାରେ ଏବେ ସେମାନେ ଗାଇ ମାନଙ୍କର ଅନ୍ୟ ସମସ୍ତ ପ୍ରଜାତିର ଗୋମୁତ୍ର ପରୀକ୍ଷଣ କରିବେ ବୋଲି କହିଛନ୍ତି
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page