ସଫଳତାର ରହସ୍ୟ

ଫେସବୁକରୁ ପାଇଥିବା କିଛି ନୀତିବାଣୀ

ସୋସିଆଲ୍ ମିଡ଼ିଆ | 15 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 6550 ଜଣ ପଢ଼ିଛନ୍ତି

୧. ଜୀବନରେ ସେହି ବ୍ୟକ୍ତିମାନେ ହିଁ ଅସଫଳ ହୁଅନ୍ତି ଯେଉଁମାନେ କେବଳ ଚିନ୍ତା କରନ୍ତି କିନ୍ତୁ କର୍ମ କରନ୍ତି ନାହିଁ୤
୨. ଭଗବାନଙ୍କ ଭରସାରେ ବସନ୍ତୁ ନାହିଁ, କିଏ ଜାଣେ ଭଗବାନ ଆପଣଙ୍କ ଭରସାରେ ବସିଥିବେ!
୩. ସଫଳତାର ଆଧାର ହେଉଛି ସକାରାତ୍ମକ ଚିନ୍ତାଧାରା ଏବଂ ନିରନ୍ତର ପ୍ରଚେଷ୍ଟା୤
୪. ଅତୀତର ଦାସ ନ ହୋଇ ଭବିଷ୍ୟତର ନିର୍ମାତା ହୁଅନ୍ତୁ୤
୫. ପରିଶ୍ରମ ଏତେ ନିରବତାର ସହ କରନ୍ତୁ, ଯେ ଆପଣଙ୍କ ସଫଳତା କୋଳାହଳ ସୃଷ୍ଟି କରିବ୤
୬. ସଫଳ ହେବାକୁ ହେଲେ ଏକା ଏକା ଆଗେଇବାକୁ ପଡ଼େ, ଯେତେବେଳେ ଆମେ ସଫଳ ହେଉ ଆପେ ଆପେ ଲୋକ ଆମ ପଛରେ ଆସନ୍ତି୤
୭. ଭାଗ୍ୟରେଖା ଉପରେ ବିଶ୍ବାସ କରିବା ଛାଡ଼ିଦିଅ, ଯେତେବେଳେ ଲୋକ ବଦଳି ଯାଆନ୍ତି ସେତେବେଳେ ଭାଗ୍ୟ ବା କି ଜିନିଷ !!!
୮. ଯେଉଁଠି ହାରିଯିବାର କୌଣସି ସମ୍ଭାବନା ନଥାଏ, ସେଇଠି ଜିତିବାର କିଛି ଅର୍ଥ ନାହିଁ୤
୯. ସମସ୍ୟାର ନୁହେଁ ସମାଧାନର ଅଂଶ ହୁଅନ୍ତୁ୤
୧୦. ଯେଉଁମାନଙ୍କୁ ସ୍ବପ୍ନ ଦେଖିବାକୁ ଭଲଲାଗେ, ସେମାନଙ୍କୁ ରାତି ଛୋଟ ଲାଗେ, ଆଉ ଯେଉଁମାନଙ୍କୁ ସ୍ବପ୍ନକୁ ସାକାର କରିବାକୁ ଭଲଲାଗେ ସେମାନଙ୍କୁ ଦିନ ଛୋଟ ଲାଗେ୤
୧୧. ଆପଣ ନିଜ ଭବିଷ୍ୟତ ବଦଳାଇ ପାରିବେ ନାହିଁ, କିନ୍ତୁ ଆପଣ ନିଜ ଅଭ୍ୟାସ ବଦଳାଇ ପାରିବେ, ଆଉ ତାହା ନିଶ୍ଚୟ ଭାବରେ ଆପଣଙ୍କ ଭବିଷ୍ୟତ ବଦଳାଇ ଦେବ୤
୧୨. ଗୋଟିଏ ସ୍ବପ୍ନ ଭାଙ୍ଗିଯିବାପରେ ଆଉ ଗୋଟିଏ ସ୍ବପ୍ନ ଦେଖିବାର ସାହାସକୁ ହିଁ ଜୀବନ ବୋଲି କୁହନ୍ତି୤
୧୩. ଶୋଇଥିବା ବେଳେ ଦେଖାଯାଉଥିବା ସ୍ବପ୍ନ କେବେ ସଫଳ ହୁଏ ନାହିଁ, ସେହି ସ୍ବପ୍ନ ଯାହାପାଇଁ ଆପଣ ଶୋଇବା ଛାଡ଼ିଦିଅନ୍ତି ତାହା ନିଶ୍ଚୟ ସଫଳ ହୁଏ୤
୧୪. ସଫଳତାର ଦୀପ ପରିଶ୍ରମଦ୍ବାରା ହିଁ ଜଳେ୤
୧୫. ଯେଉଁମାନଙ୍କ ସାହାସ ଅଧିକ, ସେମାନେ ସଡ଼କ ନୁହେଁ, ଆକାଶର କଥା କହନ୍ତି୤
୧୬. ସତ୍ୟ ଅସୁବିଧାରେ ପଡ଼ିପାରେ, କିନ୍ତୁ ପରାଜିତ ହୋଇପାରେନି୤
୧୭. ମୁଁ ତୁରନ୍ତ ନୁହେଁ କିନ୍ତୁ ନିଶ୍ଚିତ ଭାବେ ଜିତିବି୤
୧୮. ସବୁଠାରୁ ବଡ଼ ରୋଗ - ଲୋକ କଣ କହିବେ?
୧୯. ଆଶାବାଦୀ ପ୍ରତ୍ୟେକ ଆପଦରେ ସୁଯୋଗ ଦେଖେ, କିନ୍ତୁ ନିରାଶାବାଦୀ ସେଥିରୁ ବଞ୍ଚିବାପାଇଁ ଉପାୟ!
୨୦. ଆପଣ ଆରମ୍ଭ କରିବାପାଇଁ ଯଦି ସାହାସ ରଖନ୍ତି, ଆପଣ ସଫଳ ହେବାପାଇଁ ମଧ୍ୟ ସାହାସ ରଖନ୍ତି୤
୨୧. ସତ୍ୟ ସେହି ଦୀପ ଯାହାକୁ ପାହାଡ଼ର ଶୀର୍ଷରେ ରଖିବାଦ୍ବାରା ଆଲୋକ କମ୍ ହେଉ, କିନ୍ତୁ ଦୂର ଯାଏଁ ଦେଖାଯାଏ୤
୨୨. ସଂଘର୍ଷବେଳେ ବ୍ୟକ୍ତି ଏକା ଥାଏ, କିନ୍ତୁ ସଫଳ ହେବାପରେ ଦୁନିଆ ତା ସହିତ ଥାଏ୤ ଯେଉଁ ମାନଙ୍କୁ ଦୁନିଆ ହସରେ ଉଡ଼ାଇଥାଏ, ସେହିମାନେ ହିଁ ଇତିହାସ ରଚନା କରନ୍ତି୤
୨୩. ହଜିଯାଇଛେ ଆମେ ନିଜେ, କିନ୍ତୁ ଖୋଜୁଛେ ଭଗବାନଙ୍କୁ୤
୨୪. ସଫଳ ବ୍ୟକ୍ତି ନିଜ ନିଷ୍ପତ୍ତି ଦ୍ବାରା ଦୁନିଆ ବଦଳାଇପାରେ, କିନ୍ତୁ ଅସଫଳ ବ୍ୟକ୍ତି ଦୁନିଆ ଭୟରେ ନିଜ ନିଷ୍ପତ୍ତି ବଦଳାଇ ଦିଅନ୍ତି୤
୨୫. ଭାଗ୍ୟ ଏବଂ ଅନ୍ୟମାନଙ୍କୁ କାହିଁକି ଦୋଷ ଦେବା, ଯେତେବେଳେ ସ୍ବପ୍ନ ଆମ ନିଜର ଏବଂ ଚେଷ୍ଟା ବି ଆମର୤
୨୬. ଯଦି ମନୁଷ୍ୟ ଶିଖିବାକୁ ଚାହିଁବ ତା ହେଲେ ତା’ର ପ୍ରତ୍ୟେକ ଭୁଲ ତାକୁ ଅନେକ କିଛି ଶିଖାଇପାରେ୤
୨୭. ମିଥ୍ୟା ପ୍ରତିଷ୍ଠାର ପକ୍ଷୀ ହିଁ ବେଶୀ ଫଡ଼ ଫଡ଼ ହୁଏ, ସଫଳତାର ଇଗଲ୍ ତ ଉଡ଼ିବା ବେଳେ ବି ଶବ୍ଦ କରେନି୤
୨୮. ସମସ୍ୟାର ସାମନା କରନ୍ତୁ ଡରନ୍ତୁ ନାହିଁ, ତେବେ ହିଁ ତାକୁ ସମାଧାନ କରିପାରିବେ୤
୨୯. ପରିବର୍ତ୍ତନର ଏବଂ ସଂଘର୍ଷର ଭୟ ହିଁ ମନୁଷ୍ୟର ସବୁଠାରୁ ବଡ଼ ଦୁର୍ବଳତା୤
୩୦. ସୌନ୍ଦର୍ଯ୍ୟ ଏବଂ ସରଳତା ଆମେ ଦୁନିଆରେ କେତେ ଖୋଜିଲେ କଣ ହେବ, ଯେତେବେଳ ଯାଏଁ ତାହା ଆମ ଭିତରେ ନଥିଲେ କେଉଁଠି ବି ମିଳିବ ନାହିଁ୤
୩୧. ନା କାହାପ୍ରତି ଇର୍ଷ୍ୟା ନା କାହା ସହ ଝଗଡ଼ା, ମୋ ନିଜ ଲକ୍ଷ୍ୟ ମୋ ନିଜର ଦଉଡ଼୤
୩୨. ଆମେ ମନୁଷ୍ୟମାନେ ହିଁ ବିଶ୍ବାସ କରୁ ଯେ ଜଣେ କଣ କରିପାରିବ? ଦେଖ ସୂର୍ଯ୍ୟ ବି ତ ଏକା ଏକା ଚମକୁଛି୤
୩୩. ବାରମ୍ବାର ହେଉଥିବା ଅସଫଳତା ଦ୍ବାରା ନିରୁତ୍ସାହିତ ହେବା ଅନୁଚିତ, କାରଣ ବେଳେ ବେଳେ ଚାବିର ପେନ୍ଥାର ଶେଷ ଚାବିରେ ତାଲା ଖୋଲିଥାଏ୤
୩୪. ଶୀଘ୍ର ମିଳିଯାଉଥିବା ଜିନିଷ ବେଶୀ ଦିନ ଯାଏଁ ଚାଲେନି, ଯେଉଁ ଜିନିଷ ବହୁତ ଦିନ ଚାଲେ ତାହା ଶୀଘ୍ର ମିଳେନାହିଁ୤
୩୫. ବଡ଼ ବଡ଼ କଥା କହିବା ଦ୍ବାରା କେହି ବୁଦ୍ଧିମାନ ହୋଇଯାଏନି, ବୁଦ୍ଧିମାନ ହୁଏ ଯେତେବେଳେ ଛୋଟ ଛୋଟ କଥା ବୁଝିବା ଶକ୍ତିପାଏ୤
୩୬. ସମସ୍ତଙ୍କର ସେବା କର, କିନ୍ତୁ କାହାଠାରୁ କିଛି ଆଶା ରଖନାହିଁ କାରଣ ସେବାର ମୂଲ୍ୟ କେହି ଦେଇ ପାରିବେ ନାହିଁ୤
୩୭. କଷ୍ଟ ସମୟର ସବୁଠାରୁ ବଡ଼ ସାହାରା ହେଉଛି ‘ଆଶା’? ଯାହା ଧିରେ ହସିଦେଇ କାନରେ କହିଦେଇଯାଏ, ‘ସବୁକିଛି ଭଲ ହେବ୤’
୩୮. ଦୁନିଆରେ କୌଣସି କାମ ଅସମ୍ଭବ ନୁହେଁ, କେବଳ ସାହାସ ଓ ପରିଶ୍ରମ ଦରକାର୤
୩୯. ସମୟ ଆପଣଙ୍କ, ଚାହିଁଲେ ସୁନା କରିପାର ଚାହିଁଲେ ଶୋଇ ଶୋଇ ବିତେଇ ପାର, ଦୁନିଆ ଆପଣଙ୍କ ଉଦାହରଣ ଦେଇ ବଦଳିବ ଆପଣଙ୍କ ମତରେ ନାହିଁ୤
୪୦. ପରିବର୍ତ୍ତନ ଆଣିବାକୁ ହେଲେ ନିଜେ ବଦଳିବାକୁ ପଡ଼ିବ୤
୪୧. ସଫଳ ବ୍ୟକ୍ତି ସମସ୍ତଙ୍କୁ ସଫଳ ହେବାକୁ ଦେଖିବାକୁ ଚାହାନ୍ତି, କିନ୍ତୁ ଅସଫଳ ବ୍ୟକ୍ତି ସମସ୍ତଙ୍କୁ ଅସଫଳ ହେବାକୁ ଦେଖିବାକୁ ଚାହାନ୍ତି୤
୪୨. ଘଡ଼ି ଖରାପ ହେଲେ ସୁଧାରିବାକୁ ଲୋକ ମିଳିଯିବେ, କିନ୍ତୁ ସମୟକୁ ବଦଳାଇବା କେବଳ ନିଜଦ୍ବାରା ହିଁ ସମ୍ଭବ୤
୪୩. ଦୁନିଆରେ ସବୁକିଛି ମିଳିଯାଏ, କେବଳ ନିଜ ଭୁଲ ହିଁ ଦେଖିବାକୁ ମିଳେନି୤
୪୪. କ୍ରୋଧ ଏବଂ ବାତ୍ୟା ଏକଭଳି; ଶାନ୍ତ ହେବାପରେ ହିଁ ଜଣାପଡ଼େ କେତେ କ୍ଷତି ହୋଇଛି୤
୪୫. ଚନ୍ଦ୍ରକୁ ଲକ୍ଷ୍ୟକରି ତୀରମାର, ଯଦି ଅସଫଳ ହେଲ ତ ତାରାରେ ତ ନିଶ୍ଚୟ ବାଜିବ୤
୪୬. ଗରିବୀ ଓ ସମୃଦ୍ଧି, ଉଭୟ ନିଜ ଚିନ୍ତାଧାରର ଫଳ୤
୪୭. ପସନ୍ଦ ଆସୁଥିବା କାମ ସବୁବେଳେ ସଫଳତା, ଶାନ୍ତି ଏବଂ ଆନନ୍ଦ ଦେଇଥାଏ୤
୪୮. ଯେତେବେଳେ ସାହାସ କରିଛ ଆକାଶରେ ଉଡ଼ିବ ବୋଲି, ସେତେବେଳେ ଆକାଶର ଉଚ୍ଚତା ମାପିବା ବେକାର୤
୪୯. ନିଜର କଳ୍ପନାକୁ ନିଜ ଜୀବନର ମାର୍ଗଦର୍ଶକ କରନ୍ତୁ, ଅତୀତକୁ ନୁହେଁ୤
୫୦. କଣ କରିବା ଉଚିତ ହେବ ବୋଲି ଭାବି ସମୟ ଲଗାନ୍ତୁ ନାହିଁ, ନହେଲେ ସମୟ ନିଷ୍ପତ୍ତି ନେବ ଆପଣଙ୍କର କଣ ହେବ୤
୫୧. ଯେତେବେଳେ ତୁମେ ସବୁଠାରୁ ଅଧିକ ଦୁର୍ବଳ ହୋଇଥିବା ଅବସ୍ଥାରେ ମଧ୍ୟ ହସିପାରିବ, ସେତେବେଳେ ମନେରଖ ତୁମକୁ କେହି କେବେ ଭାଙ୍ଗିପାରିବ ନାହିଁ୤
୫୨. କଳ୍ପନା କରିବା ପରେ ତା ଉପରେ କାମ କରିବା ଜରୂରୀ୤ ଶିଢ଼ୀକୁ ଚାହିଁ ରହିଲେ କିଛି ହେବନି, ଚଢ଼ିଲେ ହିଁ ଉପରେ ପହଞ୍ଚିପାରିବ୤
୫୩. ଜୀବନରେ ଅନେକଥର ହାରିଯାଅ କିନ୍ତୁ ଜୀବନରୁ ହାରିବା ଅନୁଚିତ୤
୫୪. ଶିଢ଼ି ସେହିମାନଙ୍କୁ ଦିଅ ଯେଉଁମାନେ ଛାତକୁ ଯିବାକୁ ଚାହାନ୍ତି, ମୋର ତ ଲକ୍ଷ୍ୟ ଆକାଶ, ରାସ୍ତା ମୋତେ ନିଜେ ହିଁ ଖୋଜିବାକୁ ପଡ଼ିବ୤
୫୫. ହଜାର ମାଇଲର ଯାତ୍ରା ଗୋଟିଏ ପାଦ ପକେଇଲେ ହିଁ ଆରମ୍ଭ ହୁଏ୤
୫୬. ସେହି ମନୁଷ୍ୟକୁ ଶ୍ରେଷ୍ଠ କୁହାଯିବ ଯେ କଠିନ ଅବସ୍ଥାରେ ଥାଇ ମଧ୍ୟ ନିଜ ପଥ ନିଜେ ବାଛିଥାଏ୤
୫୭. ପୁରୁଷାର୍ଥ ଦ୍ବାରା ହିଁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ୤
୫୮. ପ୍ରତିବଦ୍ଧ ମନକୁ କଠୋରତାର ସମ୍ମୁଖୀନ ହେବାକୁ ପଡ଼ିପାରେ, କିନ୍ତୁ ଅନ୍ତରେ ତାହାକୁ ପରିଶ୍ରମର ଫଳ ନିଶ୍ଚୟ ମିଳେ୤
୫୯. ଅସମ୍ଭବ କୁହାଯାଉଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଇବାକୁ ହିଁ ପ୍ରତିଭା କୁହାଯାଏ୤
୬୦. ଆଗାମୀ କାଲିର ସମସ୍ୟାର ସମାଧାନ ବିଗତ କାଲିଠୁ ଶିକ୍ଷା କର୤
୬୧. ଯିଏ ସବୁବେଳେ କହୁଥାଏ ମୋ ପାଖରେ ସମୟନାହିଁ, ବାସ୍ତବରେ ସେ ବ୍ୟସ୍ତ ନୁହେଁ ଅସ୍ତବ୍ୟସ୍ତ ଅଟେ୤
୬୨. କଠୋର ସମୟ ମନୁଷ୍ୟର ପୁରୁଷାର୍ଥକୁ ଜାଗ୍ରତ କରିବାପାଇଁ ଆସେ୤
୬୩. କ୍ରୋଧ ସେଇ ପବନ ଯାହା ବୁଦ୍ଧିରୂପକ ଦୀପକୁ ଲିଭାଇଦିଏ୤
୬୪. ଆପଣଙ୍କ ଭବିଷ୍ୟ ଆପଣଙ୍କ ଆଜିର କର୍ମଦ୍ବାରା ନିର୍ଦ୍ଧାରିତ ହୁଏ, କାଲି କଣ କରିବେ ତାହା ଦ୍ବାରା ନୁହେଁ୤
୬୫. ଅସହାୟର ସାହାର ହୁଅ, ପଥଭ୍ରଷ୍ଟଙ୍କ ଦିଗଦର୍ଶକ ହୁଅ; ନିଜ ପାଇଁ ବଞ୍ଚିଲେ କି ଲାଭ, ଯଦି ପାରୁଛ ହଜାରଙ୍କ ପାଇଁ ବଞ୍ଚିବା ଶିଖ୤
୬୬. ହଜାରଥର ଅସଫଳ ହୁଅ, କଠୋର ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ୤
୬୭. ନିଜ ସଫଳତାପାଇଁ ଏତେ ବ୍ୟସ୍ତ ହୋଇଯାଅ, ଯେ ଅନ୍ୟକୁ ଆକ୍ଷେପ କରିବାକୁ ସମୟ ହିଁ ପାଇବନାହିଁ୤
୬୮. ପରିବର୍ତ୍ତନ ବିନା ପ୍ରଗତି ସମ୍ଭବ ନୁହେଁ, ଆଉ ଯିଏ ନିଜ ଚିନ୍ତାଧାରା ବଦଳି ପାରେନି ସେ କିଛି ବି ବଦଳାଇ ପାରିବନାହିଁ୤
୬୯. ଖୁସି ପାଇଁ କାମ କଲେ ଖୁସି ମିଳିବନାହିଁ, କିନ୍ତୁ ଖୁସି ହୋଇ କାମ କଲେ, ଖୁସି ଓ ସଫଳତା ଉଭୟ ମିଳିବ୤
୭୦. ଆପଣ ପଡ଼ିଗଲେ ଆପଣଙ୍କ ପରାଜୟ ହୁଏ ନାହିଁ, ପରାଜୟ ସେତେବେଳେ ହୁଏ, ଯେତେବେଳେ ଆପଣ ପଡ଼ିବାପରେ ଉଠିବାର ଧୈର୍ଯ୍ୟ ହରାଇ ବସନ୍ତି୤


ଉପରୋକ୍ତ ସମସ୍ତ ବକ୍ତବ୍ୟ ଫେସବୁକରୁ ପାଇଛି ଏବଂ ଏହାର ଓଡ଼ିଆ ଅନୁବାଦ କରିବାକୁ ଚେଷ୍ଟା କରିଛି୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤