ଆମ ବିଷୟରେ


ସାଂପ୍ରତିକ ସମୟରେ ଜୀବନ ଘଟଣା ବହୁଳ ହୋଇ ଯାଇଛି୤ ଏଠି ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଘଟଣା ଗଣମାଧ୍ୟମ ଦ୍ବାରା ପରିବେଷଣ କରାଯାଉଛି, ଯାହା ବାସ୍ତବିକ ଜୀବନରେ ଅନେକ ମହତ୍ତ୍ବ ରଖୁଛି ଅଥଚ ଧାଁଧଉଡ଼ରେ ଅନେକ ଖବର ଆମ ଅଜାଣତରେ ହଜିଯାଉଛି୤ କିମ୍ବା ଅନେକ ବିଷୟ ଯାହା ଆମ ପାଇଁ ଅତ୍ୟନ୍ତ ଜରୂରୀ, ସେ ସବୁ ବିଷୟରେ ଆମକୁ କେହି କହୁନାହାନ୍ତି କିମ୍ବା ଆମେ ନିଜେ ସେହି ସବୁ ବିଷୟ ପ୍ରତି ସଚେତନ ହୋଇପାରୁନାହେଁ୤ ଏମିତି ଅନେକ ବିଷୟକୁ ନେଇ ଉପସ୍ଥାପନ କରିବାର ଏକ ଅଭିନବ ପ୍ରୟାସ ହେଉଛି ଓଡ଼ିଆଗୁରୁ.କମ୍୤ ସମାଜ, ସଂସ୍କୃତି, ସିନେମା, କ୍ରୀଡ଼ା, ବ୍ୟଙ୍ଗ, ବିଜ୍ଞାନ, ରାଜନୀତି, ଅର୍ଥ ଓ ବଜାର ଅବସ୍ଥା, ସୋସିଆଲ୍ ମିଡ଼ିଆ ଆଦି ଅନେକ ବିଷୟରେ ବିଶେଷ ପ୍ରବନ୍ଧମାନ ଏହି ସାଇଟରେ ସ୍ଥାନ ପାଇବ୤

ସମ୍ବାଦର ଗମ୍ଭୀରତା ଅପେକ୍ଷା ପାଠକୀୟ ଆଦର ଓ ସ୍ବୀକୃତି ଆମର ଲକ୍ଷ୍ୟ୤ ତେଣୁ ସ୍ଥଳବିଶେଷରେ ଗମ୍ଭୀର ବିଷୟମାନଙ୍କୁ ଆମେ ସୂକ୍ଷ୍ମ ବିଶ୍ଲେଷଣ କରିବାକୁ ଚେଷ୍ଟା କରିବୁ ଏବଂ ପରିବେଷଣ କରିବାକୁ ଉଦ୍ୟମ କରିବୁ୤ ଆମେ ବିଶେଷ ଧ୍ୟାନ ରଖିବୁ ଯେମିତି କୌଣସି ପ୍ରବନ୍ଧ ଦ୍ବାରା କୌଣସି ଜାତି ବା ସମ୍ପ୍ରଦାୟର ଭାବନା ଆହତ ନ ହୁଏ, କିମ୍ବା କୌଣସି ଆଲେଖ୍ୟ ଦ୍ବାରା ଯେପରି ଅସ୍ବାସ୍ଥ୍ୟକର ପରିସ୍ଥିତି ନ ଉପୁଜେ୤ ଏହି ୱେବ୍‌ସାଇଟରେ ପ୍ରକାଶିତ ପ୍ରବନ୍ଧ ଓ ଆଲେଖ୍ୟ ସମସ୍ତ ବର୍ଗର ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ, ତଥାପି ସ୍ଥଳ ବିଶେଷରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିପାରେ୤ ଏଠାରେ ପ୍ରକାଶିତ ସମସ୍ତ ଆଲେଖ୍ୟ ଚିନ୍ତା ଓ ଚେତନା ଉଦ୍ରେକକାରୀ ଏବଂ ଏହାଦ୍ବାରା ସମାଜରେ ସାମ୍ୟବାଦ ଓ ସନ୍ତୁଳନ ଆଣିବାର ପ୍ରଚେଷ୍ଟା କରାଯାଉଛି୤ ତେଣୁ ଏହି ସାଇଟ୍‌ରେ ପ୍ରକାଶିତ ସମସ୍ତ ଆଲେଖ୍ୟ କେବଳ ସୁସ୍ଥମସ୍ତିଷ୍କରେ ପଢ଼ିବେ ଏବଂ ଗଭୀର ଚିନ୍ତନ କରିବେ୤ ଯଦି କୌଣସି ପ୍ରବନ୍ଧ ପ୍ରତି ଆପଣଙ୍କ କୌଣସି ଆପତ୍ତି ବା ଅଭିଯୋଗ ଥାଏ, ତେବେ ସମ୍ପାଦକଙ୍କୁ ଜଣାଇ ନିଜର ବିରୋଧ ପ୍ରକଟ କରିପାରିବେ୤

ଏଠାରେ ପ୍ରକାଶିତ କିଛି ଆଲେଖ୍ୟ ଅଳ୍ପବୟସ୍କ ପାଠକ ପାଠିକାଙ୍କ ପାଇଁ ଅନୁଦ୍ଧିଷ୍ଟ ହୋଇଥିଲେ ତାହା ସମ୍ପୃକ୍ତ ଆଲେଖ୍ୟ ସହ ଜଣାଇ ଦିଆଯିବ୤ ଏହିପରି ସ୍ଥଳେ ପାଠକମାନେ ନିଜ ପରିବାରର ବରିଷ୍ଠ ସଦସ୍ୟଙ୍କ ସହାୟତା ନେଇ ପାରିବେ୤

ଏହି ୱେବ୍‌ସାଇଟରେ ପ୍ରକାଶିତ ସମସ୍ତ ଆଲେଖ୍ୟ ବା ପ୍ରବନ୍ଧ ସମ୍ପୃକ୍ତ ଲେଖକ / ଲେଖିକାଙ୍କର ନିଜସ୍ବ ଚିନ୍ତାଧାରାର ସୃଷ୍ଟ୤ ତେଣୁ ସେହି ସବୁ ବିଷୟରେ ସୃଷ୍ଟି ହେଉଥିବା ଅଭିଯୋଗ ବା କନ୍ଦଳ ପାଇଁ କେବଳ ଲେଖକ ହିଁ ଦାୟୀ ରହିବେ୤ ପ୍ରତ୍ୟେକ ପ୍ରବନ୍ଧ ସହ ଲେଖକଙ୍କର ସଂକ୍ଷିପ୍ତ ସୂଚନା ଦେବାର ବ୍ୟବସ୍ଥା କରାଯାଉଛି, ପାଠକ ଚାହିଁଲେ ଲେଖକଙ୍କ ସହ ସିଧା ସଳଖ ସମ୍ପର୍କ କରିପାରିବେ୤

ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ୤

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ? ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤ ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୯୦୪୦୯୮୫୪୬୩ / ୯୮୬୧୯୬୨୧୬୦ ରେ ଯୋଗାଯୋଗ କରିପାରିବେ୤

ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤


Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤