ଆମେରିକାର ଧନତେରସ୍ - ବ୍ଲାକ୍ ଫ୍ରାଇଡ଼େ

କାହିଁକି ଏହାକୁ କୁହାଯାଏ ବିଦେଶର ଧନତେରସ୍ ?

ଅର୍ଥ ଓ ବଜାର | 6 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 4554 ଜଣ ପଢ଼ିଛନ୍ତି

Black friday rush in stores


ଆମେରିକାରେ ଆଜି ପାଳନ ହେଉଛି, ବ୍ଲାକ୍ ଫ୍ରାଇଡ଼େ୤ ଏହା କୌଣସି ସାଧାରଣ ଦିନ ନୁହେଁ୤ ଭାରତରେ ଯେମିତି ଦୀପାବଳୀ ସମୟରେ ଧନତେରସ୍ ପର୍ବ ପାଳନ ହୁଏ, ଆମେରିକାରେ ମଧ୍ୟ ଏହି ଦିନଟି ସେମିତି ପାଳନ ହୁଏ୤ ଏହି ଦିନ ଲକ୍ଷାଧିକ ଲୋକ କୋଟି କୋଟି ସଂଖ୍ୟାରେ ଜିନିଷପତ୍ର କିଣାକିଣି କରନ୍ତି ଏବଂ ପ୍ରତିବର୍ଷ ଏହି ଦିନ ବ୍ୟବସାୟରେ ଅହେତୁକ ବୃଦ୍ଧି ହେଉଥିବା ହେତୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନମାନ ଏହି ଦିନ ବିଶେଷ ରିହାତି ଦେଇଥାନ୍ତି୤ ବେଳେ ବେଳେ ପଦାର୍ଥର ମୂଳ ଦାମର ବହୁତ କମ ଦାମରେ ଜିନିଷ ମିଳେ୤ ଆମେରିକାର ଖୁଚୁରା ବଜାର ସଂଘ ତରଫରୁ କୁହାଯାଇଛି ଯେ ଚଳିତ ବର୍ଷ ଏହି ଦିନରେ ବ୍ୟାପାର ବିଗତ ବର୍ଷଠାରୁ ୩.୫ ପ୍ରତିଶତ ଅଧିକ ହେବ ଏବଂ ଏଥିପାଇଁ ୬ ଲକ୍ଷ ୯୦ ହଜାର ଅସ୍ଥାୟୀ ଚାକିରୀ ସୃଷ୍ଟି ହେବ୤ ପାଶ୍ଚାତ୍ୟ ଦେଶରେ ଏହା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ଠାରୁ କମ ନୁହେଁ୤ ଥାଙ୍କସ ଗିଭିଙ୍ଗ୍ ଦିନଠାରୁ ଆରମ୍ଭ ହେଉଥିବା ଏହି ବିକ୍ରୀ ଉତ୍ସବ କିଛି ପ୍ରତିଷ୍ଠାନ ପାଞ୍ଚଦିନ ଯାଏଁ ପାଳନ କରନ୍ତି ଏବଂ ଅଧିକାଂଶ ଲୋକ ଏହି ଦିନ ଛୁଟିରେ ରହନ୍ତି୤


ଏଥିରେ ବିଶେଷତା କଣ -
Special Offers for Black friday
ଏହି ଦିନପାଇଁ ବିଶେଷ ବିକ୍ରୟ ରିହାତି ଅନଲାଇନ୍ ଓ ଖୁଚୁରା ଷ୍ଟୋର ମାନଙ୍କରେ ବି ମିଳେ୤ ଜିନିଷ ମାନଙ୍କ ଦର ବହୁତ କମ ହୋଇଯାଏ୤ ଲୋକମାନଙ୍କୁ ଖରିଦ୍ କରିବା ପାଇଁ କ୍ୟାଶବ୍ୟାକ୍, ଡିସ୍କାଉଣ୍ଟ୍, ଫ୍ରି କୁପନ୍ ଆଦି ଦିଆଯାଏ୤ ଆମେରିକା ବ୍ୟତୀତ ଏହା କାନାଡ଼ା, ଫ୍ରାନ୍‌ସ, ନର୍ଭେ, ରୋମାନିଆ, ମେକ୍ସିକୋ, ବ୍ରିଟେନ୍, ଅଷ୍ଟ୍ରେଲିଆ ଆଦି ସ୍ଥାନରେ ମଧ୍ୟ ପାଳିତ ହୁଏ୤ ଏହି ପର୍ବର ଲୋକପ୍ରିୟତା ଏତେ ବହୁତ ଯେ ବର୍ତ୍ତମାନ ଭାରତରେ ମଧ୍ୟ ଅନେକ ଇ-କମର୍ସ୍ ୱେବ୍ସାଇଟ୍ ଏହା ପାଳନ କରିବା ଆରମ୍ଭ କରିଦେଲେଣି୤


ବ୍ଲାକ୍ ଫ୍ରାଇଡ଼େ ଦୁର୍ଘଟଣା -
Fights at black friday deals
ବର୍ଷ ୨୦୦୮ରେ ଆମେରିକାରେ ବ୍ଲାକ୍ ଫ୍ରାଇଡ଼େ ପାଳନ ପାଇଁ ୱାଲ୍‌ମାର୍ଟ୍ ସାମନାରେ ପ୍ରାୟ ୨୦୦୦ ଲୋକ ଅପେକ୍ଷା କରିଥିଲେ, ଏବଂ ଷ୍ଟୋରର ଗେଟ୍ ଖୋଲିବା ବେଳେ ଏତେ ପ୍ରବଳ ଭିଡ଼ ହେଲା ଯେ ସେହି ଭିଡ଼ରେ ଷ୍ଟୋରର ଜଣେ ମହିଳା କର୍ମଚାରୀ ଦଳାଚକଟାରେ ମୃତ୍ୟୁବରଣ କରିଥିଲେ୤ ଅନେକ ଏହାକୁ ପାଗଳାମୀ ବୋଲି ମଧ୍ୟ କହନ୍ତି୤ କମ ଦାମରେ ଜିନିଷ କିଣିବାର ନିଶାରେ ଲୋକମାନେ ଭଲମନ୍ଦ ସବୁ ଭୁଲି ଯାଉଛନ୍ତି୤


Story Courtesy : http://www.ichowk.in/economy/know-more-about-black-friday-deals-and-discounts/story/1/5111.html


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤