ଫ୍ରିଡମ୍ ୨୫୧ ଫୋନ୍ - ସ୍ବପ୍ନ ନା ବାସ୍ତବ !

୨ ଲକ୍ଷ ଫ୍ରିଡ଼ମ୍ ୨୫୧ ସ୍ମାର୍ଟ୍ ଫୋନ୍ ଆସୁଛି ୩୦ ଜୁନ୍‌ରେ୤

ଅର୍ଥ ଓ ବଜାର | 10 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 3090 ଜଣ ପଢ଼ିଛନ୍ତି

Freedom 251 PHoneମୁଖ୍ୟାଂଶ : -
‘ଆମେ ଫ୍ରିଡ଼ମ୍ ୨୫୧ ସ୍ମାର୍ଟ୍ ଫୋନର ୨ ଲକ୍ଷ ସେଟ୍ ପାଇସାରିଛୁ’ - ରିଙ୍ଗିଂ ବେଲ୍‌ସ
‘ପ୍ରତି ଫୋନରେ ଆମକୁ ୧୪୦-୧୫୦ ଟଙ୍କାର କ୍ଷତି ସହିବାକୁ ପଡ଼ିଛି’ - ଗୋୟେଲ୍
‘ଏହି ଜୁଲାଇରେ ଆମେ ସବୁଠୁ ଶସ୍ତା ଏଲ୍‌ଇଡ଼ି ଟିଭି ଆଣିବୁ’
ବିଶ୍ବର ସବୁଠାରୁ ଶସ୍ତା ସ୍ମାର୍ଟ୍ ଫୋନ ଅନ୍ତତଃ ବର୍ତ୍ତମାନ ବଜାର ପ୍ରବେଶ କରିବା ଅପେକ୍ଷାରେ ରହିଛି୤ ଏହି ଫୋନର ନିର୍ମାତା, ନଏଡ଼ା ସ୍ଥିତ ରିଙ୍ଗିଙ୍ଗ୍ ବେଲ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖପାତ୍ରଙ୍କ ସୂତ୍ରରୁ ଜଣାପଡ଼ିଛି, ଯେ ସମସ୍ତ ପ୍ରକାର ଅଭିଯୋଗ, ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେମାନେ ଏହି ଫୋନର ୨ ଲକ୍ଷ ହ୍ୟାଣ୍ଡସେଟ୍ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି୤ ସୂଚନାଯୋଗ୍ୟ ଯେ ମାତ୍ର ୨୫୧ ଟଙ୍କା (୪ ଡଲାରରୁ ବି କମ୍) ଦାମରେ ଗୋଟିଏ ସ୍ମାର୍ଟ୍ ଫୋନ୍ ଯୋଗାଇବାର ଘୋଷଣାପରେ ଏହି କମ୍ପାନୀ ବିଭିନ୍ନ ପ୍ରକାର ଅଭିଯୋଗର ଶୀକାର ହୋଇଥିଲା୤ ଏହି କମ୍ପାନୀ ବିରୋଧରେ ପୋଲିସ ମାମଲା ମଧ୍ୟ ରୁଜୁ କରିଥିଲା୤
ନୋଏଡ଼ା ସେକ୍ଟର ୬୨ସ୍ଥିତ ନିଜ ଅଫିସରେ ବସି, ରିଙ୍ଗିଙ୍ଗ୍ ବେଲ୍‌ସର ପ୍ରତିଷ୍ଠାତା ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ମୋହିତ ଗୋୟେଲ୍ଙ୍କ ଅନୁଯାୟୀ କମ୍ପାନୀ ନିଜ ପ୍ରତିଜ୍ଞା ରକ୍ଷା କରିବାରେ ସକ୍ଷମ ହୋଇଛି୤
“ଆମେ ପ୍ରାୟ ଦୁଇ ଲକ୍ଷ ‘ଫ୍ରିଡ଼ମ୍ ୨୫୧’ ହ୍ୟାଣ୍ଡସେଟ୍ ପ୍ରସ୍ତୁତ କରିସାରିଛୁ୤ ଜୁନ୍ ୩୦ ତାରିଖ ପରେ ଆମେ ଏହି ସବୁ ଫୋନ ଉପଭୋକ୍ତାଙ୍କ ନିକଟକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିବୁ୤” ଗଣମାଧ୍ୟମକୁ ସୂଚନା ଦେଇ ଗୋଏଲ୍ କହିଥିଲେ ଯେ ଏହି ୨ ଲକ୍ଷ ହ୍ୟାଣ୍ଡସେଟ୍ ବଜାରରେ ପ୍ରବେଶ କରିବାପରେ କମ୍ପାନୀ ନୂଆ ଉପଭୋକ୍ତାଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିବ୤
ସୂଚନାଯୋଗ୍ୟ ଯେ କମ୍ପାନୀ ଫେବୃଆରୀ ମଧ୍ୟବେଳକୁ ଜଣାଇଥିଲେ ଯେ ଜୁନ୍ ୩୦ ସୁଦ୍ଧା ସେମାନେ ୨୫ ଲକ୍ଷ ହ୍ୟାଣ୍ଡସେଟ୍ ଯୋଗାଇଦେବେ୤ କିନ୍ତୁ ଫୋନ୍ ପାଇଁ ପଞ୍ଜୀକରଣ ବେଳେ ଅତି କମ ସମୟରେ ସାତ କୋଟିରୁ ଅଧିକ ଉପଭୋକ୍ତା ଏଥିପାଇଁ ନିବେଦନ କରିଥିଲେ ଏବଂ କମ୍ପାନୀ ପଞ୍ଜିକରଣକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା୤
“ଆମେ ଆମ ଭୂଲରୁ ଶିକ୍ଷା ଗ୍ରହଣ କରିଛୁ, ତେଣୁ ଆମେ ନିଶ୍ଚୟ କରିଥିଲୁ ଯେ ଯେତେବେଳ ଯାଏଁ ଆମେ ପ୍ରକୃତ ହ୍ୟାଣ୍ଡସେଟ୍ ପ୍ରସ୍ତତ କରିନାହୁଁ ଆମେ ନିରବ ରହିବା ଉଚିତ ହେବ୤ ବର୍ତ୍ତମାନ ଆମେ ୪ ଇଞ୍ଚ୍ ସ୍କ୍ରିନ୍ ଏବଂ ଦୁଇ ସିମ୍ ରହୁଥିବା ହ୍ୟାଣ୍ଡସେଟ୍ ସହ ଆମେ ପ୍ରସ୍ତୁତ୤ ଆମେ ବହୁତ ଆନନ୍ଦ ଅନୁଭବ କରୁଛୁ୤”
ଗୋଏଲଙ୍କ ଅନୁଯାୟୀ ପ୍ରତ୍ୟେକ ହ୍ୟାଣ୍ଡସେଟରେ କମ୍ପାନୀକୁ ଅନ୍ୟୁନ ୧୪୦ -୧୫୦ ଟଙ୍କା କ୍ଷତି ସହିବାକୁ ପଡ଼ିଛି୤ କିନ୍ତୁ ସେ ଆଶାବାନ ଅଛନ୍ତି ଯେ ଅଧିକ ସଂଖ୍ୟାରେ ଏହି ଫୋନର ବିକ୍ରୟ ପରେ ସେମାନେ ଏହି କ୍ଷତିକୁ ଭରଣା କରିପାରିବେ୤ “ଆମକୁ କ୍ଷତି ତ ହେବ୤ କିନ୍ତୁ ଆମେ ଖୁସି ଯେ ଆମର ଏହି ପ୍ରକ୍ରିୟାଦ୍ବାରା ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ସଫଳ ରୂପାୟନ ହେବା ସହ ଗ୍ରାମାଞ୍ଚଳକୁ ମଧ୍ୟ ଏଥିରେ ସାମିଲ୍ କରିପାରିଛୁ୤ ଆମ୍ ଫୋନ୍ ଦ୍ବାରା ଅଧିକରୁ ଅଧିକ ଲୋକ ଡିଜିଟାଲ୍ ଇଣ୍ଡିଆର ସ୍ବପ୍ନକୁ ସାକାର କରିପାରିବେ୤”
ଏହି ୩ଜି ହ୍ୟାଣ୍ଡ୍‌ସେଟରେ ୧.୩ ଗିଗାହର୍ଜ୍ କ୍ବାଡ଼କୋର୍ ପ୍ରସେସର, ୧ ଜିବି ରାମ୍, ଏବଂ ୮ ଜିବି ଷ୍ଟୋରେଜ୍ ସମେତ ୩୨ ଜିବି ଏକ୍ସଟେର୍ନାଲ୍ ମେମୋରି କାର୍ଡ୍ ସପୋର୍ଟ୍ ରହିଛି୤ ଏହି ହ୍ୟାଣ୍ଡସେଟର ଫଟୋ ଗଣମାଧ୍ୟମକୁ ଦେଖାଯାଇଥିଲା ବେଳେ ପ୍ରକୃତ ହ୍ୟାଣ୍ଡସେଟ୍ ଦେଖା ଯାଇନଥିଲା୤
କମ୍ପାନୀ ଏହି ଫୋନରେ ଫ୍ଲାସ ସହିତ ୮ଏମପି ପ୍ରାଇମେରୀ କ୍ୟାମେରା ଏବଂ ୩.୨ ଏମପି ଫ୍ରଣ୍ଟ୍ କ୍ୟାମେରା ରହିଛି ଏବଂ ୧୮୦୦mAh ବ୍ୟାଟ୍ଟେରୀ ରହିଛି୤ ଆଣ୍ଡ୍ରଏଡ଼୍ ଲଲିପପ୍ ୫.୧ ଅପରେଟିଂ ସିଷ୍ଟମରେ ଏହା କାମ କରେ୤
ଫୋନ କଳା ଏବଂ ଧଳା ଏପରି ଦୁଇଟି ରଙ୍ଗରେ ଉପଲବ୍ଧ ହେବ୤ ପଛ କ୍ୟାମେରା ମୋବାଇଲର ମଧ୍ୟଭାଗରେ ରହିବ୤ ବ୍ରାଣ୍ଡ୍ ଲୋଗୋ ପାର୍ଶ୍ବରେ ସ୍ପିକର୍ ରହିଛି୤


Freedom 251 Pack Contents
ମୋବାଇଲ୍ ଅନ୍ କରିଲେ ଭାରତୀୟ ତିରଙ୍ଗା ପତାକା ଦେଖାଯାଉଛି୤ ଗୁଗୁଲ୍ ଦ୍ବାରା ବିତରଣ ହେଉଥିବା ଅଧିକାଂଶ ଅତ୍ୟାବଶ୍ୟକ ଆପ୍ ଏହି ହ୍ୟାଣ୍ଡସେଟ୍‌ରେ ରହିଛି୤
“ଆମର ହ୍ୟାଣ୍ଡସେଟ୍ ସମ୍ପୂର୍ଣ୍ଣଭାବରେ ମେଡ୍ ଇନ୍ ଇଣ୍ଡିଆ୤ କମ୍ପାନୀର ହରିଦ୍ବାରଠାରେ ଥିବା ୟୁନିଟ୍‌ରେ ଏହି ମୋବାଇଲ୍ ଫୋନ୍ ପ୍ରସ୍ତୁତ ହୋଇଛି୤ ଆମେ ପ୍ରତି ମାସରେ ୨ ଲକ୍ଷ ହ୍ୟାଣ୍ଡସେଟ୍ ପ୍ରସ୍ତୁତ କରି ବିକ୍ରୟ କରିବା ଲକ୍ଷ୍ୟ ରଖିଛୁ୤
ଆମ କମ୍ପାନୀ ତରଫରୁ ଏକ ୩୨ ଇଞ୍ଚିଆ ଏଲ୍‌ଇଡ଼ି ଟିଭି ଜୁଲାଇ ମାସରେ ଉପସ୍ଥାପନ କରାଯିବ, ଯାହା ବର୍ତ୍ତମାନର ପ୍ରଚଳିତ ମାର୍କେଟ୍ ଦରଠାରୁ ବହୁତ କମ ରହିବ ବୋଲି ସେ କହିଛନ୍ତି୤ ଏହାର ନାମ ମଧ୍ୟ ‘ଫ୍ରିଡ଼ମ୍’ ରହିବ୤ ଦଶ ହଜାରରୁ ବି କମ ଦାମରେ ଆମେ ଏହି ଟିଭିସେଟ୍ ବିକ୍ରୟ କରିବୁ୤ ଦୁଇଦିନ ମଧ୍ୟରେ ଟିଭି ଉପଭୋକ୍ତାଙ୍କୁ ଉପଲବ୍ଧ କରାଇବୁ୤ ଏବଂ ଏହା ମଧ୍ୟ ଅନଲାଇନ୍ ବିକ୍ରୀ ହେବ୤ ବର୍ତ୍ତମାନ ଆମ ପାଖରେ ଏକ ଲକ୍ଷ ସେଟ୍ ପ୍ରସ୍ତୁତ ହୋଇ ରହିଛି ଏବଂ ଜୁଲାଇ ମାସରେ ଏହା ବିକ୍ରୟ ପାଇଁ ଉପଲବ୍ଧ କରିବୁ୤ ”
ସାଧାରଣତଃ ୩୨ ଇଞ୍ଚିଆ ଏଲ୍‌ଇଡ଼ି ଟିଭିର ବଜାର ଦର ବର୍ତ୍ତମାନ ୧୩ ହଜାରରୁ ଆରମ୍ଭ ହେଉଛି୤
ରିଙ୍ଗିଙ୍ଗ୍ ବେଲ୍‌ସ କମ୍ପାନୀ ଫେବୃଆରୀ ମାସରେ ବରିଷ୍ଠ ବିଜେପି ନେତା ମୁରଲି ମନୋହର ଯୋଶୀଙ୍କ ଉପସ୍ଥିତିରେ ‘ଫ୍ରିଡ଼ମ୍ ୨୫୧’ ଫୋନ୍ ବିଷୟରେ ପ୍ରଥମ ସୂଚନା ଦେଇଥିଲା୤
ପ୍ରଥମେ ଏହି କମ୍ପାନୀ କିଛି ସାମ୍ପଲ ଦେଖାଇଥିଲା, କିନ୍ତୁ ପରେ ସେ ସବୁ ଅନ୍ୟ ଏକ କମ୍ପାନୀ ଆଡ଼କମ୍‌ର ହ୍ୟାଣ୍ଡସେଟ୍ ବୋଲି ଜଣାପଡ଼ିଥିଲା୤ ସରକାରୀ ସହାୟତାରେ ଏହି ହ୍ୟାଣ୍ଡସେଟ୍ ନିର୍ମାଣ ହେଉଛି ବୋଲି କମ୍ପାନୀ ସୂଚନା ଦେଇଛନ୍ତି୤
ଯେତେବେଳେ ପ୍ରଥମେ ‘ଫ୍ରିଡ଼ମ୍ ୨୫୧’ ବିଷୟରେ ଘୋଷଣା ହୋଇଥିଲା ସେତେବେଳେ ଅନେକେ ଏହାର ଅସ୍ତିତ୍ବକୁ ନେଇ ସନ୍ଦେହ କରିଥିଲେ୤ ବୈଷୟିକ ବିଶେଷଜ୍ଞମାନେ ୨ ହଜାରରୁ କମ ଦାମରେ ଏମିତିକା ଏକ ଫୋନ୍ ତିଆରି ହୋଇପାରିବ ନାହିଁ ବୋଲି ମତ ଦେଇଥିଲେ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤