ସତରେ କଣ ତେତିଶି କୋଟି ଦେବତା ଅଛନ୍ତି ?

ହିନ୍ଦୁ ଧର୍ମରେ ତେତ୍ରିଶ କୋଟି ଦେବୀଦେବତା ନାହାନ୍ତି

ସଂସ୍କୃତି | 7 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 7154 ଜଣ ପଢ଼ିଛନ୍ତି

Gods in Hinduismଆମେ ସମସ୍ତେ ଉଣା ଅଧିକେ କହିଥାଉ ଯେ ହିନ୍ଦୁ ଧର୍ମରେ ତେତିଶି କୋଟି ଦେବୀ ଦେବତା ଅଛନ୍ତି୤ କିଛି ବନ୍ଧୁ ସୋସିଆଲ୍ ମେଡ଼ିଆରେ ଶେୟାର୍ ବି କରନ୍ତି ଯେ ଯଦି ପ୍ରତି ଦେବୀ ଦେବତା ଟଙ୍କାଟିଏ ଲେଖାଏଁ ବି ଦିଅନ୍ତି ତେବେ ବି ଆମର ଉନ୍ନତି ହୋଇଯାଆନ୍ତା୤ କିନ୍ତୁ ବାସ୍ତବରେ କଣ ହିନ୍ଦୁମାନଙ୍କର ତେତିଶି କୋଟି ଦେବୀ ଦେବତା ଅଛନ୍ତି ?
ମନେ ରଖନ୍ତୁ ଭାରତ ସ୍ବାଧୀନ ହେବା ବେଳକୁ ଭାରତର ଜନସଂଖ୍ୟା ସେଇ ତେତିଶି କୋଟି ପାଖାପାଖି ଥିଲା୤ ଏହାର ଅର୍ଥ ଶହେ ବର୍ଷ ପୂର୍ବେ ଭାରତର ଜନସଂଖ୍ୟାଠାରୁ ଅଧିକ ଦେବୀ ଦେବତା ଥିଲେ ? ଏହା ଶୁଣିବାକୁ ଯେମିତି ହାସ୍ୟାସ୍ପଦ ଲାଗୁଛି ବିଶ୍ବାସ କରିବାକୁ ସେମିତି ଲାଗୁଛି୤ ପ୍ରକୃତ ତଥ୍ୟ କିନ୍ତୁ ନିଆରା୤
ଆମେ ଦେବଭାଷା ସଂସ୍କୃତକୁ ସଠିକ ଭାବରେ ବୁଝିନପାରି ଏହିପ୍ରକାରର ପରିସଂଖ୍ୟାନ ନିଜେ ନିଜେ ସୃଷ୍ଟି କରିଦେଇଛୁ୤
ସଂସ୍କୃତ ଭାଷାରେ କୋଟି ଶବ୍ଦର ଦୁଇଟି ଅର୍ଥ ଅଛି୤ ପ୍ରଥମ ଟି ହେଲା କୋଟି ମାନେ ସଂଖ୍ୟାରେ କୋଟି ବା ଦଶ ନିୟୁତକୁ କୋଟି କୁହାଯାଏ, ଆଉ ଏକ ଅର୍ଥ ହେଉଛି ପ୍ରକାର ବା କିସମର୤ ଏଠି ହିନ୍ଦୁମାନଙ୍କର ଦେବୀ ଦେବତାଙ୍କ ସଂଖ୍ୟା ତେତିଶି କୋଟି କହିବାର ଅର୍ଥ ହେଉଛି, ତେତିଶି ପ୍ରକାରର ଦେବୀ ଦେବତା୤ ଆମେ ସଠିକ୍ ଭାବରେ ତ କହିପାରିବା ନାହିଁ ଯେ ଏହି ତେତିଶି କୋଟି ସଂଖ୍ୟା କଥା ପ୍ରଥମେ କିଏ ଆଉ କେତେବେଳେ କହିଥିଲା, କିନ୍ତୁ ସମ୍ଭବତଃ ଏହା ବ୍ୟଙ୍ଗାତ୍ମକ ଭାବରେ ହିଁ କେହି କହିଥିବ ବୋଲି ଆମେ ମାନୁ୤ କିନ୍ତୁ ପ୍ରକୃତ ତଥ୍ୟ ହେଉଛି ଆମ ଧର୍ମରେ ମାତ୍ର ତେତିଶି ପ୍ରକାରର ଦେବୀ ଦେବତା ରହିବା କଥା ଜ୍ଞାନୀ ମାନେ କୁହନ୍ତି୤ ସେମାନେ ହେଲେ ;
୧.    ପ୍ରଥମ ପ୍ରକାର (୧୨)
ଆଦିତ୍ୟ, ଧାତା, ମିତ, ଆର୍ୟମା, ଶକ୍ର, ବରୁଣ, ଅଂଶ, ଭାଗ, ବିବାସ୍ବାନ, ପୁଷ, ସବିତା, ତବାସ୍ଥା ଏବଂ ବିଷ୍ଣୁ
୨.     ଦ୍ବିତୀୟ ପ୍ରକାର (୮)
ବାସୁ, ଧର, ଧ୍ରୁବ, ସୋମ, ଅହ, ଅନିଳ, ଅନଳ, ପ୍ରତ୍ୟୁଷ, ପ୍ରଭାଷ
୩.    ତୃତୀୟ ପ୍ରକାର (୧୧)
ରୁଦ୍ର, ହର, ବହୁରୂପ, ତ୍ରୟଂବକ୍, ଅପରାଜିତା, ବୃଷାକାପି, ଶଂଭୂ, କପାର୍ଦୀ, ରେବାତ୍, ମୃଗବ୍ୟାଧ, ଶର୍ବା, କପାଳୀ
୪.    ଚତୁର୍ଥ ପ୍ରକାର (୨)
ଅଶ୍ବିନୀ ଏବଂ କୁମାର
ସମୁଦାୟ - ୧୨ + ୮ + ୧୧ + ୨ = ୩୩ ପ୍ରକାର ବା କୋଟି
ବର୍ତ୍ତମାନ ଆପଣ ଜାଣିପାରିଥିବେ ଆମ ଧର୍ମରେ କେତେ ଦେବୀଦେବତା ଅଛନ୍ତି୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page