କଣ କିଛି ଲୋକଙ୍କ ରକ୍ତ ଅଲଗା ରଙ୍ଗର ଥାଏ କି?
ଆପଣଙ୍କ ଆଖି ଖୋଲିଦେବ ଏହି ଭିଡ଼ିଓ !
ବିଶ୍ବରେ ଜନ୍ମ ନେଇଥିବା ସମସ୍ତ ମଣିଷଙ୍କର ରକ୍ତର ରଙ୍ଗ ଏକା, ଲାଲ ସେ ଯେ କୌଣସି ମହାଦେଶରେ ଜନ୍ମ ହୋଇଥାନ୍ତୁ, ହିନ୍ଦୁ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ ଗୋରା ହୁଅନ୍ତୁ ବା କଳା ସମସ୍ତଙ୍କ ରକ୍ତର ରଙ୍ଗ କିନ୍ତୁ ସମାନ ଭଗବାନ ଆମକୁ ତିଆରି କରିବାରେ କୌଣସି ଭେଦଭାବ କରିନାହାନ୍ତି ହେଲେ ଆମେ କିନ୍ତୁ ମନୁଷ୍ୟ ମନୁଷ୍ୟ ଭିତରେ ପ୍ରଭେଦ ସୃଷ୍ଟି କରୁଛୁ ଜାତି, ଧର୍ମ ଏମିତି ଅନେକ ନୂଆ ନୂଆ ନିୟମ କରି ବ୍ୟକ୍ତି ବ୍ୟକ୍ତି ଭିତରେ ଫରକ ସୃଷ୍ଟି କରୁଛୁ
ଯୁଗ ଏକବିଂଶ ଶତାବ୍ଦୀରେ ପହଞ୍ଚିଲାଣି, ଲୋକମାନେ ଚନ୍ଦ୍ରରେ ପାଦ ଦେଇ ଫେରିଲେଣି, ଏବେ ମଙ୍ଗଳ ଗ୍ରହ ଉପରେ ମଧ୍ୟ ଆମେ ଆଧିପତ୍ୟ ସୃଷ୍ଟି କରିସାରିଲେଣି, ଅଥଚ ଆମେ ବ୍ୟକ୍ତିଗତ ବିଦ୍ବେଷ ଓ ସଂକୀର୍ଣ୍ଣ ଚିନ୍ତାଧାରାରୁ ଉର୍ଦ୍ଧ୍ବକୁ ଉଠି ପାରିନାହେଁ ସର୍ବଭୌମ ଗଣତନ୍ତ୍ରର ଅଧିବାସୀ ହୋଇଥିବା ସତ୍ତ୍ବେ ସମସ୍ତଙ୍କୁ ସମାନ ଅଧିକାର ମିଳିନାହିଁ, ଯାହାକୁ ଅତି ସୁନ୍ଦର ଭାବରେ ଏହି ଭିଡ଼ିଓରେ ଦେଖା ଯାଉଛି ଦେଖନ୍ତୁ ଭିଡ଼ିଓ ;
ନିଜ ପାଇଁ ରହିବାକୁ ଘରଟିଏ ଖୋଜି ଖୋଜି ନ ପାଇବା ପରେ ହତୋତ୍ସାହିତ ହୋଇ ମୁସଲମାନ ଯୁବକମାନେ ନିଜ ନାମ ପରିବର୍ତ୍ତନ କରି କେମିତି ଘରଟିଏ ପାଉଛନ୍ତି ତାହାକୁ ଦେଖାଯାଉଛି ଏହି ଭିଡ଼ିଓରେ
ଏହି ଭିଡ଼ିଓରେ ଥିବା ସନ୍ଦେଶରେ କୁହାଯାଉଛି, “କେବେ ଭାରତ ଜାତିବାଦ ଓ ଧର୍ମବାଦରୁ ମୁକୁଳିବ”?
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page