ଗୁପ୍ଚୁପ୍ ଏକ କିନ୍ତୁ ନାଁ ଅନେକ
ଆପଣ ଜାଣନ୍ତି କି ଗୁପ୍ଚୁପର ଅନ୍ୟୁନ ଏଗାରଟି ଭିନ୍ନ ଭିନ୍ନ ନାଁ ରହିଛି ?
ଆପଣ ଭାରତର ଗଳିକନ୍ଦିରେ ଯୁଆଡ଼େ ଗଲେ ବି ଗୁପଚୁପର ବାସ୍ନା ନିହାତି ପାଇବେ! ସମସ୍ତଙ୍କର ନିହାତି ଲୋଭ ଆସିଯିବ ଗୁପଚୁପ ଦେଖିଲା ମାତ୍ରେ କେ!!
ହେଲେ ଆପଣ ଜାଣନ୍ତି କି, ଏହି ଗୁପ୍ଚୁପ୍ ବା ଗୋଲଗପ୍ପାର ନାମ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଆସନ୍ତୁ ଜାଣିବା ଏହାର ନାମ କେଉଁ ରାଜ୍ୟରେ କଣ
୧. ଗୁଜୁରାଟର ଏହାକୁ ‘ପକୋଡ଼ି’ କୁହନ୍ତି ଏବଂ ଏହାର ସ୍ବାଦରେ ପେଟ ପୁରିଯାଇଥାଏ, ଯେବେ ସେଥିରେ ଟିକେ ସେଉ ବୁନ୍ଦି ମିଶାଇ ଦିଅନ୍ତି
୨. ଏହା ପାନିପୁରି ଭାବେ ସମସ୍ତଙ୍କୁ ଜଣା! କିନ୍ତୁ ଉତ୍ତର ଭାରତରେ ଏହା ‘ଗୋଲ ଗପ୍ପା’ ଭାବେ ପରିଚିତ ଯଦିଓ ଏହା ଆକାରରେ ଗୋଲ ନୁହେଁ!
୩. ଗୁପଚୁପର ସିଧା ଇଂରାଜୀ ନାମକରଣ - ‘ଵ୍ବାଟର୍ ବଲ୍’
୪. ଏହା ‘ଆଳୁ ଟିକ୍କି’ ନୁହେଁ! ଯଦିଓ ଏଥିରେ ଆଳୁ ଓ ଚଣା ସହ ପରଶା ଦିଅନ୍ତି, ଏହାକୁ ମଧ୍ୟପ୍ରଦେଶର ହୋଶାଙ୍ଗାବାଦରେ ‘ଟିକ୍କି’ ବୋଲି କହନ୍ତି!
୫. ପଶ୍ଚିମବଙ୍ଗ, ବାଂଲାଦେଶ ଓ ଆସାମରେ ଏହାକୁ ‘ପୁଚୁକା’ କୁହନ୍ତି! ଏହା ଟିକେ ନିଆରା, କାରଣ ଏଠି ଆଲୁ ସିଝା, ଚଟଣି ଟିକେ ରାଗ ଓ ଖଟାପାଣିର ସ୍ବାଦ ଏକଦମ୍ ଝାକାସ୍ ଲାଗେ
୬. ସବୁ ଏକା ଜିନିଷ, ଖାଲି ନାଁ ଅଲଗା! ନେପାଳର କିଛି ଭାଗରେ ଓ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ‘ଫୁଲକି’ କୁହନ୍ତି!
୭. ‘ପତାଶି’ ପାଇଁ ଆମ୍ବୁଲରେ ତିଆରି ଖଟାପାଣି ଦିଆଯାଏ ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଏହି ନାମରେ ସମସ୍ତେ ଜାଣନ୍ତି ତାଙ୍କର ପ୍ରିୟ ଖାଦ୍ୟକୁ
୮. ଆପଣଙ୍କ ସମସ୍ତଙ୍କ ପ୍ରିୟ ‘ପାନିପୁରି’ ଯେଉଁ ନାମରେ ଏହା ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲ ନାଡୁ ଏବଂ ନେପାଳର କିଛି ଅଞ୍ଚଳରେ ପରିଚିତ
୯. ‘ପାଣି କେ ଫଟାସ’ର ସ୍ବାଦ ଉତ୍ତରର ଗୋଲ ଗପ୍ପାର ସ୍ବାଦ ଏକା ପରି ଆପଣଙ୍କୁ ଯଦି ହରିୟାଣାରେ ଗୁପଚୁପ ଖାଇବା ପାଇଁ ଇଚ୍ଛା ତା ହେଲେ ବଜାରରେ ଏହି ନାଁଟି କୁହନ୍ତୁ
୧୦. ‘ପାଡ଼ଖା’ ନାଁ ଟି ଅଜବ ଲାଗୁଥିଲେ ମଧ୍ୟ ଏହା ଆଲିଗଡ଼, ଉତ୍ତରପ୍ରଦେଶର ଗୁପଚୁପର ଡକା ନାଁ!
୧୧. ବୋଧେ ପାଟିରେ ନେଇ ଚୋବାଇଲା ବେଳେ ଯୋଉ ଧ୍ବନି ହୁୟେ ତାକୁ ଦେଖି କେହି ଏହାର ନାମ ଗୁପ୍ ଚୁପ୍ ଦେଇଥାଇ ପାରେ! ଏହି ନାଁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ହାଇଦ୍ରାବାଦ, ତେଲେଙ୍ଗାନାରେ ଜଣାଶୁଣା!
ନାଁ ଅନେକ,କିନ୍ତୁ ଜିନିଷ ହେଉଛି ଗୋଟିୟେ!
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page