ସାବଧାନ : ଆପଣ ଠକି ହେଉନାହାନ୍ତି ତ ?

ଆପଣଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଠକମାନେ ଆପଣଙ୍କ ଧନକୁ ଚୋରେଇ ନେବାରେ ସକ୍ଷମ!

ସମାଜ | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 2797 ଜଣ ପଢ଼ିଛନ୍ତି

ATM Fraud Scam
ଆପଣଙ୍କ କଷ୍ଟ ଅର୍ଜିତ ଧନକୁ ଆଖି ପିଛୁଳାକେ ଚୋରେଇ ନେବାପାଇଁ ଲାଗିଛନ୍ତି ଅନେକ ଠକ୤ ଯେଉଁ ସବୁ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଉପରେ ଆପଣ ଆସ୍ଥା ରଖି ନିଜ ଧନକୁ ସୁରକ୍ଷିତ ରଖିବାକୁ ଚାହାନ୍ତି ସେହି ସବୁ ସ୍ଥାନ ମଧ୍ୟ ଠକାମୀର ଶୀକାର ହୋଇପାରନ୍ତି୤ ଯୁଗ ସହ ତାଳଦେଇ ଠକମାନେ ମଧ୍ୟ ନୂଆ ନୂଆ ଉପାୟ ଉଦ୍ଭାବନ କରିବାରେ ଲାଗିଛନ୍ତି୤ ଆପଣ ଯେତେ ଯତ୍ନବାନ ହେଲେ ସୁଦ୍ଧା ଆପଣଙ୍କୁ ଠକିଦେବା ପାଇଁ ଆପଣଙ୍କଠାରୁ ଅଧିକ ତୀକ୍ଷ୍‌ଣ ବୁଦ୍ଧି କାମ କରୁଛି୤
ଶ୍ରୀମତି ଶର୍ମା ଦିନବେଳେ ବଜାରରେ କିଛି କିଣାକିଣି କରିବା ଆଶାରେ ଯାଇଥିବା ସମୟରେ ନିଜର ଅତିପ୍ରିୟ ଭ୍ୟାନିଟି ବ୍ୟାଗଟି କେଉଁଠି ହଜେଇ ଦେଇ ଆସିଲେ୤ ବ୍ୟାଗରେ କିଛି ହଜାର ଟଙ୍କା ସହ ଥିଲା ତାଙ୍କର ମୋବାଇଲ୍ ଫୋନ୍, ବ୍ୟାଙ୍କର ଏଟିଏମ୍ - ଡେବିଟ୍ କାର୍ଡ଼ ଏବଂ ଅନ୍ୟ କିଛି ସାମଗ୍ରୀ୤ ତୁରନ୍ତ କଣ କରିବା ସେ ବିଷୟରେ ଚିନ୍ତା କରିନପାରି ନିଜ ସ୍ବାମୀଙ୍କୁ ଏହି ବିଷୟରେ ଜଣାଇବାକୁ ଚାହିଁଲେ୤ ହେଲେ ଯେବେ ଠାରୁ ଏଇ ସ୍ମାର୍ଟ୍ ଫୋନ୍ ଆସିଛି ଆମେ ଆଉ କେହି ବି କାହାର ବି ଫୋନ୍ ନମ୍ବର ମନେ ରଖିବାକୁ ଯତ୍ନବାନ ହେଉନାହୁଁ୤ ଆଙ୍ଗୁଠି ଅଗରେ ତ ସବୁକିଛି ଅଛି, କିଏ ଏତେ ନମ୍ବର ମନେ ରଖୁଛି ! ସେ ଯା ହେଉ ଜଣେ ବନ୍ଧୁଙ୍କ ମୋବାଇଲରୁ ନିଜ ସ୍ବାମୀଙ୍କୁ ଫୋନ କରି ସେ ନିଜ ବ୍ୟାଗ ହଜିଯାଇଥିବା କଥା କହିଦେଲେ୤
ATM Fradu Scam
ସ୍ବାମୀ କିନ୍ତୁ ଆହୁରି ଚିନ୍ତାଜନକ କଥାଟିଏ ଜଣାଇ ଦେଲେ, ଯେ ସେ ଏଇ କିଛି କ୍ଷଣ ପୂର୍ବରୁ ଶ୍ରୀମତି ଶର୍ମାଙ୍କ ମୋବାଇଲକୁ ଡେବିଟ୍ କାର୍ଡ଼ର ପିନ୍ ନମ୍ବର ଟା ମେସେଜ୍ କରିଛନ୍ତି୤ କାରଣ ସେ ଫୋନରେ ଡେବିଟ୍ କାର୍ଡ଼ର୍ ନମ୍ବର ପଚାରିଥିଲେ୤ ଆଉ କହିବା ଅନାବଶ୍ୟକ ଯେ, ବ୍ୟାଗକୁ ଚୋରୀ କରିନେଇଥିବା ଚୋର ଜଣକ ଶ୍ରୀମତି ଶର୍ମାଙ୍କ ମୋବାଇଲକୁ ବ୍ୟବହାର କରି ତାଙ୍କ ସ୍ବାମୀଙ୍କ ପାଖକୁ ଏସ୍‌ଏମ୍‌ଏସ୍ କରି ଡେବିଟ୍ କାର୍ଡ଼ର ନମ୍ବର ମାଗି ପାଇସାରିଥିଲା୤ ଅତି ସହଜରେ ସେ କାର୍ଡ଼ ବ୍ୟବହାର କରି ବ୍ୟାଙ୍କରୁ ଏକ ଭଲ ରକମ ଉଡ଼େଇ ନେବାରେ ସକ୍ଷମ ହୋଇଗଲା୤
ଅବଶ୍ୟ ଶ୍ରୀ ଶର୍ମା ଏହି ବିଷୟରେ ବ୍ୟାଙ୍କକୁ ଜଣାଇବା ପୂର୍ବରୁ ଟଙ୍କା ଏକାଉଣ୍ଟରୁ ଚାଲି ଯାଇଥିଲା୤ ବ୍ୟାଗ ହଜିବା ପାଇଁ କିଏ ଦାୟୀ ବା ବ୍ୟାଗକୁ ଶ୍ରୀମତି ଶର୍ମା କାହିଁକି ଯତ୍ନରେ ଧରିଲେ ନାହିଁ, ଏହି ସବୁ ବିଷୟ ଆମେ ଚର୍ଚ୍ଚା କରିବା ପଛରେ କିନ୍ତୁ ଏଥିରୁ କିଛି ଶିକ୍ଷା ନିଶ୍ଚୟ ପାଇଥିବେ ବୋଲି ଆଶା୤
ATM Fraud Scam
ପ୍ରଥମତଃ ବ୍ୟାଗ ହଜିଯିବା ପରେ ଶ୍ରୀମତି ଶର୍ମା ତୁରନ୍ତ ନିଜ ସ୍ବାମୀଙ୍କୁ ଏହି ବିଷୟରେ ଜଣାଇଥିଲେ ଭଲ ହୋଇଥାନ୍ତା୤ ଦ୍ବିତୀୟତଃ ଶ୍ରୀ ଶର୍ମା ଯେତେବେଳେ ନିଜ ପ୍ରିୟତମା ପତ୍ନୀଙ୍କ ପାଖରୁ ଏସ୍‌ଏମ୍‌ଏସ୍ ପାଇଲେ ସେ ପୁଣି ମେସେଜ୍ ନ ଦେଇ ବରଂ ଫୋନରେ କଥା ହୋଇ ଜାଣିବାକୁ ଚେଷ୍ଟା କରିବା ଉଚିତ ଥିଲା ଯେ ପ୍ରକୃତରେ ସେ ନମ୍ବର କଣ ଭୁଲି ଯାଇଛନ୍ତି? ତୃତୀୟତ: ଆମେ ସମସ୍ତେ ବ୍ୟାଙ୍କର ଏଟିମ୍ ବା ଡେବିଟ୍ କାର୍ଡ଼ ନିଶ୍ଚୟ ବ୍ୟବହାର କରୁଛେ, ତେଣୁ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ଏହାର ସିକ୍ରେଟ୍ ପିନ୍ ନମ୍ବର ନିଜେ ମନେ ରଖିବା ଉଚିତ୤ ବ୍ୟାଙ୍କମାନଙ୍କ ଦ୍ବାରା ବାରମ୍ବାର ସାବଧାନ କରାଯାଉଥିବା ସତ୍ତ୍ବେ ମୋବାଇଲରେ ମେସେଜରେ କିମ୍ବା କଥା ହେଉଥିବା ସମୟରେ ଏହି ସବୁ ଗୁରୁତ୍ତ୍ବପୂର୍ଣ୍ଣ ତଥ୍ୟ ଅଜଣା ବ୍ୟକ୍ତିଙ୍କୁ ଜଣାଇବା ଅନୁଚିତ୤
ଆଶା କରୁଛି ଏହା ଆପଣଙ୍କୁ ସାବଧାନ କରିଦେଇଥିବ୤ ଆପଣ କେବେ ଏମିତି ଠକାମୀରେ ଶୀକାର ନ ହୁଅନ୍ତୁ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤