ପୁଣି ଫେରୁଛି ସ୍କୁଟରର ଯୁଗ !!!

ଅଧିକରୁ ଅଧିକ ଲୋକ ବର୍ତ୍ତମାନ ସ୍କୁଟର ପସନ୍ଦ କରୁଛନ୍ତି, କାହିଁକି ?

ଅର୍ଥ ଓ ବଜାର | 15 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 3717 ଜଣ ପଢ଼ିଛନ୍ତି

Bajaj Scooter
ମନେ ପକାନ୍ତୁ ବିଗତ ଶତାବ୍ଦୀର ଅଶି ଓ ନବେ ଦଶକର କଥା୤ ରବିବାର ସକାଳ ନଅଟା ହେଉଣୁ ସମସ୍ତେ କୋଣାର୍କ ଟିଭି ସାମନାରେ ବସିଯାଉଥିଲେ ରାମାୟଣ ଆଉ ମହାଭାରତ ଦେଖିବାପାଇଁ୤ ଏହି ସମୟରେ ସମସ୍ତଙ୍କ ଅତି ପ୍ରିୟ ବିଜ୍ଞାପନ ଟିଏ ବାଜୁଥିଲା୤ “ୟେ ଜମୀନ୍ ୟେ ଆସମାଁ... ହଁ...” ମନେ ପଡ଼ୁଛି ? ହଁ, ଆମ ଅତି ପ୍ରିୟ ବଜାଜ୍ ସ୍କୁଟରର ବିଜ୍ଞାପନ୤ ବିଜ୍ଞାପନ ଆମ ସମସ୍ତଙ୍କ ତୁଣ୍ଡରେ ଥିଲା, ବାଜିବା କ୍ଷଣି ସମସ୍ତେ ଏକ ସ୍ବରରେ ଗାଉଥିଲୁ, ହମାରା ବଜାଜ୤ ଯଦି ମନେ ପଡୁନାହିଁ, ତା ହେଲେ ଏଇ ଦେଖନ୍ତୁ ସେଇ ବିଜ୍ଞାପନର ଦୃଶ୍ୟ୤

ସେହି ଦଶକରେ ସ୍କୁଟର ସହିତ ଅନେକ ବାଇକ୍ ବି ଥିଲା, ରାଜଦୁତ୍, ୟେଜ୍‌ଦି, ଏନ୍ଫିଲ୍‌ଡ୍, ୟାମା କିନ୍ତୁ ସମସ୍ତଙ୍କର ପସନ୍ଦ ଥିଲା ସ୍କୁଟର୤ ପ୍ରତ୍ୟେକ ପରିବାରପାଇଁ ସର୍ବଶ୍ରେଷ୍ଟ ବାହନ୤ ବଜାଜ୍ ସ୍କୁଟର ଏବଂ ପରେ ପରେ ଏଲ୍‌ଏମ୍‌ଏଲ୍ ଭେସ୍ପା୤ ୟା ପୂର୍ବରୁ ଲାମ୍ବି ସ୍କୁଟର ମଧ୍ୟଥିଲା୤ ହେଲେ ଦେଖୁ ଦେଖୁ ସ୍କୁଟର କେଉଁଠି ହଜିଗଲା୤ ଲୋକମାନେ ଅଧିକରୁ ଅଧିକ ବାଇକ୍ କିଣିବାକୁ ପସନ୍ଦ କଲେ୤ ନବେ ଦଶକରେ ବଜାଜ ଚେତକ୍ ଥିଲା ସବୁଠାରୁ ଅଧିକ ବିକ୍ରୀ ହେଉଥିବା ଯାନ, କିନ୍ତୁ ମାତ୍ର ପାଞ୍ଚବର୍ଷରେ ଏହାର ବିକ୍ରୀ ଏତେ କମ ହୋଇଗଲା ଯେ ବଜାଜ କମ୍ପାନୀ ସ୍କୁଟର ନିର୍ମାଣ କରିବା ବନ୍ଦ କରିବା ନିଷ୍ପତ୍ତି ନେଇଗଲେ୤ ୨୦୦୬-୦୭ ବେଳକୁ ସ୍କୁଟର ତୁଳନାରେ ବାଇକ୍ ମାନଙ୍କ ସଂଖ୍ୟା ବହୁତ ବଢ଼ିଗଲା୤ ଅବସ୍ଥା ଏମିତି ହେଲା ଯେ ଦିନେ କେବଳ ସ୍କୁଟର ଦେଖାଯାଉଥିବା ରାସ୍ତାରେ ଶହେରେ ନବେ କେବଳ ବାଇକ୍ ଦେଖାଗଲା୤ ଏଥିପାଇଁ ନୂଆ ନୂଆ ବାଇକ୍ ମାନଙ୍କ ବଜାର ପ୍ରବେଶ ଆଉ ବାଇକ୍‌କୁ ପୁରୁଷତ୍ବର ସମାନ ବୋଲି ଉଦାହରଣ ଦେଇ ପ୍ରସ୍ତୁତ ବିଜ୍ଞାପନ ମାନେ ଦାୟୀ ଥିଲେ୤ ୨୦୧୦ ମସିହା ପରେ ବଜାଜ ସମ୍ପୂର୍ଣ୍ଣ ଭାବରେ ସ୍କୁଟର ନିର୍ମାଣ ବନ୍ଦ କରିଦେଲା୤
Bajaj Scooter Family
ହିରୋ ହୋଣ୍ଡା କମ୍ପାନୀ ଆସିବା ପରେ ବାଇକ୍ ମାନଙ୍କ ବିକ୍ରୟ ବହୁଗୁଣରେ ବଢ଼ିଯାଇଥିଲା୤ ସେହି ବଜାର ପ୍ରାଧାନ୍ୟ ଅନେକ ବର୍ଷ ରହିଲା, ଅନ୍ୟୁନ ଦୁଇ ଦଶକ ପର୍ଯ୍ୟନ୍ତ ବଜାରରେ ବାଇକ୍ ମାନଙ୍କ ଚାହିଦା କାହିଁରେ କଣ ରହିବା ପରେ ପୁଣି ଥରେ ଫେରିଛି ସ୍କୁଟରର ଯୁଗ୤ ଭାରତୀୟ ଯାନବାହାନ ଶିଳ୍ପ ଓ ବ୍ୟବସାୟ ତରଫରୁ ମିଳୁଥିବା ସୂଚନା ଅନୁଯାୟୀ ୨୦୧୫-୧୬ ବର୍ଷରେ ହିରୋ ହୋଣ୍ଡାର ସର୍ବାଧିକ ବିକ୍ରୟ ହେଉଥିବା ସ୍ପ୍ଲେଣ୍ଡର୍ ତୁଳନାରେ ହୋଣ୍ଡା କମ୍ପାନୀର ହୋଣ୍ଡା ଆକ୍ଟିଭା ସର୍ବାଧିକ ବିକ୍ରୟ ହୋଇଛି୤ ଅର୍ଥାତ ବାଇକ୍ ମାନଙ୍କ ତୁଳନାରେ ସ୍କୁଟର ମାନଙ୍କ ଚାହିଦା ବୃଦ୍ଧି ପାଇଛି୤
ଏହା ପଛରେ ଅନେକ କାରଣ ରହିଛି୤ କ୍ରମବର୍ଦ୍ଧିଷ୍ଣୁ ଜନସଂଖା ହେତୁ ସହରାଞ୍ଚଳରେ ଲୋକମାନେ ନୂଆ ଭାବରେ ପ୍ରସ୍ତୁତ ଏହି ସ୍କୁଟର ମାନଙ୍କୁ ପସନ୍ଦ କରୁଛନ୍ତି କାରଣ ଏଥିରେ ଗିୟର୍ ନଥାଏ ଏବଂ ଚଳାଇବା ସହଜ, ତେଣୁ ଉଭୟ ପୁରୁଷ ଓ ମହିଳା ଏହାକୁ ପସନ୍ଦ କରୁଛନ୍ତି୤ ଦିନକୁ ଦିନ ଅଧିକ ମାଇଲେଜ୍ ଦେଉଥିବା ସ୍କୁଟର ବଜାରରେ ଆସୁଥିବା ହେତୁ ଲୋକମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି୤ ଏକ ମାର୍କେଟ୍ ରିପୋର୍ଟ୍ ଅନୁଯାୟୀ ଦେଶରେ ବିକ୍ରୀ ହେଉଥିବା ସ୍କୁଟର ମାନଙ୍କର ୩୦-୪୦ ପ୍ରତିଶତ କେବଳ ମହିଳା ମାନେ ଚଳାଉଥିବା ବେଳେ ଅଧିକାଂଶ ପୁରୁଷ ମାନେ ଚଳାଉଛନ୍ତି୤ ସ୍କୁଟର କେବଳ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ଥିବା ମାନସିକତାରେ ଅନେକ ପରିବର୍ତ୍ତନ ଆସିଲାଣି୤
ଯା ହେଉ ବର୍ତ୍ତମାନ ଆମ ସହର ରାସ୍ତାରେ ବାଇକ୍ ତୁଳନାରେ ସ୍କୁଟରମାନଙ୍କ ସଂଖ୍ୟା ବୃଦ୍ଧି ଦେଖିବାକୁ ମିଳିଲାଣି, ଏବଂ ଭେସ୍ପା କମ୍ପାନୀ ପୁଣି ନୂତନ ରୂପରେ ବଜାରରେ ଉପଲବ୍ଧ ହେଉଛି୤ ଯାହା ଲାଗୁଛି ପୁଣିଥରେ ପୁରୁଣା ଦିନ ଫେରୁଛି୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤