ଟପର୍ ହେବାର ଇଚ୍ଛା ? ବିହାରରେ ପିଲାଙ୍କୁ ପଢ଼ାନ୍ତୁ !!!

ନିଜ ପିଲାଙ୍କୁ ଟପର୍ କରିବାକୁ ଚାହୁଁଛନ୍ତି କି ? ତା’ହେଲେ ସେମାନଙ୍କୁ ବିହାରରେ ନେଇ ବେସରକାରୀ କଲେଜରେ ଜଏନ କରନ୍ତୁ୤

ରାଜନୀତି | 20 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 2897 ଜଣ ପଢ଼ିଛନ୍ତି

ବିହାରରେ ଚାଲୁଥିବା ଅନେକ ଅଣସରକାରୀ ସ୍କୁଲରେ ପ୍ରତିବର୍ଷ ଶତପ୍ରତିଶତ ରିଜଲ୍ଟ୍ କେମିତି ହେଉଛି ତାହା ଆଶ୍ଚର୍ଯ୍ୟ ଏବଂ ତଦନ୍ତର ବିଷୟ୤
Results of 100%
ବିହାରର ବୈଶାଳୀ ଜିଲ୍ଲାରେ ଥିବା ବିଷ୍ଣୁରାୟ କଲେଜରେ ପରୀକ୍ଷା ଦେଇଥିବା ୧୦୦୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି୤ ସେଥିମଧ୍ୟରୁ ୨୨୨ ଜଣ ପରୀକ୍ଷାର୍ଥୀ ଏକାପରି ମାର୍କ୍ ପାଇଛନ୍ତି୤
ନିକଟ ଅତୀତରେ ବିହାରରେ ପ୍ରକାଶିତ ବିହାର ବୋର୍ଡ଼ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ଅଙ୍କ / ମାର୍କ ରଖିଥିବା ରୁବି ରାୟ ଏବଂ ସୌରଭ ଶ୍ରେଷ୍ଠଙ୍କୁ ଗଣମାଧ୍ୟମ ଦ୍ବାରା ପରିବେଷିତ ସେମାନେ ପରୀକ୍ଷା ଦେଇଥିବା ବିଷୟର ଅତି ସାମାନ୍ୟ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ଆସିନଥିଲା, ଯାହା ପରେ ଏହାକୁ ନେଇ ଏକ ଦେଶବ୍ୟାପୀ ପରିଚର୍ଚ୍ଚା ଆରମ୍ଭ ହୋଇଗଲା୤ ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ଅନେକ ଟାହି ଟାପରା ହେଲା ଏବଂ ବିହାରକୁ ନିମ୍ନଗାମୀ ବୋଲି ଦର୍ଶାଇବାକୁ ଅନେକ ବ୍ୟକ୍ତି ପ୍ରଚେଷ୍ଟାରେ ଲାଗିଗଲେ୤ ଏହା ବିହାରରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଦୂର୍ବଳ ଅବସ୍ଥାକୁ ପଦାରେ ପକାଇ ଦେଇଛି୤
ରୁବି ଓ ସୌରଭ ଉଭୟ ବିଷ୍ଣୁରାୟ କଲେଜରେ ପଢୁଥିଲେ୤
ବିଷ୍ଣୁରାୟ କଲେଜ ବା ଭି ଆର୍ କଲେଜ ଭାବରେ ପ୍ରସିଦ୍ଧ ଏହି କଲେଜ ପ୍ରତିବର୍ଷ ଦ୍ବାଦଶ ଶ୍ରେଣୀର ପରୀକ୍ଷାଫଳ ଶତପ୍ରତିଶତ ଦେଇ ଆସୁଛି୤ ଏହି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳର ଗରୀବ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ ଏହି କଲେଜରେ ଶିକ୍ଷା ଗ୍ରହଣ କରନ୍ତି୤
ଏହି କଲେଜର ପରିଚାଳନା ଦାୟିତ୍ବରେ ଅଛନ୍ତି ବଚ୍ଚା ରାୟ, ଯେ ରାଷ୍ଟ୍ରୀୟ ଜନତା ଦଳର ଜଣେ ନେତା ଏବଂ ରାଜଦ ପ୍ରମୁଖ ଲାଲୁ ଯାଦବଙ୍କ ଅତି ନିକଟ ଲୋକ ବୋଲି ଜଣାଶୁଣା୤
ବିହାର ସ୍କୁଲ ପରୀକ୍ଷା ବୋର୍ଡ଼ ଅଧିକାରୀଙ୍କ ଅନୁଯାୟୀ ଏହି କଲେଜର ୧୦୦୭ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୨୨୨ ଜଣ ସମାନ ଅଙ୍କ ରଖିଛନ୍ତି୤
ଗତ ବର୍ଷ ଏହି କଲେଜର ୨୦୦ ଛାତ୍ରଛାତ୍ରୀ ଏକ ସମାନ ଉତ୍ତର ଲେଖିଥିଲେ ବୋଲି ଅଭିଯୋଗ ଆସିବା ପରେ ବିହାର ସ୍କୁଲ ପରୀକ୍ଷା ବୋର୍ଡ଼ ଏହାର ସମୀକ୍ଷା କରିବାକୁ ବାଧ୍ୟ ହୋଇଥିଲା୤ ଗଣମାଧ୍ୟମରେ ପ୍ରଚାର ହୋଇଥିଲା ଯେ ଏହି କଲେଜରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତାର ନକଲ ଦିଆଯାଉଥିଲା୤
ଆଶ୍ଚର୍ଯ୍ୟଜନକ ଭାବରେ ତଦନ୍ତ କରୁଥିବା କମିଟି କୌଣସି ଦୋଷ ଦେଖିପାରିନଥିଲେ ଏବଂ ସେଇଥିପାଇଁ କଲେଜ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା୤
ବିହାର ସ୍କୁଲ ପରୀକ୍ଷା ବୋର୍ଡ଼ର ପୁରୁଣା ଚେୟାରମେନ୍ ଏ କେ ପି ଯାଦବଙ୍କ ଅନୁସାରେ ପାଞ୍ଚ ଛଅ ବର୍ଷ ତଳେ ବିହାର ରାଜ୍ୟ ବିଧାନ ସଭାରେ ଏହି କଲେଜରେ ହେଉଥିବା ଅନିୟମିତତା ଏବଂ ସମସ୍ତ ଛାତ୍ରଛାତ୍ରୀ ଅଧିକ ଅଙ୍କ ରଖିବା ବିଷୟକୁ ନେଇ ଚର୍ଚ୍ଚା ହେବା ପରେ ଏହି କଲେଜର ରିଜଲ୍ଟକୁ ବନ୍ଦ କରିଦିଆ ଯାଇଥିଲା୤ ପରେ ବୋର୍ଡ଼ ଏହି କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳର ଦଶପ୍ରତିଶତ ଅଙ୍କ କାଟି ଦେଇଥିଲେ୤
ଚଳିତ ବର୍ଷର ଘଟଣାବଳୀ ପରେ ବିହାର ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ ଅଶୋକ ଚୌଧୁରୀ ରାଜ୍ୟରେ ‘ଶିକ୍ଷା ମାଫିଆ’ କାମ କରୁଥିବା କଥା ସେ ମାନିଛନ୍ତି୤
ବିଗତ ବର୍ଷ ବେଗୁସରାଇ ଜିଲ୍ଲାର ଏସ୍‌ଏନ୍‌ଏନ୍‌ଆର୍‌ କଲେଜର ୪୬୩ରୁ ୪୫୯ ଜଣ ଏବଂ ସମସ୍ତିପୁର ଜିଲ୍ଲାର ବିଆର୍‌ଏସ୍ ମହିଳା କଲେଜର ୬୦୧ରୁ ୫୮୨ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ୤ ନବାଡ଼ା ଜିଲ୍ଲାର ଇରାକୀ ଗାର୍ଲସ୍ ଇଣ୍ଟରମେଡ଼େଟ୍ ସ୍କୁଲର୍ ସମସ୍ତ ୧୨୭ ଜଣ ଏବଂ ବେତ୍ତିଆ ଜିଲ୍ଲାର ସେଣ୍ଟ୍ ତେରେସା ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ୬୩ ଜଣ ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ୤
ଜନୈକ ବିହାର ସ୍କୁଲ ପରୀକ୍ଷା ବୋର୍ଡ଼ ଅଧିକାରୀଙ୍କ ଅନୁଯାୟୀ ଅଣଅନୁଦାନ ପ୍ରାପ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନେ ନିଜ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅଙ୍କ ଆଣିବା ବ୍ୟବସ୍ଥା କରିବାରେ ପାରଙ୍ଗମ୤ ବେଳେ ବେଳେ ଏମିତି ବି ଦେଖାଯାଉଛି ଯେ ଗୋଟିଏ କଲେଜରୁ ହିଁ ସମସ୍ତ ବିଷୟରେ ଟପର୍ ବାହାରୁଛନ୍ତି୤
ପ୍ରାୟ ସମସ୍ତ ବେସରକାରୀ କଲେଜ ଅନେକ ରାଜନୈତିକ ଦଳର ବାହୁବଳୀ ନେତାମାନଙ୍କ ଦ୍ବାରା ପରିଚାଳିତ ହେଉଥିବାରୁ ସେମାନଙ୍କ ଉପରେ କୌଣସି କଟକଣା ଲାଗୁ ହେଉନାହିଁ୤
ପୂର୍ବତନ ମନ୍ତ୍ରୀ ଓ ରାଜଦ ବାହୁବଳୀ ଏମଏଲଏ ସୁରେନ୍ଦର୍ ଯାଦବ ଗୟା ଜିଲ୍ଲାରେ ଦୁଇଟି କଲେଜ ଚଳାଉଛନ୍ତି୤ ଅନ୍ୟଜଣେ ପୂର୍ବତନ ଏମଏଲଏ ମହେଶ ସିଂ ଯାଦବ ଗୟାରେ ଏକ ଅଣଅନୁଦାନ ପ୍ରାପ୍ତ କଲେଜ ଚଳାଉଛନ୍ତି୤
୨୦୦୮ ମସିହା ପରେ ବିହାର ସରକାର ଯେତେବେଳେ କଲେଜର ପରୀକ୍ଷାଫଳକୁ ଦେଖି ଅନୁଦାନ ଦିଆଯିବ ବୋଲି ଘୋଷଣା କରିଲେ ସେତେବେଳ ଠାରୁ ଏହି ଅଧିକ ଅଙ୍କ ରଖିବା କାର୍ଯ୍ୟ ଆରମ୍ଭ ହୋଇଥିଲା୤ ବେସରକାରୀ ଓ ଅଣଅନୁଦାନ ପ୍ରାପ୍ତ କଲେଜମାନଙ୍କୁ ସେମାନଙ୍କ ପରୀକ୍ଷାଫଳ ଆଧାରରେ ସରକାରୀ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଥିଲା ଯାହାକୁ ଅନେକ କଲେଜ ଖୋଲାଖୋଲି ଉଲ୍ଲଂଘନ କରିଥିଲେ୤
ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରଥମ ଶ୍ରେଣୀ ପାଇଁ ଚାରି ହଜାର, ଦ୍ବିତୀୟ ଶ୍ରେଣୀ ପାଇଁ ସାଢ଼େ ତିନିହଜାର ଓ ତୃତୀୟ ଶ୍ରେଣୀ ପାଇଁ ତିନିହଜାର ଟଙ୍କାର ଅନୁଦାନ ସଂପୃକ୍ତ କଲେଜକୁ ଦିଆଯିବା ବ୍ୟବସ୍ଥା ରହିଛି୤ ଏହା ଦ୍ବାରା ଅନେକ କଲେଜ ଦୁର୍ନୀତି କରି ପ୍ରଥମ ଶ୍ରେଣୀ କରାଇ କଲେଜକୁ ସହଜ ଅର୍ଥ ପାଇବାର ଉପାୟ ପାଇଛନ୍ତି୤ ଏହାଦ୍ବାରା ଅନେକ କଲେଜ କପି କରିବା ଏବଂ ଅନ୍ୟ ବିଭିନ୍ନ ଅସାଧୁ ଉପାୟ କରି ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଭଲ ଅଙ୍କ ଦିଆଇବାରେ ସାହାଯ୍ୟ କରୁଛନ୍ତି୤
ଗତ ବର୍ଷ ବିହାର ପରୀକ୍ଷାରେ ଗଣ ଦୁର୍ନୀତି କପିର ଫୋଟୋ ଓ ଭିଡ଼ିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଏବଂ ଚଳିତ ବର୍ଷ ସବୁକିଛି ନିୟନ୍ତ୍ର୍ଣରେ ଥିଲା ବୋଲି କୁହାଯାଉଥିଲା୤
ବିହାର ସ୍କୁଲ ପରୀକ୍ଷା ବୋର୍ଡ଼ ଅଧିକାରୀଙ୍କ ଅନୁଯାୟୀ ଚଳିତ ବର୍ଷ ପରୀକ୍ଷାରେ ଅସାଧୁ ଉପାୟକୁ ବନ୍ଦ କରିବାପାଇଁ ସିସିଟିଭି କ୍ୟାମେରା ଲଗାଯାଇଥିଲା ଏବଂ ପରୀକ୍ଷାକେନ୍ଦ୍ର ନିକଟରେ ୧୪୪ ଧାରା ଲାଗୁ କରାଯାଇଥିଲା, ଏବଂ ପରୀକ୍ଷା ଫେବୃଆରୀ ମାସରେ ସୁରୁଖୁରୁରେ ହୋଇଥିଲା୤
କିନ୍ତୁ ଚଳିତ ବର୍ଷର ଏହି ଦୁର୍ନୀତି ପରେ ଜଣାପଡ଼ିଛି ଯେ ତଥାପି ସବୁ ଭିତରେ କିଛି ଅଭାବ ରହିଯାଉଛି୤ କିମ୍ବା ଅସାଧୁ ବ୍ୟକ୍ତିମାନେ ଠକିବାର ନୂଆ ରାସ୍ତା କିଛି ଖୋଜି ପାଇଛନ୍ତି୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤