ସତରେ କଣ ଏମିତି ଦେଶ ବି ଥାଏ?

ମାସିକ ୧.୭୦ ଲକ୍ଷ ଟଙ୍କାର ମାଗଣା ପ୍ରତିଦାନକୁ ମନା କରିବା ଭଳି କ୍ଷମତା କାହାର ରହିଛି ?

ସମାଜ | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 2500 ଜଣ ପଢ଼ିଛନ୍ତି

Voting for free money


ଭାରତୀୟ ଶାସନ ବ୍ୟବସ୍ଥାରେ ଜନ ସାଧାରଣଙ୍କ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି, ସେଥିମଧ୍ୟରେ ଭତ୍ତା ପ୍ରଦାନର ବ୍ୟବସ୍ଥା ଅନ୍ୟତମ୤ ଗରୀବ ଅସହାୟ ମାନଙ୍କୁ ସରକାରୀ ସାହାଯ୍ୟ ହେତୁ ଏହି ସବୁ ଭତ୍ତାର ବ୍ୟବସ୍ଥା ହୋଇଛି୤ ବାର୍ଦ୍ଧକ୍ୟ ଭତ୍ତା, ଗରୀବି ଭତ୍ତା, ବିଧବା ଭତ୍ତା, ବେରୋଜଗାରୀ ଭତ୍ତା ଇତ୍ୟାଦି ଆହୁରି ଅନେକ କିଛି୤ ଏହି ଭତ୍ତା ଦେବାରେ ଅନିୟମିତତା ଦେଖାଦେଲେ ଲୋକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ପଛାଉନାହାନ୍ତି୤ ଦେଶର ଏକ ନିର୍ଦ୍ଧିଷ୍ଟ ଭାଗ ଲୋକ ଏହି ସବୁ ଭତ୍ତା ପାଉଛନ୍ତି ଏବଂ ସେମାନେ ଏହାକୁ ନିଜର ଅଧିକାର ବୋଲି ଭାବିନେଲେଣି୤ ଏଥିରେ ସେମାନଙ୍କର ଦୋଷ ନାହିଁ, ଯଦି ଗୋଟିଏ ବ୍ୟବସ୍ଥା ଅନେକ ଦିନ ଧରି ଚାଲୁରହେ, ତା ହେଲେ ଲୋକମାନେ ତାହାକୁ ଦେହସୁହା କରିଦିଅନ୍ତି ଆଉ ଧରିନିଅନ୍ତି ତାହା ସେମାନଙ୍କ ପ୍ରାପ୍ୟ ଏବଂ ଅଧିକାର୤ ମାସିକ ଦୁଇଶହରୁ ପାଞ୍ଚଶହ ଭତ୍ତା ପାଉଥିବା ଏହି ସମସ୍ତ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ଅନୁକମ୍ପାମୂଳକ ଭାବରେ ଏହି ସବୁ ଭତ୍ତା ଦିଆଯାଉଛି, ହେଲେ ସମସ୍ତେ କିନ୍ତୁ ଏହାକୁ ନିଜର ଅଧିକାର ବୋଲି ଧରିନେଇଛନ୍ତି୤ ଅବସ୍ଥା ଏମିତି ହେଲାଣି ଯେ ଭତ୍ତା ପାଉନଥିବା ଲୋକମାନେ ମିଛ ସାର୍ଟିଫିକେଟ୍ ତିଆରି କରି ଭତ୍ତା ନେବାକୁ ଅପଚେଷ୍ଟା କରିଲେଣି୤ ଏହା କେବଳ ଭାରତରେ ନୁହେଁ ବିଶ୍ବର ଅନେକ ଦେଶର ଅବସ୍ଥା୤ ଯେଉଁ ସବୁ ଦେଶର ସରକାରମାନେ ଏମିତି ଭତ୍ତା ସବୁ ସୃଷ୍ଟି କରୁଛନ୍ତି ସେହି ଦେଶରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି୤


2016 Christmas comes as we expect. As an annual tradition, Swiss watchmaking brand pioneer TAG Heuer Replica, without fear of cold, sends you chic bless in the winter season. Whether it is a holiday party or going out to play, using a wrist watch can create new styles, decorate a unique winter, and perfectly interpret the surging feeling. The watch can also provide you with accurate chronography and help you experience fun in winter.

କିନ୍ତୁ ଏମିତି ଏକ ଦେଶ ବି ଅଛି ଯେଉଁଠି ମାଗଣାରେ ଦିଆଯାଉଥିବା ଭତ୍ତାକୁ ସମୁଦାୟ ଦେଶର ନାଗରିକମାନେ ଭୋଟ ଦ୍ବାରା ନାକଚ କରିଦେଇଛନ୍ତି୤ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ସ୍ବିଜରଲ୍ୟାଣ୍ଡରେ୤ ସ୍ବିଜରଲ୍ୟାଣ୍ଡ ବିଶ୍ବର ଅନ୍ୟତମ ଧନୀ ରାଷ୍ଟ୍ର ମାନଙ୍କରେ ପରିଗଣିତ୤ ଏକ ସମୃଦ୍ଧ ଅର୍ଥନୈତିକ ବ୍ୟବସ୍ଥା ହେତୁ ଦେଶରେ ମୁଦ୍ରାଭଣ୍ଡାର ଯଥେଷ୍ଟ ରହିଛି୤ ଏହି ସବୁ ପରିସ୍ଥିତିକୁ ଅନୁଧ୍ୟାନ କରି ବେସେଲ୍ କେଫର ମାଲିକ ଡାନିଏଲ୍ ହାଏନି ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ବାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ମାସିକ ୨୫୦୦ ସ୍ବିସ୍ ଫ୍ରାଙ୍କ୍ (ଭାରତୀୟ ମୂଲ୍ୟରେ ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା) ଏବଂ ନାବାଳକଙ୍କୁ ମାସିକ ୬୨୫ ଫ୍ରାଙ୍କ (୪୨ ହଜାର ୫୦୦ ଟଙ୍କା) ପ୍ରଦାନ କରିବାପାଇଁ ପ୍ରସ୍ତାବ ଦିଆଯାଇଥିଲା୤ ଏହା ଦ୍ବାରା ଦେଶର ସମସ୍ତ ନାଗରିକ ସମ୍ମାନର ସହ ବଞ୍ଚିପାରିବ ବୋଲି ସେମାନେ ମତ ଦେଇଥିଲେ୤ ଏଥିପାଇଁ ଦେଶବ୍ୟାପୀ ଏକ ସର୍ବେକ୍ଷଣ କରାଯାଇଥିଲା୤ ସ୍ବିସ୍ ବ୍ରଡ଼କାଷ୍ଟିଂ ସଂସ୍ଥା ଏସଆର୍‌ଏଫ୍ ପାଇଁ ଜିଏଫ୍‌ଏସ୍ ପୋଲିଂ ପକ୍ଷରୁ ଆୟୋଜିତ ଏହି ଭୋଟିଂ ପ୍ରକ୍ରିୟାର ଫଳାଫଳ ସମସ୍ତଙ୍କୁ ଚକିତ କରିବା ପାଇଁ ଯଥେଷ୍ଟ୤ ଅନ୍ୟୁନ ଆମ ଦେଶର ଅଗଣିତ ଲୋକ ଯେଉଁମାନେ ସରକାରୀ ଅନୁଦାନକୁ ନିଜର ଅଧିକାର ବୋଲି ଧରିନେଇଛନ୍ତି ସେମାନେ ଏହାର ଫଳାଫଳ ଦେଖି ଚମକି ପଡ଼ିବା ସ୍ବାଭାବିକ ଏବଂ ଆମ ମତରେ ଲଜ୍ଜିତ ମନେ କରିବା ଉଚିତ ମଧ୍ୟ୤
Voting in switzerland
ଏହି ମାଗଣା ଅନୁଦାନ ପାଇଁ ହୋଇଥିବା ମତଦାନ ପ୍ରକ୍ରିୟା ଦିନ ୧୦ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଯେଉଁଥିରେ ଅନ୍ୟୁନ ୧,୨୬,୦୦୦ ନାଗରିକଙ୍କ ମତ ଗ୍ରହଣ କରାଯାଇଥିଲା୤ (ଆମ ଦେଶରେ ସର୍ବସାଧାରଣ ନିର୍ବାଚନରେ ଲୋକ ଏତେ ସଂଖ୍ୟାରେ ଅଂଶ ଗ୍ରହଣ କରନ୍ତି ନାହିଁ୤) ଏହି ପ୍ରସ୍ତାବରେ ଆହୁରି ମଧ୍ୟ ଉଲ୍ଲେଖ ଥିଲା ଯେ ଯେଉଁ ବିଦେଶୀ ସ୍ବିଜରଲ୍ୟାଣ୍ଡରେ ଅନ୍ୟୁନ ପାଞ୍ଚବର୍ଷରୁ ଅଧିକ ସମୟ ବସବାସ କରିଛନ୍ତି ସେମାନଙ୍କୁ ମଧ୍ୟ ସମାନ ଅନୁଦାନ ମିଳିବ ବୋଲି ବ୍ୟବସ୍ଥା ଥିଲା୤

ଆଶ୍ଚର୍ଯ୍ୟର କଥା ସମୁଦାୟ ଜନମତର ଅଶି ପ୍ରତିଶତ ଏହାର ବିରୋଧ କରିଥିଲେ ଏବଂ ଏହି ପ୍ରସ୍ତାବକୁ ନାକଚ କରିବାକୁ ପଡ଼ିଥିଲା୤ ଏଥିରେ ପରାଜୟ ଗ୍ରହଣ କରିଥିଲେ ଡାନିଏଲ୍ ହାଏନି ଏବଂ ସହଯୋଗୀ୤ ଏବଂ ଏହି ପ୍ରସ୍ତାବକୁ ବିରୋଧ କରୁଥିବା ଅଗଣିତ ନାଗରିକ ଓ ସାଂସଦଙ୍କ ମତରେ ଏହି ପରି ବ୍ୟବସ୍ଥା ଦ୍ବାରା ଭବିଷ୍ୟତରେ ଅର୍ଥନୀତି ଦୂର୍ବଳ ହୋଇ ପଡ଼ିଥାନ୍ତା ଏବଂ ଦେଶକୁ ଆର୍ଥିକ ସଂକଟ ଆଡ଼କୁ ଠେଲି ଦେଇଥାନ୍ତା୤ ନୂତନ କର୍ମନିଯୁକ୍ତି ଏବଂ ଉଚ୍ଚ ବେତନର ଅଭାବ ଥିବା ସମୟରେ ଏହିପରି ଏକ ବ୍ୟବସ୍ଥା ସମାଜକୁ ଅସ୍ଥିର କରି ପକାଇଥାନ୍ତା ବୋଲି ଅନେକେ ମତ ଦେଇଥିଲେ୤

ଆମେ କେବଳ ଆଶା କରିପାରିବା ଆମ ଦେଶର ସରକାର ଓ ନାଗରିକ ମାନେ ଏଥିରୁ କିଛି ଶିକ୍ଷା ଗ୍ରହଣ କରନ୍ତୁ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤