ଆସୁଛି ପୁଣି ଏକ ସର୍ଜିକାଲ୍ ଷ୍ଟ୍ରାଇକ୍

ଏପରି ଷ୍ଟ୍ରାଇକ୍ ଯାହା ଭାରତର ସର୍ବସାଧାରଣଙ୍କୁ ଅଥୟ କରିଦେବ!!!

ବ୍ୟଙ୍ଗ | 15 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 5764 ଜଣ ପଢ଼ିଛନ୍ତି

ସର୍ଜିକାଲ ଷ୍ଟ୍ରାଇକ୍ ବୋଲି ଶବ୍ଦଟିଏ କିଏ ଆଉ କାହିଁକି ଆବିଷ୍କାର କରିଥିଲା ତାହା ଆମ ଗବେଷଣା କରୁନାହୁଁ, କିନ୍ତୁ ଯେଉଁ ଦିନ ଭାରତୀୟ ସୁରକ୍ଷାବଳ ପାକିସ୍ତାନ ସୀମାରେ ପ୍ରବେଶ କରି ଆତଙ୍କବାଦୀଙ୍କ ଶିବିର ନଷ୍ଟ କରିଦେଇଥିଲା ସେହି ଦିନୁ ଭାରତୀୟଙ୍କ ପାଇଁ ଏହି ଶବ୍ଦଟି ସମ୍ମାନସୂଚକ ହୋଇଯାଇଥିଲା, ହେଲେ ଆଠ ନଭେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଆମ ଦେଶ ଭିତରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ପରେ କିନ୍ତୁ ପରିବେଶ ବହୁତ ବଦଳି ଯାଇଛି୤ କିଛି ଲୋକ ଏହି ଶବ୍ଦକୁ ଶୁଣିବା କ୍ଷଣି ଚିହିଁକି ଉଠୁଛନ୍ତି୤ ଏହାକୁ ନେଇ କିନ୍ତୁ ସୋସିଆଲ୍ ମିଡ଼ିଆ ଭାରୀ ଡିମାଣ୍ଡରେ ଅଛି୤ ନିତି କିଛି ନୂଆ ନୂଆ ତଥ୍ୟ ଶୁଣିବାକୁ ମିଳୁଛି୤ ଏଇ ଯେମିତି ବିଗତ ଦିନରେ କିଏ କହିଲା ଆଗକୁ ବେନାମୀ ସମ୍ପତ୍ତି ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହେବ୤ ଏହା ଶୁଣିବା ପରଠାରୁ ଅନେକେ ପ୍ରମାଦ ଗଣିବାରେ ଲାଗିଗଲେଣି୤ କିନ୍ତୁ ସର୍ବୋପରି ସାଧାରଣ ଲୋକ ଅସୁବିଧା ଭୋଗୁଥିଲେ ସୁଦ୍ଧା ଖୁସିରେ ଅଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଛି୤ ହେଲେ ଏବେ ଯାହା ଶୁଣାଯାଉଛି, ହୁଏତ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଏମିତି କିଛି ଘୋଷଣା କରିବେ, ଯାହା ଭାରତର ସର୍ବସାଧାରଣଙ୍କୁ ଅନ୍ୟୁନ କିଛି ଦିନ ବା ସପ୍ତାହ ପାଇଁ ଅଯଥା ଅସୁବିଧାରେ ପକାଇଦେବ, ଆଉ ତାହା ଅର୍ଥନବୀକରଣରେ ହୋଇଥିବା ଅସୁବିଧାଠାରୁ ଢେର୍ ଅଧିକ ହେବ୤ ଜାଣିବାକୁ ଚାହିଁବେ ସେ ସର୍ଜିକାଲ୍ ଷ୍ଟ୍ରାଇକ୍ କେଉଁଠି ହେବ ? ଆମକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଯାହା ଆମେ ପ୍ରକାଶ କରିବାକୁ ଯାଉଛୁ ତାକୁ ପଢ଼ିବା ପରେ ଅନେକଙ୍କ ଶ୍ବାସ କିଛି କ୍ଷଣପାଇଁ ବନ୍ଦ ହୋଇପାରେ୤


Open Defecation
ଶୁଣାଯାଉଛି, ଏବେ ଯେଉଁମାନେ ମୁକ୍ତରେ ଶୌଚ ହେଉଛନ୍ତି ସେମାନଙ୍କ ଉପରେ ସରକାରଙ୍କ ଦୃଷ୍ଟି ପଡ଼ିବ୤ ୨୦୧୪ ମସିହାରୁ ସରକାର ଭିନ୍ନ ଭିନ୍ନ ଉପାୟରେ ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ ଉପରେ ଗୁରୁତ୍ବ ଦେଉଥିବା ସତ୍ତ୍ବେ ଲୋକମାନେ ନିଜ ଅଭ୍ୟାସରେ କୌଣସି ପରିବର୍ତ୍ତନ ଆଣିନାହାନ୍ତି୤ ଆଉ ଏଇଥିପାଇଁ ବିଶ୍ବବ୍ୟାପୀ ଭାରତର ଅପନିନ୍ଦା ହେଉଛି୤ ବ୍ରିଟେନର ଏକ ବେସରକାରୀ ସଂସ୍ଥା ‘ୱାଟର୍‌ଏଡ଼୍’ ପ୍ରକାଶିତ କରିଥିବା ତଥ୍ୟ ଭାରତର ମଥାକୁ ନୋଇଁ ଦେଇଛି୤ ଏହି ରିପୋର୍ଟରେ କୁହାଯାଉଛି, ବିଶ୍ବରେ ମୁକ୍ତରେ ଶୌଚ କରିବାରେ ଭାରତ ପ୍ରଥମ୤ ଅର୍ଥାତ ସରକାରଙ୍କ ପଦକ୍ଷେପ ‘ଜହାଁ ଶୋଚ୍, ୱହାଁ ଶୌଚାଳୟ’ କେବଳ ମାତ୍ର ସ୍ଲୋଗାନ୍ ହୋଇ ରହିଛି୤ କେହି ଏହାପ୍ରତି ଧ୍ୟାନ ଦେଇନାହାନ୍ତି୤


Open defecation statistics
ଦେଖାଗଲେ ଭାରତରେ ମୁକ୍ତ ଶୌଚ କରୁଥିବା ଲୋକଙ୍କ ସଂଖ୍ୟା ଅତ୍ୟନ୍ତ ଅପମାନଜନକ୤ ବିଶ୍ବ ଜାତିସଂଘଙ୍କ ତଥ୍ୟ ଅନୁସାରେ ଭାରତରେ ପ୍ରାୟ ଷାଠିଏ କୋଟି ଲୋକ ମୁକ୍ତରେ ଶୌଚ କରୁଛନ୍ତି୤ ଅର୍ଥାତ ଜନସଂଖ୍ୟାର ଅର୍ଦ୍ଧେକ ଆଉ ସେଥିରେ ଅଧାଅଧି ମହିଳା ଅଛନ୍ତି୤ ସହରପ୍ରାନ୍ତରେ ଥିବା ରାସ୍ତାଘାଟରେ ସକାଳୁ ସକାଳୁ ଯେଉଁ ମଳତ୍ୟାଗ କରୁଛନ୍ତି ତାହାକୁ ଏକତ୍ର କଲେ କାଳେ ଆଠଟି ସ୍ବିମିଂ ପୁଲ ଭର୍ତ୍ତି ହୋଇଯିବ ବୋଲି କୁହାଯାଉଛି୤ ଏବେ ଗମ୍ଭୀର ସମସ୍ୟାକୁ ଦେଖିବା ପରେ ସରକାର କୌଣସି ପଦକ୍ଷେପ ନେବା ଅତ୍ୟନ୍ତ ଜରୂରୀ ହୋଇପଡ଼ିଛି୤ ଏମିତି ବି ହୋଇପାରେ ଯେ ମୁକ୍ତରେ ଶୌଚ ହେବାକୁ ତତ୍କାଳ ଭିତ୍ତିରେ ବନ୍ଦ କରାଯାଇପାରେ୤ ଅର୍ଥାତ ୫୦୦, ୧୦୦୦ ଉପରେ ଯେମିତି ହଠାତ୍ ବିଜୁଳି ପଡ଼ିଥିଲା, ସେମିତି ଏହାକୁ ମଧ୍ୟ ହଠାତ୍ ନିଶିଦ୍ଧ ଘୋଷଣା କରାଯାଇପାରେ୤
Open Defecationଯେଉଁ ଲୋକମାନେ ନିଜ ଘରେ ଶୌଚାଳୟ ନିର୍ମାଣ କରିଲେ ସୁଦ୍ଧା ଅନ୍ୟର ଜମିବାଡ଼ି ବା ସହରର ରାସ୍ତାଘାଟ ମଇଳା କରୁଥିଲେ ସେମାନଙ୍କୁ ଏକ ଶକ୍ତ ଧକ୍କା ଦେଇପାରେ୤ ମୁକ୍ତରେ ଶୌଚ୍ ହେଉଥିବା ଲୋକଙ୍କ ଉପରେ ଡ୍ରୋନ୍ ଦ୍ବାରା ଦୃଷ୍ଟି ରଖାଯାଇପାରେ କିମ୍ବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଉପଗ୍ରହମାନଙ୍କ ସହାୟତା ବି ନିଆଯାଇପାରେ୤ ଧରାପଡୁଥିବା ଲୋକଙ୍କ ଫଟୋ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇପାରେ୤ ସେମାନଙ୍କ ଦ୍ବାରା ବ୍ୟବହୃତ ଢାଳ, ଡବା ଆଦିକୁ ଜବତ କରାଯାଇପାରେ୤ ତଥାପି ନ ସୁଧୁରିଲେ ସେମାନଙ୍କୁ ଜେଲରେ ବନ୍ଦ କରିବା ବ୍ୟବସ୍ଥା କରାଯାଇପାରେ୤
open defecationପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ବିଶେଷ ଅଧିକାର ଦିଆଯିବ, ସକାଳୁ ସକାଳୁ ମୁକ୍ତରେ ଶୌଚ ହେଉଥିବା ବ୍ୟକ୍ତିଙ୍କର ଡବା ବା ଢାଳକୁ ସେମାନେ ବଳପୂର୍ବକ ନେଇ ଆସିପାରିବେ୤ ସହର ଓ ଗାଁ ଅଞ୍ଚଳରେ ବୁଲା କୁକୁର ମାନଙ୍କର ଦଳ ସୃଷ୍ଟି କରାଯାଇ ଏହି ସମସ୍ୟାର ସମାଧାନ କରାଯାଇପାରେ୤ ନୋଟବନ୍ଦ ହେବାପରେ ହେଉଥିବା ଅବ୍ୟବସ୍ଥାକୁ ଦେଖି ସରକାର ଏଥର କିନ୍ତୁ ଭଲ ଭାବରେ ଚିନ୍ତା କରି ପଦକ୍ଷେପ ନେବେ୤ ଅବ୍ୟବସ୍ଥାକୁ ଏଡ଼ାଇବା ପାଇଁ ବିଶେଷ ନିୟମକାନୁନ ପ୍ରଥମରୁ ହିଁ ତିଆରି କରାଯାଇଛି ବୋଲି ଶୁଣାଯାଉଛି;
୧. ନିୟମ ପ୍ରଣୟନ ହେବାପରେ ଏକ ସପ୍ତାହ ଭିତରେ ନିଜ ଘରେ ଶୌଚାଳୟ ନିର୍ମାଣ କରିବାକୁ ସମୟ ଦିଆଯିବ୤ ଏହି ସମୟରେ ଲୋକଙ୍କୁ କିଛି ବିଶେଷ ସୁବିଧା ଦିଆଯିବ୤ ପରିବାରର କେବଳ ଜଣେ ସଦସ୍ୟ ହିଁ ମୁକ୍ତରେ ଶୌଚ କରିପାରିବ୤
୨. ମୁକ୍ତ ଶୌଚ କରିବା ପାଇଁ ସର୍ବାଧିକ ୧୦ ମିନିଟ୍ ସମୟ ରହିବ୤ ଏହି ସମୟରେ କେବଳ ଶୌଚ କରିବେ, ଆଉ କୌଣସି ପ୍ରକାର କଥା ଚିନ୍ତା କରିବାକୁ ମନା ରହିବ୤
୩. ମାନବୀୟ ଦୃଷ୍ଟିକୋଣରୁ ତରଳଝାଡ଼ା ଓ ପେଟମୋଡ଼ା ରୋଗୀଙ୍କୁ କିଛି ବିଶେଷ ରିହାତି ଦିଆ ଯାଇପାରେ୤ ସେମାନେ ଦିନରେ ଦୁଇ କିମ୍ବା ତିନିଥର ଖୋଲାରେ ମଳତ୍ୟାଗ କରିପାରିବେ୤
୪. ମହିଳା ମାନେ ଶୌଚ କରିବା ବେଳେ ପରଦା ବ୍ୟବହାର କରିବା ବାଧ୍ୟତାମୂଳକ ରହିବ୤ ଏହି ପରଦା ବ୍ୟବସ୍ଥା ସେମାନେ ନିଜେ ହିଁ କରିବେ୤
୫. ଦଳବଦ୍ଧ ଭାବରେ ଶୌଚ କରିବା ପାଇଁ ଯିବାକୁ ନିଶିଦ୍ଧ ଘୋଷଣା କରାଯିବ୤
୬. ଯଦି ମୁକ୍ତ ଶୌଚ କରୁଥିବା ବେଳେ ଜମିର ମାଲିକ ଧରିନିଅନ୍ତି, ତେବେ ଜମିକୁ ସଫା କରିବା ସମେତ ଜୋରିମାନା ଦେବାକୁ ପଡ଼ିବ୤
୭. ବରିଷ୍ଠ ନାଗରିକଙ୍କୁ ଦିନରେ ଦୁଇଥର ଏବଂ ପ୍ରତ୍ୟେକଥର ଦଶ ମିନିଟରୁ ଅଧିକ ସମୟ ମିଳିବ୤
୮. ଏହି ସମୟ ସୁବିଧା ମାତ୍ର ଏକ ସପ୍ତାହ ପାଇଁ ଦିଆଯିବ୤ ଏହାପରେ ନିୟମ କଡ଼ା କରାଯିବ୤
୯. ଛୋଟ ଶିଶୁମାନଙ୍କୁ ରିହାତି ମିଳିବ, କିନ୍ତୁ ବେଶି ମଇଳା କରିଲେ ସେମାନଙ୍କ ମାଆ ମାନଙ୍କୁ ଦୋଷୀ ବୋଲି ଧରି ଦଣ୍ଡ ବିଧାନ କରାଯିବ୤
୧୦. ଯେଉଁ ସବୁ ଅଞ୍ଚଳରେ ଶୌଚାଳୟ ନାହିଁ, ସେହି ଅଞ୍ଚଳକୁ ଭ୍ରାମ୍ୟମାଣ ଶୌଚାଳୟ ପଠାଯିବ, କିନ୍ତୁ ତାହା ବ୍ୟବହାର କରିବାପାଇଁ ଆପଣଙ୍କୁ ନିଜର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ୤ ଗୋଟିଏ ପରିଚୟପତ୍ରରେ ଜଣେ ବ୍ୟକ୍ତି କେବଳ ଥରେ ହିଁ ଶୌଚ ହୋଇପାରିବ, ଏବଂ ଏଥିପାଇଁ ତାଙ୍କୁ ପାଞ୍ଚ ମିନିଟର ସମୟ ଦିଆଯିବ୤ ଏବଂ ଏହା ସକାଳ ପାଞ୍ଚଟାରୁ ଦଶଟା ଯାଏଁ ଉପଲବ୍ଧ ରହିବ୤
୧୧. ଏହି ସମୟରେ ଶୌଚାଳୟ ଭିତରକୁ ମୋବାଇଲ୍ ନେବା, ଗୀତ ଗାଇବା, ଚାଟ୍ କରିବା, କିମ୍ବା ସେଲ୍ଫି ନେବାକୁ ନିଶିଦ୍ଧ ଘୋଷଣା କରାଯିବ୤ ଯଦି କୌଣସି ଜାଗ୍ରତ ନାଗରିକ କୌଣସି ବ୍ୟକ୍ତିକୁ ଖୋଲାରେ ଶୌଚ କରୁଥିବା ଦେଖିବେ ତାହେଲେ ସେ ଫୋଟୋ ଉଠେଇ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରିପାରିବେ୤
୧୨. ସରକାରଙ୍କ ତରଫରୁ କିଛି ଶୌଚମିତ୍ର ପହରା ଦେବେ, ଯେଉଁମାନେ ଆପଣଙ୍କୁ ଖୋଲାରେ ଶୌଚ କରିବାରୁ ବାରଣ କରିବେ, ଏବଂ ଏହାଦ୍ବାରା ଦେଶକୁ ହେଉଥିବା କ୍ଷତି ବିଷୟରେ ବୁଝେଇବେ୤
୧୩. ଖୋଲାରେ ଏବଂ ବିଶେଷ କରି କାନ୍ଥମାନଙ୍କ ଉପରେ ନିଜ କ୍ରୋଧ ବାହାର କରୁଥିବା ବ୍ୟକ୍ତିଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ୤ ପ୍ରତ୍ୟେକ ଖୋଲା କାନ୍ଥରେ ‘ଦେଖ ମୁଁ ଗଧ ମୁତୁଛି’ ବୋଲି ଲେଖାଯିବ୤open defecation
୧୪. ଏହା ସବୁ ହେବାପରେ ମଧ୍ୟ ଯଦି କୌଣସି ବ୍ୟକ୍ତି ନିଜକୁ ଖୋଲାରେ ଶୌଚ କରିବା ଦେଖାଯାଏ, ତେବେ ତାଙ୍କ ଆଙ୍ଗୁଠିରେ କଳା ସ୍ୟାହୀରେ ଦାଗ କରିଦିଆଯିବ୤ ବାରମ୍ବାର ଏମିତି କରୁଥିବା ବ୍ୟକ୍ତିଙ୍କ ମୁହଁରେ କଳାବୋଳି, ମୁଣ୍ଡ ଲଣ୍ଡା କରିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯିବ୤ ସେହି ବ୍ୟକ୍ତିଙ୍କ ଫଟୋ ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଲଗାଯିବ ଏବଂ ସେମାନଙ୍କ ଇଜ୍ଜତକୁ ନିଲାମ କରାଯିବ୤ ଏଥିରେ ଗଧ ଉପରେ ବସାଇ ବୁଲେଇ ମଧ୍ୟ ସାମିଲ ଅଛି୤
୧୫. ରେଳ ଲାଇନକୁ ସମ୍ପୂର୍ଣ୍ଣ ଭାବରେ ଶୌଚମୁକ୍ତ ଅଞ୍ଚଳ ଘୋଷଣା କରାଯିବ୤ ଏଥିପାଇଁ ଖୁବ୍ ଶୀଘ୍ର ସରକାର ବୁଲେଟ୍ ଟ୍ରେନ୍ ପ୍ରଚଳନ ଆରମ୍ଭ କରିବେ୤ ବୁଲେଟ୍ ଟ୍ରେନ ଏତେ ଶୀଘ୍ର ଚାଳେ ଯେ ଏଥିରେ ଲାଗିଥିବା ହର୍ଣ୍ଣ ପରେ ଶୁଣାଯାଏ, ଟ୍ରେନ୍ ଆଗରୁ ଚାଲିଆସେ, ତ ଆପଣମାନେ ବୁଝିପାରୁଥିବେ୤
୧୬. ଢାଳ ଆଉ ଡବା, ବଜାରରେ ବିକ୍ରୀ କରୁଥିବା ଦୋକାନ ମାନଙ୍କରେ ସରକାରୀ ଚଢ଼ାଉ ହେବ୤ ଏହାଦ୍ବାରା ଲୋକମାନେ ନିରୁତ୍ସାହିତ ହେବେ୤
୧୭. ମହିଳାମାନେ ଖୋଲାରେ ଶୌଚ କରିବାକୁ ଯିବାବେଳେ ପରଦା ବ୍ୟବସ୍ଥା ନିଜେ କରିବେ, ନଚେତ ନିଜ ସୁରକ୍ଷାର ଦାୟିତ୍ବ ସେମାନେ ନିଜେ ନେବେ୤
ଏହି ଷ୍ଟ୍ରାଇକ ଦ୍ବାରା ସରକାର ଆପଣଙ୍କ ଶୌଚ କାର୍ଯ୍ୟକୁ ବନ୍ଦ କରିବାକୁ ଚାହାନ୍ତି ନାହିଁ, କିନ୍ତୁ ଶୌଚକୁ ନେଇ ଉଠୁଥିବା ବିଭିନ୍ନ ବିପଦ ବିଷୟରେ ଆପଣଙ୍କୁ ଜାଗ୍ରତ କରିବାକୁ ଚାହାନ୍ତି୤ ଏହାଦ୍ବାରା ପ୍ରତିବର୍ଷ ରୋଗ ଏବଂ ରୋଗୀଙ୍କ ସଂଖ୍ୟା ନ ବଢୁ୤ ସରକାର ଏହି ଗମ୍ଭୀର ପଦକ୍ଷେପ ଏଥିପାଇଁ ନେଲେ ଯେ ଏହାଦ୍ବାରା ଆମ ପଡ଼ୋଶୀ ରାଷ୍ଟ୍ରର ଲୋକମାନେ ଯେଉଁମାନେ ସବୁବେଳେ ଆମ ଦେଶ ସୀମାକୁ ଆସି ଶୌଚ କରି ମଇଳା କରିଦେଉଥିଲେ, ତାହା ବିଶ୍ବସ୍ତରରେ ଦେଖାଇପାରିବେ୤
statisticsଦେଶର ସୀମାରେ ଏହିପରି କାମ କରୁଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି ମାରିବା ନିର୍ଦ୍ଦେଶ ଦିଆଯିବ୤ ସରକାର ଚାହାନ୍ତି ଦେଶରେ ଯଥା ଶୀଘ୍ର ଶୌଚାଳୟର ଅଭାବ ପୂରଣ ହେଉ୤ ୨ ଅକ୍ଟୋବର ୨୦୧୪ ରେ ଆରମ୍ଭ ହୋଇଥିବା ସ୍ବଚ୍ଛତା ମିଶନରେ ୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି୤ ଏହାର ଅର୍ଥ ବର୍ତ୍ତମାନ ଦେଶର ୫୪ ପ୍ରତିଶତ ଘରେ ଶୌଚାଳୟ ଅଛି୤ ତଥାପି ଲୋକମାନେ ସରକାରଙ୍କ ମିଶନକୁ ସଫଳ କରିବାକୁ କୌଣସି ସହୃଦୟତା ଦେଖାଉନାହାନ୍ତି୤ ତେଣୁ କିଛି କଠୋର ନିୟମ ବି ରହିଛି, ଯେମିତି;
୧. ଏହିପରି କରୁଥିବା ଲୋକମାନଙ୍କର ଘରର ରାସନ ସାମଗ୍ରୀ ବନ୍ଦ କରିଦିଆଯିବ୤ କାରଣ ଖାଇବା ନ ହେଲେ ଶୌଚ ହେବନି୤
୨. ଏକ ସପ୍ତାହ ପାଇଁ ସମସ୍ତଙ୍କ ଖାଦ୍ୟ କମ କରାଯିବ, କାରଣ କମ ଖାଇଲେ ହିଁ କମ ଶୌଚ ହେବ୤
୩. ଏହା ସହିତ ଅବିବାହିତ ଯୁବକ ଯୁବତୀଙ୍କ ବିବାହ କେବଳ ଗୋଟିଏ ସର୍ତ୍ତରେ ହିଁ ହୋଇପାରିବ, ଯେତେବେଳେ ସେମାନେ ପାନ୍ କାର୍ଡ଼ ଆଉ ପରିଚୟ ପତ୍ର ସହ ଏହା ଶପଥ କରିବେ ଯେ ସେମାନେ ବିବାହ ପୂର୍ବରୁ ନିଜ ଘରେ ଶୌଚାଳୟ ନିର୍ମାଣ କରିବେ୤ ଆଉ ଯେଉଁମାନେ ବିବାହ କରୁଛନ୍ତି ସେହିମାନେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଶୌଚାଳୟ ନିର୍ମାଣ କରିଥିବା ପ୍ରମାଣ ପତ୍ର ଦେବେ୤
ସରକାର ଏହି ବଡ଼ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସମସ୍ତ ସୁରକ୍ଷା ଏଜେନ୍ସୀ, ସ୍ଥାନୀୟ ପ୍ରଶାସନ, ପୋଲିସବଳ ଏବଂ ଦମକଳକୁ ସବୁବେଳେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି୤ ଏଥିନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି୤ ସରକାର ସମସ୍ତ ରାଜନୈତିକ ଦଳର ସମର୍ଥନ ଆଶା କରୁଛନ୍ତି୤ ରାଷ୍ଟ୍ର ନିର୍ମାଣର ଏହି କାର୍ଯ୍ୟରେ କୌଣସି ବିପକ୍ଷଦଳ ରାଜନୀତି ନ କରିବାପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରୁଛନ୍ତି୤ ତଥାପି କିଛି ବିରୋଧୀ ଦଳ ଏହାକୁ ମାନବାଧିକାର ମାମଲା ବୋଲି କହି ଏବେଠାରୁ ଆନ୍ଦୋଳନ କରିବାକୁ ଆରମ୍ଭ କରିଛନ୍ତି୤ ତଥାପି ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ସବୁ ରାଜନୈତିକ ଦଳ ଏହି ମାମଲାରେ ଅତ୍ୟନ୍ତ ଗୋପନୀୟତା ପାଳନ କରୁଛନ୍ତି୤


Story Courtesy : http://www.ichowk.in/humour/next-surgical-strike-will-be-on-open-defecation/story/1/5058.html


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤