ସମ୍ ହସପିଟାଲ୍ ଘଟଣା ଶିକ୍ଷଣୀୟ ହେଉ

ଦୁର୍ଘଟଣା ଘଟିଯାଏ, କେହି ଜାଣିଶୁଣି ତ ଆଉ ଦୁର୍ଘଟଣା ଘଟାନ୍ତି ନାହିଁ!!!

ରାଜନୀତି | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 4951 ଜଣ ପଢ଼ିଛନ୍ତି

ଅବଶ୍ୟ ଅନେକ ସମୟରେ ଆମ ଅସାବଧାନତା ଯୋଗୁଁ ଦୁର୍ଘଟଣା ହୋଇଥାଏ୤ ଏକ ଅଧ୍ୟୟନରେ କୁହାଯାଇଛି ଯେ ଅଧିକାଂଶ ଦୁର୍ଘଟଣା ପାଇଁ ମାନବିକ ଅସାବଧାନତା ଦାୟୀ୤ ତଥାପି ସବୁ ପ୍ରକାରର ସାବଧାନତା ସତ୍ତ୍ବେ ମଧ୍ୟ ବେଳେ ବେଳେ ଏମିତି ଦୁର୍ଘଟଣା ଘଟିଯାଏ, ଯାହାକୁ ଆମେ କେବଳ ଦୁର୍ଭାଗ୍ୟଜନକ ବୋଲି ହିଁ କହିପାରିବା୤
Sum Hospital Tragedy

ରାଜାଧାନୀ ଭୁବନେଶ୍ବର ସ୍ଥିତ ସମ୍ ହସ୍‌ପିଟାଲଠାରେ ବିଗତ ଦିନରେ ହୋଇଥିବା ଅଗ୍ନିକାଣ୍ଡ ଏକ ଦୁର୍ଘଟଣାମାତ୍ର୤ ଏହା କେହି ଜାଣିଶୁଣି ତ କରିନଥିବ୤ ଏତେବଡ଼ ହସପିଟାଲ୍ ଚଳାଉଥିବା ସଂସ୍ଥା ନିୟମ ଖିଲାପୀ କରିଥିବେ ବୋଲି କହିବା ଅନୁଚିତ୤ ଦୁର୍ଘଟଣା ପରେ ହସପିଟାଲ ତରଫରୁ ଦିଆଯାଇଥିବା ବିଜ୍ଞପ୍ତିରେ ସେମାନେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିଥିବା ଏବଂ ସରକାରୀ ନୀତିନିୟମ ମାନିଥିବା କଥା ଉଲ୍ଲେଖ କରିଛନ୍ତି୤ ଏହି ଦୁର୍ଘଟଣା ପାଇଁ କେବଳ ଅନୁଷ୍ଠାନର ମୁଖ୍ୟଙ୍କୁ ଦୋଷୀ ବୋଲି ବିବେଚନା କରି ଗିରଫ କରିବା ଅନୁଚିତ୤ ଏହି ଦୁର୍ଘଟଣାପରେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ କରୁଥିବା ତଦନ୍ତ କେତେଦୂର ଯୁକ୍ତିଯୁକ୍ତ ତାହା ମଧ୍ୟ ପ୍ରଶ୍ନବାଚୀ୤ ଶୁଣାଯାଉଛି ଏହା ପଛରେ ପ୍ରବଳ ରାଜନୈତିକ ହଟଗୋଳ ରହିଛି୤ ସେ ଯା ହେଉ, ଓଡ଼ିଶାରେ ଏମିତି ଦୁର୍ଘଟଣା ବିରଳ ନୁହେଁ୤ ବିଗତ ଦିନରେ କଟକ ବଡ଼ ଡାକ୍ତରଖାନା ଏବଂ ଶିଶୁଭବନରେ ଏହିପ୍ରକାରର ଦୁର୍ଘଟଣାମାନ ଘଟି ଅନେକ ମୃତାହତ ହୋଇଛନ୍ତି୤ କୋଟି କୋଟି ଟଙ୍କାର ଜିନିଷ ନଷ୍ଟ ହୋଇଛି, ସେହି ସମୟରେ ହସପିଟାଲ ପ୍ରମୁଖଙ୍କୁ ଏହା ପାଇଁ ଦାୟୀ କୁହାଯାଇନଥିଲା୤ ତା ହେଲେ ସମ୍ ହସପିଟlଲ୍‌ରେ ହୋଇଥିବା ଦୁର୍ଘଟଣାପରେ ତରବରିଆ ଭାବରେ ହସପିଟାଲ୍‌ର ଅଧ୍ୟକ୍ଷଙ୍କୁ ଗିରଫ କରାଯିବା ସ୍ବତଃ ପ୍ରଶ୍ନ ସ୍ଥାପନ କରୁଛି, ଏହା କାହିଁକି କରାଯାଉଛି?

Sum Hospital Tragedy Image

ବେସରକାରୀ ସଂସ୍ଥା ମାନେ ହିଁ ବ୍ୟବସାୟିକ ଲାଭପାଇଁ ସ୍ଥାପିତ ହୋଇଥିବ, ଏଥିରେ ଦ୍ବିମତ ନାହିଁ୤ ଭୁବନେଶ୍ବରରେ ଏମିତି ଅନେକ ବେସରକାରୀ ହସପିଟାଲ୍ ରହିଛି୤ ସବୁଠି ଅଗ୍ନିନିର୍ବାପନ ପାଇଁ ବିଶେଷ ବ୍ୟବସ୍ଥା ରହିଛି କି ? ବିଗତ ଦିନରେ ଖବର କାଗଜରେ ପଢ଼ିବାକୁ ପାଇଲି ଯେ ଓଡ଼ିଶାରେ ପ୍ରାୟ ୫୩୦ରୁ ଉର୍ଦ୍ଧ୍ବ ହସପିଟାଲ ରହିଛି, ଏବଂ ସେଥିମଧ୍ୟରୁ କେବଳ ୩ଟି ହସପିଟାଲରେ ସାବଧାନତା ଅବଲମ୍ବନ ହେତୁ ଦିଆଯାଇଥିବା ସମସ୍ତ ନିୟମାବଳୀକୁ କଡାକଡ଼ି ଭାବରେ ଲାଗୁ କରାଯାଇଛି୤ ଓଡ଼ିଶାର ତିନୋଟି ସରକାରୀ ଭେଷଜ ମହାବିଦ୍ୟାଳୟର ଅବସ୍ଥା ସମସ୍ତେ ଜାଣନ୍ତି୤ ଦୁର୍ଘଟଣା ପରେ ଗିରଫ କରିବା ଆଉ ରାଜନୈତିକ ହେଉ ବା ଅନ୍ୟ କୌଣସି ଆଳରେ ହେଉ ଗୋଟିଏ ହସପିଟାଲକୁ ବନ୍ଦ କରିବାକୁ ମସୁଧା କରିବା ଦ୍ବାରା ସେହି ହସପିଟାଲରୁ ଦୈନିକ ସେବା ପାଉଥିବା ହଜାର ହଜାର ରୋଗୀଙ୍କୁ ଅସୁବିଧା ମୁଖକୁ ଠେଲି ଦିଆଯାଉନାହିଁ ତ ?

ଭୂଲରୁ କିଛି ଶିଖିବା ହିଁ ମନୁଷ୍ୟତ୍ବ୤ ବର୍ତ୍ତମାନର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ଏବଂ ଏଥିରେ ହୋଇଥିବା ମାନବିକ ଅସାବଧାନତା ଗୁଡ଼ିକୁ ତାଲିକାଭୂକ୍ତ କରାଯାଇ ଅନ୍ୟ ସମସ୍ତ ଅନୁଷ୍ଠାନକୁ ସେହି ସବୁ ଭୂଲକୁ ସୁଧାରିବାକୁ ସରକାରୀ ନିର୍ଦ୍ଦେଶ ଦିଆଯାଉ୤ ଏହା ଦ୍ବାରା ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ହେବ୤ ହୁଏତ ଏହା ଦ୍ବାରା ଅନ୍ୟମାନେ କିଛି ଶିଖିବାକୁ ପାଇବେ ଏବଂ ଭବିଷ୍ୟତରେ ଏହିପରି କୌଣସି ଦୁର୍ଘଟଣା ଆଉ ହେବନାହିଁ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤