ବର୍ଷା, ଇଦ୍ ଏବଂ ଢାକାର ରକ୍ତ ନଦୀ

ଦୁନିଆର ବିଭିନ୍ନ ପ୍ରାନ୍ତରେ ବକରିଦ୍‌ର ଉତ୍ସାହ ରହିଥିବା ବେଳେ ସର୍ବାଧିକ ପ୍ରସାରିତ ହୋଇଥିବ ଢାକାର ଛବି କାହିଁକି !!!

ସୋସିଆଲ୍ ମିଡ଼ିଆ | 10 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 1376 ଜଣ ପଢ଼ିଛନ୍ତି

Blood River in Dhaka
ମୁସଲମାନ୍ ମାନଙ୍କ ଏକ ପ୍ରମୁଖ ପର୍ବ ଇଦ୍-ଇଜ୍-ଜୁହାରେ ପାଳନ ହେଉଥିବା ବଳିଦାନ (ବକରିଦ୍ / ବକରୀ ଅର୍ଥାତ ଛେଳି କିମ୍ବା ଅନ୍ୟ ପଶୁଙ୍କୁ ହତ୍ୟା କରିବା) ପର୍ବ ଯେ ଏକ ସମୁଦାୟ ସହରକୁ ରକ୍ତର ନଦୀରେ ପରିଣତ କରିଦେବ ଏହା କେହି କେବେ ସ୍ବପ୍ନରେ ସୁଦ୍ଧା ଚିନ୍ତା କରିନଥିବେ୤ ଏମିତି ଏକ ଅଭାବନୀୟ ଘଟଣା ଘଟିଗଲା, ଚଳିତ ସପ୍ତାହରେ ଅନୁଷ୍ଠିତ ବକରିଦ୍ ପରେ ପରେ୤

ମୁସଲ୍‌ମାନ ବହୁଳ ବାଙ୍ଗଲାଦେଶରେ ବକରିଦ୍ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଏ ଏବଂ ଏହି ସମୟରେ ଅଗଣିତ ପଶୁଙ୍କୁ ବଳିଦିଆ ଯାଇଥାଏ୤ ବିଗତ ବର୍ଷ ଏହାକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ସହରରେ ଅନ୍ୟୁନ ଏକ ହଜାର ସ୍ଥାନ ସ୍ଥିର କରାଯାଇଥିଲା, ଯେଉଁଠି ଲୋକମାନେ ଏକତ୍ରିତ ହୋଇ ଏହି ପର୍ବକୁ ପାଳନ କରିପାରିବେ, କିନ୍ତୁ ଅଧିକାଂଶ ଲୋକ ନିଜ ଘର ସମ୍ମୁଖରେ ହିଁ ବଳି ଦେବାକୁ ଉଚିତ ମନେ କରିଥିଲେ୤Blood River in Dhaka ଦୁର୍ଭାଗ୍ୟର ବିଷୟ ମଙ୍ଗଳବାର ପ୍ରାତଃ କାଳରୁ ଅନବରତ ଭାବରେ ହେଉଥିବା ବର୍ଷା ହେତୁ ସହରରେ ବର୍ଷାଜଳ ନିଷ୍କାସନ କରିବା ଅସମ୍ଭବ ହେଉଥିବା ବେଳେ, ବକରିଦ୍‌ରେ କଟାଯାଉଥିବା ପଶୁମାନଙ୍କ ରକ୍ତ ଏହି ବର୍ଷା ଜଳରେ ମିଶିବା ସହ ସମଗ୍ର ସହରରେ ଏକ ଅତ୍ୟନ୍ତ ବିଭତ୍ସ ଦୃଶ୍ୟ ସୃଷ୍ଟି କରିଥିଲା୤ ଅବିଶ୍ବସନୀୟ ଭାବରେ ଢାକା ସହରର ରାଜରାସ୍ତାରେ ରକ୍ତର ନଦୀ ବହିବାକୁ ଲାଗିଥିଲା୤ ଏହାକୁ ଦେଖିବା ଲୋକମାନେ ଏହାକୁ ଭିନ୍ନ ଭିନ୍ନ୍ ଭାବରେ ଗଣମାଧ୍ୟମ ଓ ସୋସିଆଲ୍ ନେଟ୍‌ୱାର୍କିଂ ରେ ଅନ୍ୟମାନଙ୍କୁ ଦେଖାଇବାକୁ ଉତ୍ସୁକ ଜଣାପଡୁଥିଲେ୤ ଜନୈକ ବ୍ୟକ୍ତି ଏହାକୁ ଆଧୁନିକ ଯୁଗର କଳିଙ୍ଗ (ଦୟାନଦୀ ରକ୍ତରେ ପ୍ଲାବିତ ହୋଇଥିବା କଥା ଇତିହାସ କହେ) ବୋଲି ମଧ୍ୟ ଆଖ୍ୟା ଦେଇଥିଲେ୤ Blood River in Dhaka

ସହରର ନାଳ ଗୁଡ଼ିକରେ ଅଧିକରୁ ଅଧିକ ପାଣି ଜମା ହେବାପରେ ଏହା ରାସ୍ତାରେ ବହିବାକୁ ଲାଗିଥିଲା୤ ଏଥିପାଇଁ ଜନ ସାଧାରଣ ପ୍ରଶାସନକୁ ଦାୟୀ କରିଥିଲେ ଏବଂ ଅନେକେ ମତ ଦେଇଥିଲେ ଯେ ବକରିଦ୍ ପୂର୍ବରୁ ଯଦି ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼ ହୋଇଥାନ୍ତା ତା ହେଲେ ଏମିତିକା ଦୃଶ୍ୟ ଦେଖିବାକୁ ମିଳିନଥାନ୍ତା୤ ଅପର ପକ୍ଷରେ ପ୍ରଶାସନ ଏଥିପାଇଁ ସାଧାରଣ ଜନତାଙ୍କୁ ଦୋଷ ଦେବାର ଦେଖାଯାଇଥିଲା୤ ପ୍ରଶାସନିକ ଅଧିକାର ଜୋର ଦେଇ କହିଥିଲେ ଯେ ବକରିଦ୍ ସମୟରେ କେବଳ ପ୍ରଶାସନ ଦ୍ବାରା ଚିହ୍ନଟ ହୋଇଥିବା ସ୍ଥାନରେ ହିଁ ବଳି ଦେବାକୁ କୁହାଯାଇଥିବା ସତ୍ତ୍ବେ ଲୋକମାନେ ନିଜ ଘର ସମ୍ମୁଖରେ ବଳି ଦେବାକୁ ଉଚିତ ମନେ କରିଥିଲେ, ଯାହା ଫଳରେ ଏମିତି ଅବସ୍ଥା ଦେଖା ଦେଇଛି୤
Blood River in Dhaka
ସେ ଯା’ହେଉ ଏତେ ସଂଖ୍ୟାରେ ପଶୁଙ୍କୁ ବଳି ଦେବାର ପ୍ରଥା ବିରୋଧରେ ସବୁବେଳେ ଆନ୍ଦୋଳନାତ୍ମକ ପଦକ୍ଷେପ ନେଉଥିବା ଲୋକମାନେ ଏବଂ ପଶୁଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ମାନେ ଏହାକୁ ନେଇ କେଉଁ ପ୍ରକାରର ପ୍ରତିକ୍ରିୟା ଦେଖାଇବେ ତାହା ଦେଖିବାକୁ ରହିଲା୤



ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤