ପ୍ରକୃତରେ ରସଗୋଲା କାହାର ?

ବଙ୍ଗାଳୀମାନେ ଦାବୀ କରୁଛନ୍ତି ଯେ ରସଗୋଲ୍ଲା ସେମାନଙ୍କ ପ୍ରସ୍ତୁତ, ଆମେ କହୁଛୁ ଆମର୤

ରାଜନୀତି | 15 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 1452 ଜଣ ପଢ଼ିଛନ୍ତି

ବିଗତ କେଇ ମାସ ହେଲା ଗୋଟିଏ ପ୍ରଶ୍ନକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ପରସ୍ପର ସହ ପ୍ରତିଦ୍ବନ୍ଦିତା କରିବାର ଅବସ୍ଥାରେ ଆସି ପହଞ୍ଚି ଯାଇଛନ୍ତି୤ ସୂଚନାଯୋଗ୍ୟ ଯେ ଓଡ଼ିଶାର ଉତ୍ତର ପୂର୍ବରେ ସ୍ଥିତ ପଶ୍ଚିମବଙ୍ଗର କିଛି ବୁଦ୍ଧିଜୀବିଙ୍କ ମତରେ ରସଗୋଲା ବା ରୋସୋଗୋଲ୍ଲା ଏକ ସମ୍ପୂର୍ଣ୍ଣ ବଙ୍ଗାଳୀ ମିଠା ଏବଂ ଏହାର ପ୍ରସ୍ତୁତି ପଶ୍ଚିମ ବଙ୍ଗରେ ହିଁ ହୋଇଥିଲା୤ ସେମାନଙ୍କ ମତରେ ଆଧୁନିକ ରସଗୋଲ୍ଲାର ଜନ୍ମ ପଶ୍ଚିମ ବଙ୍ଗରେ ୧୮୬୮ ମସିହାରେ ହୋଇଥିଲା୤
Rasagola Image
ଏହି ତଥ୍ୟ ଉପସ୍ଥାପନ କରିବା ପରେ ଓଡ଼ିଶା ସରକାର ଏହାର ତଦନ୍ତ କରିବା ଏବଂ ପ୍ରକୃତରେ ରସଗୋଲାର ଉତ୍ପତ୍ତି କେଉଁଠି ହୋଇଥିଲା ସେହି ବିଷୟରେ ଜଣାଇବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଗଠନ କରିଥିଲେ୤ ସୁଖର ବିଷୟ ଏହି ଅଳ୍ପଦିନ ତଳେ ହିଁ ଏହା ଆବିଷ୍କାର କରାଯାଇଛି ଯେ ରସଗୋଲା ଏବଂ ଛେନା ଜାତୀୟ ପ୍ରାୟ ଅଧିକାଂଶ ମିଠାର ବର୍ଣ୍ଣନା ଆମ ଭାଷା ସାହିତ୍ୟର ଅନେକ କୃତିରେ ରହିଛି, ସେଥିମଧ୍ୟରେ ବଳରାମ ଦାସଙ୍କ ପ୍ରସିଦ୍ଧ ‘ଦାଣ୍ଡି ରାମାୟଣ’ ପ୍ରମୁଖ୤


Dandi Ramayan Proof
ପଶ୍ଚିମବଙ୍ଗର ବୁଦ୍ଧିଜୀବିମାନେ ଦେଉଥିବା ଯୁକ୍ତି ବନାମ ଓଡ଼ିଆ ଗବେଷଣାରୁ ଯାହା ପ୍ରତିପାଦିତ ହେଉଛି, ବଙ୍ଗାଳୀମାନେ କରୁଥିବା ଦାବୀ ଯେ ରସଗୋଲା ସେମାନଙ୍କ ନିଜସ୍ବ ଏକ ଅବାନ୍ତର ଯୁକ୍ତିମାତ୍ର, କାରଣ ସେମାନେ ଯେବେଠାରୁ ଏହା ପ୍ରସ୍ତୁତ ହୋଇଥିବା କଥା କହୁଛନ୍ତି ତାହାର ଅନ୍ୟୁନ ସାଢ଼େ ତିନିଶହ ବର୍ଷ ତଳର ଓଡ଼ିଆ ସାହିତ୍ୟରେ ଏହା ବିଷୟରେ ବର୍ଣ୍ଣନା ରହିଛି୤

ଆଶ୍ଚର୍ଯ୍ୟର କଥା ହେଉଛି, ରସଗୋଲାକୁ ବଙ୍ଗାଳୀ ବୋଲି ପ୍ରମାଣିତ କରିବାପାଇଁ ବଙ୍ଗାଳୀ ଲେଖକ ଶ୍ରୀ ହରିପଦ ଭୌମିକ କେଇ ପାଦ ଆଗକୁ ଯାଇ ଏକ ପୁସ୍ତକ ପ୍ରକାଶିତ କରିଛନ୍ତି୤ ଅଗଷ୍ଟ ୨୦୧୫ରେ ପ୍ରକାଶିତ ଏହି ପୁସ୍ତକକୁ ସେ ନାମ ଦେଇଛନ୍ତି, ‘ରସଗୋଲ୍ଲା - ବାଂଲାର ଜଗତ୍‌ମାତାନୋ ଆବିଷ୍କାର’୤ ଅର୍ଥାତ ବଙ୍ଗଳାର ଜଗତ ଆଦର ପାଇଥିବା ଆବିଷ୍କାର ରସଗୋଲା୤ ଲେଖକଙ୍କ ଯୁକ୍ତି ହେଉଛି ଯେ ରସଗୋଲା ପାଇଁ ଆବଶ୍ୟକ ଉପାଦାନ ଛେନା ହେଉଛି ଏକ ବଙ୍ଗାଳୀ ଶବ୍ଦ ଯାହା ‘ଛାନା’ରୁ ଉଦ୍ଧୃତ୤

ଓଡ଼ିଆ ଭାଷାରେ ପ୍ରକାଶିତ କେତେକ ମୁଖ୍ୟ ପୁସ୍ତକ ଯେଉଁଥିରେ ଛେନା ଏବଂ ରସଗୋଲା ସମ୍ବନ୍ଧରେ ଉଲ୍ଲେଖ ରହିଛି;

୧. ଦାଣ୍ଡୀ ରାମାୟଣ - ବଳରାମ ଦାସ
୨. ସାରଳା ମହାଭାରତ - ସାରଳା ଦାସ
୩. ଅମ୍ବିକା ବିଳାସ - ବ୍ରଜନାଥ ବଡ଼ଜେନା
୪. ବିଦଗ୍ଧ ଚିନ୍ତାମଣି - ଅଭିମନ୍ୟୁ ସାମନ୍ତସିଂହାର

ଦାଣ୍ଡୀ ରାମାୟଣର ଅଯୋଧ୍ୟା କାଣ୍ଡରେ, ରାମ ବନବାସ ପରେ ତାଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଭ୍ରାତା ଭରତ ଓ ଶତୃଘ୍ନ ବନଯାତ୍ରା କରିଥିଲେ ଏବଂ ସେହି ସମୟରେ ସେମାନେ ଭରଦ୍ବାଜ ଋଷିଙ୍କ ଆଶ୍ରମରେ ବିଶ୍ରାମ କରିଥିଲେ୤ ଏହି ସମୟରେ ମାୟା ବ୍ରାହ୍ମଣ ମାନଙ୍କ ଦ୍ବାରା ପ୍ରସ୍ତୁତ ‘ଛେନା କାକରା’, ‘ଛେନା ତାଗରା’ ଓ ‘ଛେନା ନାଡ଼ି’ ନାମକ ମିଷ୍ଟାନ୍ନ ସେମାନଙ୍କୁ ଯୋଗାଇ ଦିଆଯାଇଥିଲା୤

ଶାରଳା ମହାଭାରତର ମଧ୍ୟପର୍ବରେ ବରୁଣାବନ୍ତରେ ମହାଯଜ୍ଞର ଆୟୋଜନ ପାଇଁ ଉପସ୍ଥିତ ଶ୍ରୀକୃଷ୍ଣଙ୍କୁ ମାତା କୁନ୍ତୀ ଛେନା ଓ ଛେନାଜାତ ଅନେକ ଖାଦ୍ୟ ପରଷିଥିବା ଉଲ୍ଲେଖ ରହିଛି୤ ଏକ ଉକ୍ତିରେ ‘ଚକୁଳି ଛୁଞ୍ଚିପତର, ଛେନା ମନୋହର’ ବୋଲି ଉଲ୍ଲେଖ ରହିଛି୤

ଅମ୍ବିକା ବିଳାସରେ ବରଯାତ୍ରୀ ଚର୍ଚ୍ଚା ପ୍ରସଙ୍ଗରେ ଛେନାଜାତ ଅନେକ ମିଷ୍ଟାନ୍ନ ଯଥା ‘ରସପୁଳି’, ‘ରସକେଳି’ ଓ ‘ସରଛେନା’ ଆଦିର ବର୍ଣ୍ଣନା ରହିଛି୤

ବିଦଗ୍ଧ ଚିନ୍ତାମଣୀରେ ରାଧା ଓ ସଖୀ ଚମ୍ପକଲତା ଓ ଶଶୀଲେଖାଙ୍କ ସହାୟତାରେ ଶ୍ରୀକୃଷ୍ଣଙ୍କ ସ୍ବନକ୍ଷତ୍ର ପାଳନ ଅବସରରେ ଛେନା ଦ୍ବାରା ପ୍ରସ୍ତୁତ ମିଷ୍ଟାନ୍ନ ପ୍ରସ୍ତୁତ କରିଥିବା କଥା ଉଲ୍ଲେଖ ରହିଛି୤

ଉପରୋକ୍ତ ସମସ୍ତ ପୁସ୍ତକ ବା ଗ୍ରନ୍ଥ ବଙ୍ଗାଳୀ ଲେଖକଙ୍କ ଦ୍ବାରା ଉପସ୍ଥାପିତ (୧୮୬୮ ମସିହା) ଠାରୁ ଅନେକ ଶତାବ୍ଦୀ ପୁରୁଣା୤ ଏଠାରେ ସ୍ପଷ୍ଟ ଜଣାପଡ଼େ ଯେ ଛେନା ଓଡ଼ିଆ ଶବ୍ଦ ଏବଂ ଏହାର ବ୍ୟବହାର ଅନେକ ଶତାବ୍ଦୀରୁ ଓଡ଼ିଶାରେ ରହି ଆସିଛି୤

ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଛପନଭୋଗରେ ଛେନା ଓ ଛେନାଦ୍ବାରା ପ୍ରସ୍ତୁତ ଦ୍ରବ୍ୟମାନଙ୍କ ସଂଖ୍ୟା ଉଲ୍ଲେଖଯୋଗ୍ୟ୤ ଏହା ଅନ୍ୟୁନ ସାତ ଶହ ବର୍ଷ ପୁରୁଣା ପରମ୍ପରା୤ ଶ୍ରୀମନ୍ଦିରର ଇତିହାସକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ଛପନଭୋଗ ବ୍ୟବସ୍ଥା ତତ୍‌କାଳୀନ (୧୨୩୦ ଖ୍ରୀଷ୍ଟାବ୍ଦ) ଉତ୍କଳୀୟ ସମ୍ରାଟ ଅନଙ୍ଗଭୀମଦେବ ତୃତୀୟ କରିଥିଲେ୤
Rasagola during Rathjatra
ବଙ୍ଗାଳୀ ଲେଖକ ଆହୁରି ମଧ୍ୟ ଦାବୀ କରିଛନ୍ତି ଯେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପରମଭକ୍ତ ମହାପ୍ରଭୂ ଶ୍ରୀ ଚୈତନ୍ୟ (ମହାପ୍ରଭୂ ବୋଲି ଉଲ୍ଲେଖ କରି ସେ ଚୈତନ୍ୟଙ୍କୁ ଜଗନ୍ନାଥଙ୍କ ଠାରୁ ଅଧିକ ସମ୍ମାନର ପାତ୍ର କରିବାର ଚେଷ୍ଟା କରିଛନ୍ତି୤)ଙ୍କୁ ପୁରୀର ସମକାଳୀନ ରାଜା ପ୍ରତାପରୁଦ୍ର ଦେବ ନିଜର ଗୁରୁ ଭାବରେ ସ୍ବୀକାର କରିଥିଲେ ଏବଂ ସେ ହିଁ ଚୈତନ୍ୟଙ୍କ ପ୍ରିୟ ଖାଦ୍ୟ ଛେନାକୁ ଜଗନ୍ନାଥଙ୍କ ଛପନଭୋଗରେ ଅନ୍ତର୍ଭୂକ୍ତ କରାଇଥିଲେ୤
I think it is fair to say that most people believe there is such a thing as a white dial reference 6542 GMT in 2015. After all, we know that there was such a thing as a Rolex Explorer Replica Watch and a Fake Rolex Daytona. Although, honestly speaking, if you ask me, I would rather to choose the 6610.
Rasagola for Jagannath
ସେ ଯା ହେଉ ବଙ୍ଗଳାର ଏହି ଲେଖକ ରସଗୋଲ୍ଲାକୁ ନିଜର ବୋଲି ପ୍ରମାଣିତ କରିବାପାଇଁ ଅନେକ ଅବାନ୍ତର ଓ ଅଯୌକ୍ତିକ ତଥ୍ୟ ଉପସ୍ଥାପନ କରିଛନ୍ତି, ହୁଏତ ଏହାଦ୍ବାରା ସେ ଜନପ୍ରିୟତା ପାଇବା ଆଶା କରିଛନ୍ତି କିମ୍ବା ନିଜକୁ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟରେ ମହାନ ଜଗନ୍ନାଥ ସଂସ୍କୃତିକୁ ନ୍ୟୁନ ଭାବରେ ଦେଖାଇବାକୁ ପଛାଇ ନାହାନ୍ତି୤ ଆମେ କିନ୍ତୁ ଲେଖକଙ୍କ ଯୁକ୍ତିକୁ ସ୍ବୀକାର କରିବୁ ନାହିଁ, କାରଣ ଯଦି ବଳରାମ ଦାସଙ୍କ ଦାଣ୍ଡୀ ରାମାୟଣକୁ ଆଧାର କରି ଆମେ ବିଶ୍ବାସ କରୁ ଯେ ରସଗୋଲା ସମ୍ପୂର୍ଣ୍ଣ ଓଡ଼ିଆ ତେବେ ଆମେ ଜଣାଇ ଦେବାକୁ ଚାହୁଁ ଯେ ବଳରାମ ଦାସ ୩୨ ବର୍ଷ ବୟସରେ ଦାଣ୍ଡୀ ରାମାୟଣର ରଚନା ସମ୍ପୂର୍ଣ୍ଣ କରିଥିଲେ ଏବଂ ସେସମୟରେ ପୁରୀରେ ଗଜପତି ପୁରୁଷୋତ୍ତମ ଦେବ ଓ ପ୍ରତାପରୂଦ୍ର ଦେବଙ୍କ ରାଜତ୍ବ ଥିଲା୤ ଶ୍ରୀ ଚୈତନ୍ୟ ଓଡ଼ିଶା ଆସିବା ବେଳକୁ ବଳରାମ ଦାସ ବୃଦ୍ଧାବସ୍ଥାରେ ପହଞ୍ଚି ସାରିଥିଲେ୤ ଦାଣ୍ଡୀ ରାମାୟଣ ଶ୍ରୀଚୈତନ୍ୟ ଆସିବାର ଅର୍ଦ୍ଧଶତାବ୍ଦୀ ପୂର୍ବର କୃତି ଏବଂ ବଙ୍ଗାଳୀମାନଙ୍କ ଦ୍ବାରା ଉପସ୍ଥାପିତ ରସଗୋଲା ଜନ୍ମ ବର୍ଷ ୧୮୬୮ ଖ୍ରୀଷ୍ଟାବ୍ଦ ଠାରୁ ଅନ୍ୟୁନ ସାଢ଼େ ତିନିଶହ ବର୍ଷ ପୂର୍ବର କଥା୤

ତେଣୁ ଆମକୁ ଆଉ ପ୍ରମାଣ କରିବାକୁ ଆବଶ୍ୟକ ନାହିଁ ଯେ ରସଗୋଲା କେବଳ ଓଡ଼ିଶାର ଏବଂ ଛେନା ମଧ୍ୟ ଏକ ଓଡ଼ିଆ ଶବ୍ଦ୤ ଓଡ଼ିଶାର ଅନେକ ଗୁରୁତ୍ତ୍ବପୂର୍ଣ୍ଣ ବ୍ୟକ୍ତି ଓ ବସ୍ତୁ ଉପରେ ନିଜର ଆଧିପତ୍ୟ ଦେଖାଇବାର ପରମ୍ପରା ବଙ୍ଗଳା ମାନସିକତାର ଅଂଶ ରହି ଆସିଛି, ଏବେ ସମୟ ଆସିଛି ଆମେ ଏହାର ଦୃଢ଼ ବିରୋଧ କରିବା ଏବଂ ଜଣାଇ ଦେବା ଯେ ଯେତେ ଯୁକ୍ତି କରିଲେ ସୁଦ୍ଧା ସତ୍ୟକୁ କେହି ଲୁଚେଇ ପାରିବେ ନାହିଁ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤