ଚାହିଁଲେ ପତ୍ନୀକୁ ପିଟି ପାରିବ ପତି !!!

ପାକିସ୍ତାନ ତିଆରି କରୁଛି ନୂଆ ବିଲ୍, ଯେଉଁଥିରେ ଏହାକୁ ସମର୍ଥନ କରାଯାଉଛି୤

ରାଜନୀତି | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 5067 ଜଣ ପଢ଼ିଛନ୍ତି

ପାକିସ୍ତାନ ସରକାରଙ୍କର ଏକ କୋଡ଼ିଏ ଜଣିଆ ଇସ୍‌ଲାମିକ୍ କାନୁନ ଉପଦେଷ୍ଟା କମିଟି ରହିଛି, ଯେଉଁ କମିଟି ନିୟମିତ ଭାବରେ ସରକାରଙ୍କୁ ଉପଦେଶ ଦେବା ସହ ସମାଜରେ ବିଭିନ୍ନ ନିୟମକାନୁନ ପାଇଁ କାମ କରନ୍ତି୤ ନିକଟ ଅତୀତରେ ଏହି ଉପଦେଷ୍ଟା ମଣ୍ଡଳୀ ସଂସଦରେ ଉପସ୍ଥାପିତ ମହିଳା ସଂରକ୍ଷଣ ବିଲରେ ମହିଳା ମାନଙ୍କ ଉପରେ ଅନେକ ନୀତିନିୟମ ଲାଗୁ କରିଛନ୍ତି ଏବଂ କହିଛନ୍ତି ଯେ ଯଦି ଜଣେ ପୁରୁଷ ଚାହିଁବ ସେ ନିଜ ପତ୍ନୀଙ୍କୁ ପିଟି ପାରିବ୤

ଏହି ବିଲରେ କୁହାଯାଇଛି ଯେ ପତି ଚାହିଁଲେ ନିଜ ପତ୍ନୀଙ୍କୁ ପିଟିପାରିବେ, ଯଦି; ସେ ପତିଙ୍କ କଥା ନ ମାନନ୍ତି, ପତିଙ୍କ ପସନ୍ଦର ବସ୍ତ୍ର ନ ପିନ୍ଧନ୍ତି, ପତିଙ୍କ ସହ ସଂଭୋଗ କରିବାକୁ ମନା କରନ୍ତି, ହିଜାବ୍ ପିନ୍ଧନ୍ତି ନାହିଁ, ସଂଭୋଗ ପରେ ଏବଂ ମାସିକ ଋତୁସ୍ରାବ ପରେ ସ୍ନାନ କରନ୍ତି ନାହିଁ, ଅପରିଚିତଙ୍କ ସହ କଥା ହୁଅନ୍ତି, ଉଚ୍ଚ ଶବ୍ଦରେ କଥା ହୁଅନ୍ତୁ କିମ୍ବା ପତିଙ୍କ ବିନା ଅନୁମତିରେ କାହାକୁ ଆର୍ଥିକ ସାହାଯ୍ୟ କରନ୍ତି୤

ବିଲରେ ଏହା ମଧ୍ୟ ଉଲ୍ଲେଖ କରାଯାଉଛି ଯେ ପ୍ରାଇମେରୀ ଶିକ୍ଷା ପରେ ସହଶିକ୍ଷା (ପୁଅ ଝିଅଙ୍କ ଏକାଠି ଶିକ୍ଷାଗ୍ରହଣ) ବନ୍ଦ କରିଦିଆଯାଉ୤ ମହିଳାମାନଙ୍କୁ ସେନାବାହିନୀରେ ଭର୍ତ୍ତି କରାନଯାଉ, ବିଦେଶୀ ପ୍ରତିନିଧି ମଣ୍ଡଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନାରେ ମହିଳାମାନେ ରହନ୍ତୁନାହିଁ, ମହିଳା ନର୍ସମାନେ ପୁରୁଷ ରୋଗୀଙ୍କ ସେବା କରନ୍ତୁ ନାହିଁ, ବିଜ୍ଞାପନରେ ମହିଳାମାନେ କାମ କରନ୍ତୁ ନାହିଁ୤

ମାନେ, ବହୁତ ଚିନ୍ତା କରିବାପରେ ମହିଳାମାନଙ୍କ ସ୍ବାଧିନତାକୁ ଛିନ୍ନ କରିବାର ଏକ କୃଚ୍ଛ ପ୍ରୟାସ କରାଯାଉଛି୤ ଅବଶ୍ୟ ଏହା ସବୁ ଉପଦେଶ ଦିଆଯାଇଛି, କୌଣସି ନିୟମ ଲାଗୁ କରାଯାଇନାହିଁ୤ କିନ୍ତୁ ମୁସଲମାନ୍ ପ୍ରଧାନ ପାକିସ୍ତାନରେ ସରକାର ମୌଲବୀମାନଙ୍କୁ ଖୁସି କରିବାପାଇଁ ସେମାନଙ୍କ ଦ୍ବାରା ପ୍ରସ୍ତାବିତ କୌଣସି ବି ବିଲକୁ ପାସ କରି ଦେବାକୁ ପଛଘୁଞ୍ଚା ଦେବେ ନାହିଁ୤ ଯଦି ସେମିତି ହୁଏ ତା ହେଲେ ପାକିସ୍ତାନରେ ରହୁଥିବା ବିବାହିତା ମହିଳାମାନେ ପରିବାରରେ ଏକ ବ୍ୟବହାର୍ଯ୍ୟ ବସ୍ତୁ ହୋଇ ରହିଯିବେ୤ ଏବଂ ଅନ୍ୟ ମହିଳାମାନଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଯିବ୤

A few of these louboutin dame sko come from Blake Lively 2016 Age of Adaline press tour, which was a celebrity designer fashion blitz like no other. Here is Blake, leaving an appearance on Good Morning America in a pair of shimmering, gold-toed Loubs paired with a dress and coat by Roksanda. This is a particularly bold fashion statement for pre-dawn. Maybe, women just like Louboutin Dame Sko.

ଆମେ ଅନେକ ସମୟରେ ମୁସଲମାନଙ୍କ ଦ୍ବାରା ଜାରୀ ଫତୁଆ ଓ ମହିଳାମାନଙ୍କ ବିଷୟରେ ପଢ଼ି ଆସୁଛେ, ସେ ଯେ କୌଣସି ଦେଶର ହୁଅନ୍ତୁ ନା କାହିଁକି୤ ମୁସଲମାନ ମହିଳାଙ୍କ କଥା ପଡ଼ିଲେ ମନେ ହୁଏ ସେମାନେ ସବୁ ଅବଳା, ଦୁର୍ବଳା, ଦାସୀ ଓ ନିର୍ଯ୍ୟାତିତା୤ କିନ୍ତୁ ପ୍ରକୃତ ପକ୍ଷେ କଥା ହେଉଛି ଏହି ସବୁ ପଛର କାରଣ ମଧ୍ୟ ମହିଳାମାନେ ନିଜେ୤ ଯେଉଁ ମହିଳାମାନେ ଅଧିକ ପାଠ ପଢ଼ିନଥାନ୍ତି ସେମାନେ ନିଜ ସ୍ବାମୀଙ୍କ ଉପରେ ନିର୍ଭରଶୀଳ ହୋଇ ରହିବା ହେତୁ ସ୍ବାମୀଙ୍କ ନିର୍ଯ୍ୟାତନାକୁ ବିରୋଧ କରନ୍ତି ନାହିଁ୤ ଏବଂ ସବୁ ଅତ୍ୟାଚାର ନିରବରେ ସହି ଯାଆନ୍ତି୤ ଏହିପରି ମହିଳା ମାନଙ୍କ ପାଇଁ ନାରୀ ସଶକ୍ତିକରଣ ବା ମହିଳା ଅଧିକାର ଆଦି ଶବ୍ଦ କୌଣସି ମୂଲ୍ୟ ରଖନ୍ତି ନାହିଁ୤ ସ୍ବାମୀଙ୍କ ମାଡ଼କୁ ନିଜର ଭାଗ୍ୟ ବୋଲି ଆଦରି ନେଇଥାନ୍ତି, ଏମିତି ଏକ ଭିଡ଼ିଓ ନିମ୍ନରେ ଦିଆଯାଇଛି୤ ଦେଖନ୍ତୁ କେମିତି ମହିଳାଙ୍କ ସ୍ବାମୀ ତାଙ୍କୁ ମାଡ଼ ମାରିବା ସତ୍ତ୍ବେ ସେ ନିରବରେ ସବୁ ସହିଯାଉଛନ୍ତି୤

ଅନ୍ୟ ସ୍ଥଳରେ ଶିକ୍ଷିତା ମହିଳାମାନେ ବିରୋଧ କରନ୍ତି୤ ସେମାନେ କାହାଦ୍ବାରା ଅତ୍ୟାଚାରିତା ହେବାକୁ ଚାହାନ୍ତି ନାହିଁ୤ ସେମାନେ ଆତ୍ମନିର୍ଭର ଅଟନ୍ତି ଏବଂ ସ୍ବାମୀଙ୍କ ହାତରେ ଖେଳନା ନୁହନ୍ତି୤ ମୁସଲମାନ୍ ମହିଳାମାନଙ୍କ ବିଷୟରେ ଆମେ ଯେଉଁ ସବୁ ଧାରଣା ମନରେ ରଖିଛୁ ସେ ସବୁ ଅନ୍ୟ ସମସ୍ତ ଧର୍ମରେ ମଧ୍ୟ ଦେଖାଯାଏ୤
ବର୍ତ୍ତମାନ ପାକିସ୍ତାନରେ ସିଆଇଆଇ ଦ୍ବାରା ପ୍ରସ୍ତାବିତ ଏହି ବିଲ ବିରୋଧରେ ବିଶାଳ ଜନମତ ସୃଷ୍ଟି ହେବାରେ ଲାଗିଛି୤ ପାକିସ୍ତାନରେ ମହିଳାମାନେ ଏହାର ବିରୋଧ କରିବା ଆରମ୍ଭ କରିଦେଇଛନ୍ତି୤ #TryBeatingMeLightly ନାମରେ ଏକ କ୍ୟାମ୍ପେନ୍ ଅନଲାଇନ୍ ଗ୍ରୁପ୍ ମାନଙ୍କରେ ନିଆଁପରି ବ୍ୟାପିବାରେ ଲାଗିଛି୤ ଏବଂ ମହିଳାମାନେ ଜଣାଇ ଦେଲେଣି ସେମାନେ ଆଉ ନିରବରେ ସବୁ ସହିବେ ନାହିଁ୤

ମହିଳାମାନଙ୍କୁ ହରେଇବାକୁ ଚାହୁଁଛ ଯଦି ନିଜ ବୁଦ୍ଧି, ବିବେକ, ଜ୍ଞାନ, ଖୁସି ଓ ଭଲ ପାଇବା ଦ୍ବାରା ହରାଅ୤ କିନ୍ତୁ ବାହୁବଳ ଦେଖାଇ ହରାଇବାକୁ ଚେଷ୍ଟା କରିଲେ ନିଜର ଅସ୍ତିତ୍ବ ପ୍ରତି ବିଶାଳ ବିପଦ ଜାତ ହେବ୤ ପାକିସ୍ତାନ ପରି ଋଢ଼ିବାଦୀ ଦେଶରେ ମଧ୍ୟ ମହିଳାମାନେ ନିଜର ଅସ୍ତିତ୍ବ ଓ ଉପସ୍ଥିତି ଜଣାଇଦେଲେଣି୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤