ବେଡ଼ରୁମରୁ ବାହାରକୁ ଆସିଛି ସମଲିଙ୍ଗୀ ସମ୍ପର୍କର ସତ୍ୟତା

ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ ଜଣାଇ ଅନେକ ବିଜ୍ଞାପନ ଏବେ ଆମ ବୈଠକଘର ଟିଭି ପରଦାରେ

ସମାଜ | 15 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 4658 ଜଣ ପଢ଼ିଛନ୍ତି

କିଛି ଦିନତଳେ ଏକ ବିଜ୍ଞାପନ ଆମ ଟିଭିରେ ଦେଖାଯାଇଥିଲା, ଯାହାକୁ ଅନେକ ଅତ୍ୟନ୍ତ ସମ୍ବେଦନଶୀଳ ବା ବୋଲ୍‌ଡ୍ ବୋଲି ଘୋଷଣା କରିଥିଲେ୤ କାରଣ ଥିଲା ପ୍ରଥମଥର ବିଜ୍ଞାପନରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକୃତି ପାଇଁ ପ୍ରତୀକ୍ଷା କରୁଥିବା ଦେଖାଯାଇଥିଲା୤ ବିଜ୍ଞାପନ ପ୍ରାରମ୍ଭରେ ଲାଗୁଥିଲା ସତେ ଯେମିତି ଏହା ମାତ୍ର ଦୁଇଜଣ ବନ୍ଧୁଙ୍କ ବନ୍ଧୁତ୍ବ ବିଷୟରେ କିନ୍ତୁ ଶେଷରେ ଜଣାପଡ଼ିଲା ଏହା ସାମାନ୍ୟ ବନ୍ଧୁ ନୁହଁ ବରଂ ଦୁଇଜଣ ସମଲିଙ୍ଗୀଙ୍କ ମଧ୍ୟରେ ଥିବା ପ୍ରେମ ଥିଲା୤ ଏହି ଦୁଇଜଣ ଯୁବତୀ ନିଜ ନିଜ ସମ୍ପର୍କ ବିଷୟରେ ନିଜ ମାତାପିତାଙ୍କ ସ୍ବୀକୃତିକୁ ଅପେକ୍ଷା କରିଥିଲେ୤ ଅବଶ୍ୟ ସେମାନଙ୍କ ପିତାମାତା ସେମାନଙ୍କ ପ୍ରସ୍ତାବରେ ସ୍ବୀକୃତିର ମୋହର ଦେଇଥିଲେ କି ନା ତାହା ଦେଖା ଯାଇନଥିଲା୤

ଏବେ କିଛି ସମୟ ପୂର୍ବରୁ ସର୍ଭିସ୍ ପ୍ରୋଭାଇଡ଼ର୍ କମ୍ପାନି ‘ଅର୍ବାନ୍ କ୍ଲାପ୍‌’ ଦ୍ବାରା ଏକ ଭିଡ଼ିଓ ନିର୍ମାଣ କରାଯାଇ ପ୍ରସାରଣ କରାଯାଇଥିଲା୤ ଯାହା ପୂର୍ବୋକ୍ତ ବିଜ୍ଞାପନ ଠାରୁ ଦୁଇପାଦ ଆଗରେ ଥିଲା୤ ଏଥିରେ ଏକ ସମ୍ପର୍ନ୍ନ ପରିବାରର ମହିଳା ନିଜ ସ୍ବାମୀଙ୍କୁ ନିଜ ଝିଅର ସମଲିଙ୍ଗୀ ବିବାହ ପ୍ରସ୍ତାବ ପାଇଁ ରାଜି କରାଉଥିବାର ଦୃଶ୍ୟ ଥିଲା୤ ସେ କହୁଥିଲେ ଯେ ଯଦି ଆମେ ଅଲଗା ଧର୍ମର ହୋଇ ବିବାହ କରିପାରିଲେ ତା ହେଲେ ସେମାନେ କାହିଁକି ବିବାହ କରିବେ ନାହିଁ ?


ଭିଡ଼ିଓର ଶେଷରେ ଗୋଟିଏ ସନ୍ଦେଶ ଦିଆଯାଇଥିଲା ; ‘ଯାହାକୁ ପ୍ରେମକରିବାକୁ ଚାହଁ, ତାକୁ ପ୍ରେମ ନ କରି ପାରିବା ଜୀବନ ହରାଇବ ସଦୃଶ!’


ଆମେରିକାରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିବା ପରେ ଭାରତରେ ମଧ୍ୟ LGBT ସମୁଦାୟ ମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି୤ ଆଜିକାଲି ଲୋକମାନେ ଖୋଲାଖୋଲି ନିଜର ସମଲିଙ୍ଗୀ ସମ୍ପର୍କ ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲେଣି୤ ଏହି ବିଷୟ ଉପରେ ବାଦ ବିବାଦ, ଯୁକ୍ତି, ଆଉ ପରେଡ଼ ଓ ଶୋଭାଯାତ୍ରା ମାନ ମଧ୍ୟ ଆୟୋଜିତ ହେଲାଣି୤ ତଥାପି ସମାଜ ସେମାନଙ୍କୁ ସାମାନ୍ୟ ମନୁଷ୍ୟଙ୍କ ଶ୍ରେଣୀରେ ଗଣତି କରିବା ଅବସ୍ଥାରେ ନାଃଇଁ୤ ଅର୍ଥାତ, ଯେତେବେଳେ ସମଲିଙ୍ଗୀ ସମ୍ପର୍କ ବିଷୟରେ ହିଁ ସମାଜ କାନ ବନ୍ଦ କରିଦିଏ, ସେତେବେଳେ ସମଲିଙ୍ଗୀ ବିବାହ ବ୍ୟବସ୍ଥା ବିଷୟରେ କେମିତି ବା ସହନଶୀଳତା ଦେଖାଇବ? କିନ୍ତୁ ଏହି ବିଜ୍ଞାପନରେ ଦେଖାଯାଉଛି କେତେ ସହଜରେ ଗୋଟିଏ ଫୋଟୋସୁଟ୍ କରି ଯୁବତୀଟିଏ ନିଜ ପିତାଙ୍କୁ ନିଜ ଯୁବତୀ ବାନ୍ଧବୀ ସହ ବିବାହ ବିଷୟରେ ରାଜି କରାଇ ଦେଉଛି୤

ଭିଡ଼ିଓ ରେ ଏ ସବୁ ଦେଖାଇବା ଭାରି ସହଜ୤ ପ୍ରାୟତଃ ଏମିତିକା ବିଜ୍ଞାପନ ଅକାଳେ ସକାଳେ ଦେଖାଯାଏ ମଧ୍ୟ୤ ଯେଉଁଠି ପ୍ରୋତ୍ସାହନ ନାମରେ ଏମିତିକା ସମ୍ବେଦନଶୀଳ ବିଷୟକୁ ସହଜ କରି ପରିବେଷଣ କରାଯାଏ୤ ସେହି ସବୁ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଲାଇକ୍ ଆଉ ସେୟାର୍ ମିଳିବା ସହଜ, କିନ୍ତୁ କେତେଜଣ ସେ ସବୁକୁ ମାନନ୍ତି ତାହା ଦ୍ବନ୍ଦର ବିଷୟ୤

ପଶ୍ଚିମରେ କିନ୍ତୁ ସବୁ ଚାଲେ

ସୋସିଆଲ୍ ମିଡ଼ିଆରେ ପ୍ରାୟ ଦିନ ସମଲିଙ୍ଗୀ ବିବାହ ବିଷୟରେ ଖବର ସବୁ ଆସେ୤ କିନ୍ତୁ ଯଦି ସେ ବିବାହରେ କୌଣସି ଭାରତୀୟଙ୍କ ସମ୍ପୃକ୍ତିଥାଏ ତେବେ ସେ ଖବର ଅଧିକ କୌତୁହଳ ସୃଷ୍ଟିକରେ୤ ଭାରତରେ ତ ଏ ସବୁ ସମ୍ଭବ ନାହିଁ, ତେଣୁ ଅଧିକାଂଶ ଭାରତୀୟ ଏବ ପଶ୍ଚିମକୁ ଯାତ୍ରା କରୁଛନ୍ତି ବିବାହ କରିବାପାଇଁ୤ ବିଦେଶରେ ଭାରତୀୟ ପରମ୍ପରା ଅନୁସାରେ ଧୁମଧାମରେ ବିବାହ କରୁଛନ୍ତି୤ ନିକଟରେ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟ ସଲାପତି ରାଓ ଫେସବୁକରେ ଆମେରିକାର ଜନ୍ ମ୍ୟାକେନ୍ ସହ ପ୍ରେମ ହୋଇଗଲା, ସେମାନେ ମେଲବୋର୍ଣ୍ଣରେ ଭାରତୀୟ ପରମ୍ପରା ଅନୁସାରେ ନିର୍ବନ୍ଧ କରିଛନ୍ତି ଏବଂ ଆଗାମୀ ବର୍ଷ ସେମାନେ ବିବାହ କରିବେ ବୋଲି ଘୋଷଣା କରିଛନ୍ତି୤ ସେମାନଙ୍କ ନିର୍ବନ୍ଧର ଛବି ସୋସିଆଲ୍ ମିଡ଼ିଆରେ ସବୁଠି ଦେଖିବାକୁ ମିଳୁଛି୤

Sarapaty and His Fiance

ସେମାନେ ଆଗାମୀ ବର୍ଷ ବିବାହ କରିବେ ବୋଲି ଘୋଷଣା କରିଛନ୍ତି୤
Rishi Agrawal with his parents
ଠିକ୍ ସେମିତି କାନାଡ଼ରେ ରହୁଥିବା ଋଷି ଅଗ୍ରୱାଲ ନିଜ ବନ୍ଧୁ ଡାନିଏଲ୍ ସହ ଭାରତୀୟ ନୀତିନିୟମ ଅନୁଯାୟୀ ବିବାହ କରିଛନ୍ତି୤


Lesbian Marriages with NRI
ଏବେ ଏହା ସାଧାରଣ ଘଟଣା ହୋଇଗଲାଣି, ଏବଂ ଭାରତୀୟ ଉଦ୍ଭବ ଅନେକ ଯୁବକ ଯୁବତୀ ଏଠାରେ ଆସି ବିବାହ କରିବାକୁ ଇଚ୍ଛା ପ୍ରକଟ କଲେଣି୤
a typical LGBT Marriage in USA

କଣ ସମାଜ ଏବେ ପରିପକ୍ବ ନୁହେଁ କି ?

ଚର୍ଚ୍ଚାର ବିଷୟ ଏହି ଯେ, କାହାର ଶୟନକକ୍ଷରେ କଣ ହେଉଛି ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର୤ ସେ ସବୁ ବନ୍ଦ କୋଠରୀରେ ହୁଏ ତେଣୁ ସେ ବିଷୟରେ ନା ଆମକୁ ନା ସମାଜର ଦଖଲକୁ କେହି ବର୍ଦାସ୍ତ କରିବେ୤ ସମଲିଙ୍ଗୀ ସମ୍ପର୍କ କୌଣସି ନୂଆ କଥା ନୁହେଁ୤ କିନ୍ତୁ ଆଜିଯାଏଁ ଏ ସବୁ ବନ୍ଦ କୋଠରୀରେ ହେଉଥିଲା, କାରଣ ସମାଜ ଏହାକୁ ସ୍ବୀକୃତି ଦିଏନାହିଁ୤ କିନ୍ତୁ ଏବେ ଏହା ଧିରେ ଧିରେ ସର୍ବସମକ୍ଷରେ ପ୍ରକାଶ ହେବାକୁ ଲାଗିଲାଣି୤ ସାମାଜିକ ସ୍ବୀକୃତି ପାଇଁ ଏହା ଏକ ଆନ୍ଦୋଳନ କହିଲେ ଅତ୍ୟୁକ୍ତି ହେବନାହିଁ୤ ସେମାନଙ୍କୁ କେବଳ ସ୍ବୀକୃତି ଆବଶ୍ୟକ ନାହିଁ, ଆଇନତଃ ମାନ୍ୟତା ବି ଦରକାର୤ କିନ୍ତୁ ସତ୍ୟ ହେଉଛି କଠୋର, ଏଥିରେ ଆଇନ ପରକଥା ସମାଜ ହିଁ ସ୍ବୀକୃତି ଦେବା ସପକ୍ଷରେ ନାହିଁ୤

ଆମେରିକାରେ ପାରିବାରିକ ପରମ୍ପରା ନଷ୍ଟ ହେଉଛି୤ ଏମିତି ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଣି ଯେଉଁମାନେ ବୃଦ୍ଧ୍ରାଶ୍ରମରେ ରହିବାକୁ ବାଧ୍ୟ ହେଉଛନ୍ତି୤ ଅଧିକାଂଶ ଯୁବକଯୁବତୀ ସମୟ ପୂର୍ବରୁ ହିଁ ଯୌନ ସଂଭୋଗ ବିଷୟରେ ଜାଣି ପକାନ୍ତି୤ କୌଣସି ସମ୍ପର୍କ ପାଇଁ ବିବାହର କୌଣସି ମହତ୍ତ୍ବ ହିଁ ନାହିଁ୤ ସେଇଥି ପାଈଁ ସେକ୍ସ୍ ପାଇଁ କିଏ ଆବଶ୍ୟକ ସେ ବିଷୟରେ ମଧ୍ୟ ସେମାନେ ମହତ୍ତ୍ବ ଦିଅନ୍ତି ନାହିଁ୤ ଏମିତିରେ ଯଦି ଆମେରିକାରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିଯାଏ ତେବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାଭଳି ବିଷୟ ନାହିଁ୤ କିନ୍ତୁ ଯଦି ଭାରତ ଏହା ସହ ସହମତି ନୁହେଁ ତ ଏହାର ଅର୍ଥ ଏହା ନୁହେଁ ଯେ ଭାରତ ଋଢ଼ିବାଦୀ ବା ଅସହନଶୀଳ୤ ଏହା ଆମର ସଂସ୍କୃତି, ଯାହାର ଆଧାର ହେଉଛି ବିବାହ, ସନ୍ତାନ ଓ ପରିବାର୤ ନୈତିକ ଭାବରେ ଆମକୁ ସେଇ ସମାଜର ନିର୍ମାଣ କରିବା ଉଚିତ ଯାହା ଆମ ଭବିଷ୍ୟତ ବଂଶଧରଙ୍କୁ ଆମେ ଦେଇ ପାରିବା୤

ମନେ କରନ୍ତୁ ଆପଣଙ୍କ ପିତାମାତା ସମଲିଙ୍ଗୀ ବିବାହ କରିଥାନ୍ତେ, ତା ହେଲେ ବୋଧହୁଏ ଆପଣ ଏ ଦୁନିଆରେ ହିଁ ନଥାନ୍ତେ, ଏତେ ଆନ୍ଦୋଳନ ଓ ଶୋଭାଯାତ୍ରାର ଆବଶ୍ୟକତା ହିଁ ନଥାନ୍ତା୤ କିନ୍ତୁ ହଁ ଯଦି ଭାରତ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଏ ତ ଅନ୍ତତଃ ଗୋଟିଏ ଲାଭ ତ ହେବ୤ ଭାରତ ଅଧିକ ଆନନ୍ଦମୟ ହୋଇଯିବ, କାରଣ ଭାରତର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଉପରେ କିଛି ତ ଆକଟ ରହିବ୤

ସେ ଯା ହେଉ ସୃଷ୍ଟିର ନିୟମ ପରିବର୍ତ୍ତନ ର କଥା କହିବା ଅର୍ଥାତ ସମାଜ ବିରୁଦ୍ଧରେ ଯିବା ହେବ୤ ଏହା ଏକ ଲମ୍ବା ଯୁଦ୍ଧ ଯେଉଁଥି ପାଇଁ ଭାରତୀୟ ସମଲିଙ୍ଗୀ ଭାଇଭଉଣୀ ମାନେ ଅପେକ୍ଷା କରିପାରନ୍ତି କିମ୍ବା ପଳାୟନ କରିପାରନ୍ତି୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤