ମହିଳା କୁସ୍ତିଯୋଦ୍ଧା ସହ ଲଢିଲେ ପଞ୍ଜାବୀ ଝିଅ?

କଣ ହେଲା ଯେତେବେଳେ ଜଣେ କୁସ୍ତି କରୁଥିବା ମହିଳା ସହ ଜଣେ ସାଧାରଣ ପଞ୍ଜାବୀ ଝିଅର ଫାଇଟ୍ ହେଲା !

ସୋସିଆଲ୍ ମିଡ଼ିଆ | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 3190 ଜଣ ପଢ଼ିଛନ୍ତି

ସୋସିଆଲ୍ ମିଡ଼ିଆରେ ଏବେ ଏକ ଭିଡ଼ିଓ ଚର୍ଚ୍ଚାରେ ରହିଛି | ଏଥିରେ ଜଣେ ପ୍ରଫେସନାଲ୍ ମହିଳା ପହଲବାନ୍ ସହ ଜଣେ ଦର୍ଶକ ସାଧାରଣ ମହିଳା ସହ କୁସ୍ତି କରୁଥିବାର ଦେଖାଯାଉଛି | ଭିଡ଼ିଓରେ ଦେଖାଯାଉଛି ଯେ ଫାଇଟ୍ ରିଙ୍ଗ୍ ଭିତରେ ଜଣେ ପେଶାବର କୁସ୍ତି କରୁଥିବା ମହିଳା ଦର୍ଶକ ମାନଙ୍କୁ ସ୍ବାଗତ କରୁଛନ୍ତି ତାଙ୍କ ସହ ଫାଇଟ୍ କରିବା ପାଇଁ, ଏବଂ ସଲୱାର୍ କମିଜ୍ ପିନ୍ଧିଥିବା ଜଣେ ପଞ୍ଜାବୀ ମହିଳା ସେହି ଚାଲେଞ୍ଜ୍ ସ୍ବୀକାର କରିବା ପରେ ଯାହା ହେଉଛି ତାହା ଦେଖି ଦର୍ଶକ ସ୍ତବ୍ଧ ହେଇ ଯାଉଛନ୍ତି |
WWE Fight
ଫାଇଟ୍ ରିଙ୍ଗ୍ ଭିତରେ ମାଇକ୍ ଧରି ଚିଲ୍ଲେଇ କରି ନିଜର ଗୁଣଗାନ କରୁଥିବା କୁସ୍ତିଯୋଦ୍ଧା ମହିଳା କହୁଛନ୍ତି ଯେ, ‘ମୋ ସମକକ୍ଷ ଏଠି କେହି ନାହାନ୍ତି୤ ଯଦି କାହାର ସାହାସ ଅଛି ତ ଆସ ମୋ ସହ ଫାଇଟ୍ କର୤’ ସେ ଦର୍ଶକମାନଙ୍କୁ ଖୋଲାଖୋଲି ଚାଲେଞ୍ଜ୍ କରୁଛନ୍ତି୤ ମହିଳା କୁସ୍ତିଯୋଦ୍ଧାଙ୍କ ଶାରୀରିକ ଗଠନକୁ ଦେଖି ଭଲ ଭଲ ଲୋକ ବି ଡରିଯିବେ୤ ତଥାପି ଏତେ ଦର୍ଶକ ମଧ୍ୟରେ ଯୋଦ୍ଧାର ଚାଲେଞ୍ଜ୍ ସ୍ବୀକାର କରିଥିଲେ କେବଳ ଜଣେ ଆଉ ସେ ଥିଲେ ଜଣେ ପଞ୍ଜାବୀ ମହିଳା୤

ମହିଳା ଜଣକ ସଲୱାର୍ ସୁଟ୍ ଆଉ ଦୁପଟ୍ଟା ପିନ୍ଧିଥିଲେ୤ ସେ ଫାଇଟ୍ କରିବା ଭଳି ଚାଲେଞ୍ଜ୍ ସ୍ବୀକାର କରିବେ ବୋଲି କେହି ଆଶା ବି କରିନଥିବେ୤ କିନ୍ତୁ ସମସ୍ତେ ଜାଣନ୍ତି ପଞ୍ଜାବୀ ମହିଳା ମାନେ କେତେ ଶକ୍ତ, ସାହାସୀ ଆଉ ଧୈର୍ଯ୍ୟବାନ ଅଟନ୍ତି୤ ମହିଳା ଜଣକ ନିଜ ଦୁପଟ୍ଟା ଅଣ୍ଟାରେ ବାନ୍ଧିଦେଇ ରିଙ୍ଗ୍ ଭିତରେ ପହଞ୍ଚିଯାଆନ୍ତି୤ ଏହା ପରେ ଯାହା ହେଲା ତାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ୤




ପତଳା ଶରୀର ଧାରଣ କରିଥିବା ଏହି ପଞ୍ଜାବୀ ମହିଳାଙ୍କ ସାହାସକୁ ଦେଖି ସମସ୍ତେ ସମ୍ମାନ କରିଲେ୤ ଯିଏ ଜଣେ ସୁସ୍ଥସବଳ କୁସ୍ତିଯୋଦ୍ଧାକୁ ମାଟିରେ ଶୁଆଇ ଦେଲା୤ ଏହି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ତୀବ୍ର ବେଗରେ ପ୍ରଚାର ହେଉଛି୤ କିନ୍ତୁ ଏହି ଭିଡ଼ିଓ ପଛର ସତ୍ୟ ଟା ଆଉ କିଛି୤
WWE Wrestler falls flat
WWE ଚାମ୍ପିୟନ୍ ଦ ଗ୍ରେଟ୍ ଖାଲି ନିଜର ଟ୍ରେନିଂ ସ୍କୁଲ CWE (୨୦୧୫ରେ ଖୋଲାଯାଇଛି)ର ପ୍ରସାର ପାଇଁ ଜଳନ୍ଧରରେ ଏହି ଫାଇଟର ଆୟୋଜନ କରିଥିଲେ୤ ରିଙ୍ଗ ଭିତରେ ଥିବା କୁସ୍ତିଯୋଦ୍ଧାଙ୍କ ନାମ ବିବି ଅର୍ଥାତ ବୁଲବୁଲ୍୤ ଆଉ ଯେଉଁ ମହିଳା ଚାଲେଞ୍ଜ ସ୍ବୀକାର କରିଥିଲେ ସେ ହରିଆଣାର ପୂର୍ବତନ ପୋଲିସ ଅଧିକାରୀ କବିତା ଥିଲେ, ସେ ଜଣେ ପାୱାର୍ ଲିଫ୍‌ଟିଂ ଆଉ ମାର୍ସାଲ୍ ଆର୍ଟ୍ ଚାମ୍ପିୟନ୍୤  କିନ୍ତୁ ଭିଡ଼ିଓରେ ଏମିତି ଦେଖାଯାଇଛି ଯେମିତି ସେ ଜଣେ ସାଧାସିଧା ମହିଳା୤

ଏମିତି ଅନେକ ଫାଇଟ୍ ସାଧାରଣତଃ ଆଗରୁ ନିର୍ଣ୍ଣୟ ହୋଇଥିବା କଥା କୁହାଯାଏ୤ ମାତ୍ର ମନୋରଞ୍ଜନ ଓ ଆମୋଦଦାୟକ କରିବା ପାଇଁ ଏହାର ଆୟୋଜନ କରାଯାଏ୤ ଏଠାରେ ସବୁକିଛି ହଠାତ୍ ହୁଏନାହିଁ୤ ଫାଇଟ୍ କେମିତି ହେବ ତାହା ପ୍ରଥମରୁ ହିଁ ନିର୍ଣ୍ଣୟ କରାଯାଇଥାଏ୤ କିନ୍ତୁ ସେ ଯା ହେଉ ଏମିତି ରୋମାଞ୍ଚକର ଫାଇଟ୍ ଦେଖିବାକୁ ମିଳିଲେ ତାହା ଅସଲି କି ନକଲି କିଏ ପଚାରେ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤