କଟ୍ଟାପା ବାହୁବଳୀଙ୍କୁ କାହିଁକି ମାରିଲା?

ଜାଣନ୍ତୁ ଏହାର ଉତ୍ତର ସ୍ବୟଂ ଚଳଚ୍ଚିତ୍ରର ନିର୍ମାତାଙ୍କ ପାଖରୁ

ସିନେମା | 10 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 2822 ଜଣ ପଢ଼ିଛନ୍ତି

Bahubali : The movie
କେହି ଯଦି ରାଜମୌଳୀଙ୍କୁ ଏହି କଥା ପଚାରେ, ସେ କେବଳ ଟିକେ ସ୍ମିତ୍ୟହାସ୍ୟ ଦିଅନ୍ତି୤ ବିଗତ ବର୍ଷର ସର୍ବାଧିକ ବ୍ୟବସାୟ କରିଥିବା ବହୁଭାଷୀ ଚଳଚ୍ଚିତ୍ର ବାହୁବଳୀର ନିର୍ମାତା ନିର୍ଦ୍ଦେଶକ ରାଜାମୌଳୀ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ସୁଟିଂରେ ବ୍ୟସ୍ତ ଅଛନ୍ତି୤

ବାହୁବଳୀର ପ୍ରଥମ ଭାଗ ଦେଖିଥିବା ସମସ୍ତ ଦର୍ଶକଙ୍କ ମନରେ ଏହି ପ୍ରଶ୍ନ ସ୍ବତଃ ଆସେ ଯେ ବାହୁବଳୀକୁ କଟ୍ଟପା କାହିଁକି ମାରିଲେ? ଏହି ପ୍ରଶ୍ନ ସୋସିଆଲ୍ ମିଡ଼ିଆରେ ଅନେକଥର ଉତ୍‌ଥାପନ କରାଯାଇଥିଲେ ସୁଦ୍ଧା ଏହାର ଉତ୍ତର କେହି ଜାଣିନାହାନ୍ତି୤ ହେଲେ ଏହି ବିଷୟରେ ରାଜାମୌଳୀଙ୍କୁ ପ୍ରଶ୍ନ କଲେ ସେ ନିର୍ବିକାର ରହନ୍ତି ଏବଂ ସ୍ମିତହାସ୍ୟ ଦେଇ ଦିଅନ୍ତି୤ କିନ୍ତୁ ରାଜାମୌଳୀଙ୍କୁ ଏହା କେବେ ବ୍ୟସ୍ତ କରେ ନାହିଁ୤ ସେ ବହୁତ ଖୁସି୤ କାରଣ ‘ବାହୁବଳୀ’ କେବଳ ତେଲୁଗୁ ଦର୍ଶକଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ୤ ଭାରତର ସିନେମାରେ ଇତିହାସ ରଚିଥିବା ଏକ ସିନେମା ଯାହାର ପ୍ରଥମ ଭାଗ ଏକ ରୋମାଞ୍ଚକର  ମୋଡ଼ରେ ରହିଯାଇଛି! ଦର୍ଶକ ଚାତକପରି ଚାହିଁ ରହିଛନ୍ତି ଏହାର ୨ୟ ଭାଗ କେବେ ଆସିବ ବୋଲି!!
Rajamouli, The director of Bahubali
‘ଆମକୁ ଭଲ ଲାଗେ କେହି ଆମକୁ କଟ୍ଟାପ୍ପା ପ୍ରଶ୍ନ ପଚାରେ୤ ମୋତେ ବହୁତଥର ଏହି ପ୍ରଶ୍ନର ସାମନା କରିବାକୁ ପଡ଼ିଛି୤ ଏହା କେବଳ ମୁଁ ନୁହେଁ ପୁରା ବାହୁବଳୀ ଟିମ ପାଇଁ ଗର୍ବର ବିଷୟ୤’

ବାହୁବଳୀ : ଆରମ୍ଭରେ ଅଛନ୍ତି ପ୍ରଭାସ, ରାଣା ଡୁଗୁବାଟୀ, ତମନ୍ନା ଭାଟିଆ, ଅନୁସ୍କା ସେଟ୍ଟି, ରମୟା କ୍ରିଷ୍ନନ ଓ ସତ୍ୟାରାଜ! ଗତ ବର୍ଷର ଏହି ସୁପରହିଟ ସିନେମା ପ୍ରାୟ ୬୦୦କୋଟି ଉପାର୍ଜନ କରିଛି, ଏବଂ ଅନେକ ପୁରସ୍କାର ସହ ଦୁଇଟି ଜାତୀୟ ପୁରସ୍କାର ମଧ୍ୟ ପାଇଛି!

ଏହାର ବାକିଥିବା କାହାଣୀ ବାହୁବଳୀ : ଦ୍ବିତୀୟ ବିଗତ ୧୮ ମାସ ଧରି ତିଆରି ଚାଲିଛି, ତାହା ସମ୍ଭବତଃ ୨୦୧୭ ଅପ୍ରେଲରେ ମୁକ୍ତିଲାଭ କରିପାରେ ବୋଲି ସୂଚନା ମିଳିଛି୤

‘ଆମେ ଯେବେ ସିନେମା ଆରମ୍ଭ କଲୁ, ଆମେ ଚାହୁଁଥିଲୁ ଗୋଟେ ଭାଗ ସମାପ୍ତ କରିବାର ୩ - ୪ ମାସପରେ ଆଉ ଗୋଟେ ମାର୍କେଟରେ ଆଣିବୁ! କିନ୍ତୁ ପ୍ରଥମ ଭାଗ ସରିଲା ପରେ ଆମେ ଯୋଜନା କଲୁ ଗୋଟେ ବର୍ଷ ପରେ ୨ୟ ଭାଗକୁ ବଜାରରେ ଛାଡ଼ିବା ପାଇଁ୤ ସେମିତି କିଛି ଅସୁବିଧା ହେବ ନାହିଁ  ଯଦି ଆମେ ରିଲିଜ କରିବୁ ୧୨ ମାସ ପରେ ମଧ୍ୟ! ଅଲଗା ସିନେମା ଯେମିତି କି ‘ଲର୍ଡ ଅଫ୍ ଦ୍ ରିଙ୍ଗସ୍’, ‘ଦ ହାବିଟସ୍’, ‘ବ୍ୟାଟମ୍ୟାନ’ ଆଦି ଚଳଚ୍ଚିତ୍ର ପ୍ରଥମ ଭାଗ ମୁକ୍ତିଲାଭ କରିବାର ବହୁ ଦିନ ପରେ ମୁକ୍ତିଲାଭ କରି ମଧ୍ୟ ସଫଳତାର ସ୍ବାଦ ଚାଖିଛି କାରଣ ତାର ପ୍ରଥମ ଭାଗ ଦର୍ଶକଙ୍କ ମନ ଜିଣି ନେଇଥିଲା୤’

ଏହି ଚଳଚ୍ଚିତ୍ର ବର୍ତ୍ତମାନ ଚୀନ ଭାଷାରେ ଭାଷାନ୍ତରଣ ହୋଇ ଅନ୍ୟୁନ ୬୫୦୦ ପ୍ରେକ୍ଷାଳୟରେ ନିକଟ ଭବିଷ୍ୟତରେ ଚୀନରେ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି!!


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤