ସୋସିଆଲ୍ ମିଡ଼ିଆ ବଞ୍ଚାଇଲା ପ୍ରାଣ !

ଜାଣନ୍ତୁ କେମିତି ସୋସିଆଲ୍ ମିଡ଼ିଆ ଦ୍ବାରା ଜଣେ ଲୋକ ପୁଣିଥରେ ଜୀବନ ଫେରି ପାଇଲା୤

ସୋସିଆଲ୍ ମିଡ଼ିଆ | 8 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 2622 ଜଣ ପଢ଼ିଛନ୍ତି

Social Media
ଫେସବୁକ ବଞ୍ଚାଇଲା ଜଣଙ୍କ ପ୍ରାଣ ଗତ ମଙ୍ଗଳବାର ଦିନର ଘଟଣା୤ ଦିଲ୍ଲୀ ବାସିନ୍ଦା ବରୁଣ ମଲ୍ଲିକ, ଜଣେ  ଆଇଟି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ନିଜର ହାତ କାଟିଦେଇ, ତା’ର ପ୍ରତିଛବି ଓ ଆତ୍ମହତ୍ୟାର ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ୤ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏହାକୁ ସୋସିଆଲ୍ ମିଡ଼ିଆରେ ପ୍ରକାଶିତ କରିବା ଦ୍ବାରା ସେ ଜୀବନ ଫେରିପାଇଲେ ଯେହେତୁ ଠିକଣା ସମୟରେ ତାଙ୍କୁ ଏକ ବେସରକାରୀ ଡାକ୍ତରଖାନା ନିଆଗଲା! ଓ ସେ ଆସନ୍ନ ମୃତ୍ୟୁ ମୁଖରୁ ରକ୍ଷାପାଇଛନ୍ତି୤

ଯଦିଓ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି, ତଥାପି କିଛି ଲୋକ କହୁଛନ୍ତି ଯେ ତାଙ୍କର ମା’ଙ୍କ ଗୋଟେ ବର୍ଷ ପୂର୍ବରୁ ଆରପାରିକୁ ଚାଲିଯିବା ପରଠୁ ସେ ମାନସିକ ଅବସାଦରେ ଥିଲେ, ହୁଏତ ସେଇଥି ପାଇଁ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିବେ୤
Barun Mallik
ବରୁନ୍(୩୨), ଯେ କି ସେକ୍ଟର୍ ୧୦-ଏ ର କରମୟୋଗି ଅଟ୍ଟାଳିକାରେ ରହନ୍ତି, ଏବେ ସେ ସନରାଇଜ ହସ୍ପିଟାଲ୍‌ର ଆଇସିୟୁରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି! ସେ କେବଳ ଆତ୍ମହତ୍ୟାର ପୋଷ୍ଟ ନୁହେଁ ହାତ କାଟିଲା ପରେ ତା’ ପରର ହାତର ପ୍ରତିଛବି ମଧ୍ୟ ଅପଲୋଡ କରିଥିଲେ୤ ତା’ର ଏହି ଛବି ଦେଖି ଅନଲାଇନ୍ ଥିବା ତାଙ୍କ ବନ୍ଧୁ ଏହାକୁ ଦେଖି ତତ୍କ୍ଷଣାତ ପୋଲିସକୁ ଖବରଦେବା ସହ ପାଖାପାଖି ରହୁଥିବା ଲୋକଙ୍କୁ ତା ଘରକୁ ଯିବପାଇଁ ଅନୁରୋଧ କରିଥିଲେ୤

ପୋଲିସ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ତାର କେହି ସଂର୍ପକୀୟ ଭାଇ ଯେ ଜଣେ ଡକ୍ଟର ସେ ତାକୁ ପାଖ ହସ୍ପିଟାଲକୁ ନେଇସାରିଥିଲେ!

ତାଙ୍କର ଫେସବୁକରେ ଥିବା ଆତ୍ମହତ୍ୟାର ପୋଷ୍ଟରେ ଲେଖା ଥିଲା, ‘ମୁଁ ବରୁନ ମଲ୍ଲିକ ଜଣାଇବାକୁ ଚାହେଁ ମୁଁ  ଆତ୍ମହତ୍ୟା କରିବାକୁ ଯାଉଛି କାରଣ ମୁଁ ହାରିଯାଇଛି‌୤ ଏଥିପାଇଁ କେହି ଦାୟୀ ନୁହଁନ୍ତି୤ ମୁଁ ଏଇ ପର୍ଯ୍ୟନ୍ତ ବହୁତ କଷ୍ଠ ସହିଲିଣି, ଆଉ ନୁହେଁ! ମୋର ଆଉ କେହି ନିଜର ନାହାନ୍ତି! ଏବେ ମୁଁ ଏକା! ଏଇଟା ହିଁ ମୋ ପାଇଁ ଶେଷ ରାସ୍ତା! ମୋର ଅବସ୍ଥା କେହି ବୁଝିପାରିବେ ନାହିଁ୤ ଆଉ ତ ପରିବାରରେ କେହି ନାହାନ୍ତି୤ ମୁଁ ଚାଲିଯିବାପରେ କେହି ଚିନ୍ତା କରିବା ଦରକାର ନାହିଁ୤ ବାସ୍, ଆରାମ ସେ ମୋ ଶରୀରକୁ ଜଳାଇଦେବ୤ ଏହି ମୋର ଶେଷ ଇଚ୍ଛା, ବରୁନ’
Suicidal Note
ପୋଲିସ  ଅଧିକାରୀ ନରେଶ କୁମାର କହିବା କଥା, ‘କିଛି କେସ୍ ଫାଇଲ ହେଇ ନାହିଁ ଯେହେତୁ ମଲ୍ଲିକ କିଛି କହିବା ଅବସ୍ଥାରେ ନାହାନ୍ତି’୤ ଲୋକଙ୍କ ଅନୁଯାୟୀ, ତାଙ୍କର ମା ଯେ ତାଙ୍କ ପାଇଁ ଗୋଟେ କିଡ଼ନୀ ଦେଇଛନ୍ତି, ଚାଲିଯିବା ପରେ ତାଙ୍କର ମାନସିକ ଅବସ୍ଥା ଠିକ ନ୍ ଥିଲା! ତାଙ୍କ ବାପା ଏସ ପି ମଲ୍ଲିକ, ଜଣେ ଅବସରପ୍ରାପ୍ତ ହରିୟାଣା ପୋଲିସ, ବର୍ତମାନ ସେ ପକ୍ଷାଘାତରେ ପୀଡ଼ିତ ହୋଇ ଚେୟାର ବସିରହୁଛନ୍ତି!


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤