କୁମାରୀତ୍ବ କଣ କେବଳ ଭାବନାର ବିଷୟ?

ଅନେକ ଝିଅଙ୍କ କୁମାରୀତ୍ବକୁ ନଷ୍ଟ କରିଥିବା ପୁଅମାନେ କେବଳ କୁମାରୀ ଜୀବନସାଥୀ ଖୋଜନ୍ତି କାହିଁକି ?

ସମାଜ | 2 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 3579 ଜଣ ପଢ଼ିଛନ୍ତି

ଭାରତୀୟ ସମାଜ ସର୍ବଦା କନ୍ୟାମାନଙ୍କର କୁମାରୀତ୍ବକୁ ନେଇ ବିଶେଷ ଭାବରେ ଶକ୍ତ ନିୟମ ଗଢ଼ିଛି୤ କୁମାରୀତ୍ବକୁ ଚରିତ୍ର ସହ ଯୋଡ଼ି ଦିଆଯାଇଛି୤ ଅର୍ଥାତ ଯେଉଁ ଝିଅ ବା କନ୍ୟା କୁମାରୀ, କେବଳ ସେ ହିଁ ଚରିତ୍ରବାନ୤ ଏହି ବିଷୟ ଉପରେ ଅନେକ ବୁଦ୍ଧିଜୀବି ଅନେକ ମତ ରଖନ୍ତି୤ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେଉଁ ସବୁ ପୁଅମାନେ ଅନେକ ଝିଅଙ୍କ ସହ ସଂଭୋଗ କରନ୍ତି ଏବଂ ଅନେକ କନ୍ୟାଙ୍କ କୁମାରୀତ୍ବ ନଷ୍ଟ କରିଥାନ୍ତି, ସେମାନେ ମଧ୍ୟ ବିବାହ ସମୟ ଆସିଲେ କେବଳ କୁମାରୀ କନ୍ୟା ହିଁ ଖୋଜନ୍ତି୤
କୁମାରୀତ୍ବ କଣ, ଏହାକୁ ପୁରୁଷ ମାନେ କେଉଁ ଭାବରେ ଗ୍ରହଣ କରନ୍ତି୤ ଆମ ସମାଜର ଦୃଷ୍ଟିକୋଣ ଏହା ପାଇଁ କିପରି ରହିଛି ଏହି ସବୁ ବିଷୟକୁ ଆଧାର କରି ‘ପୁରାନୀ ଦିଲ୍ଲୀ ଟକିଜ୍’ ନାମକ ଏକ ଅନଲାଇନ୍ ଚଳଚିତ୍ର ନିର୍ମାଣ କରୁଥିବା ସଂସ୍ଥା ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି୤ ଏକ ବିବାହ ପ୍ରସ୍ତାବକୁ ନେଇ ଏକ ଦମ୍ପତ୍ତି ମଧ୍ୟରେ ହେଉଥିବା ବାର୍ତ୍ତାଳାପ କେମିତି କୁମାରୀତ୍ବର ବିଷୟକୁ ନେଇ ବଦଳିଯାଉଛି ଏବଂ ଏହାର ପରିଣତି କଣ ହେଉଛି ତାହା ଆପଣ ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଦେଖିପାରିବେ୤
କୁମାରୀତ୍ବକୁ ଅତ୍ୟଧିକ ମହତ୍ତ୍ବ ଦେଉଥିବା ଲୋକମାନଙ୍କୁ ଭାବନାଗ୍ରସ୍ତ କରିବାପାଇଁ ଏହି ଚଳଚ୍ଚିତ୍ର ଯଥେଷ୍ଟ ସକ୍ଷମ ବୋଲି ଆମେ ମନେ କରୁଛୁ୤ ଆପଣ ନିଜେ ଦେଖନ୍ତୁ ଆଉ ଚିନ୍ତା କରନ୍ତୁ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤