ବିହାରରେ ସର୍ବୋଚ୍ଚ ଅଙ୍କ ପାଇଥିବା ଛାତ୍ରଙ୍କ ପାଇଁ ନିର୍ଦ୍ଦେଶାବଳୀ

ଯେମିତି ଜଣେ ଛାତ୍ରକୁ ଜଣାପଡ଼େ ଯେ ସେ ସର୍ବୋଚ୍ଚ ଅଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛି, ସେ ତୁରନ୍ତ କେଉଁଠାରେ ଆତ୍ମଗୋପନ

ରାଜନୀତି | 15 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 2714 ଜଣ ପଢ଼ିଛନ୍ତି

ଅନ୍‌ଲାଇନ୍ ଭିଡ଼ିଓ ପ୍ରସ୍ତୁତକାରୀ ଗ୍ରୁପ୍ ଏଆଇବି ବିଭିନ୍ନ ସମୟରେ ସାଂପ୍ରତିକ ସମସ୍ୟାକୁ ନେଇ ଭିଡ଼ିଓମାନ ନିର୍ମାଣ କରି ପ୍ରଚୁର ଜନ ସମର୍ଥନ ପାଇଆସୁଛି୤ ବିଗତ ବର୍ଷ ରଣବୀର ସିଂ ଓ ଅର୍ଜୁନ କପୁରଙ୍କ ରୋଷ୍ଟ୍ କାର୍ଯ୍ୟକ୍ରମ ପରେ ଏହି ଗ୍ରୁପ୍ ଯଥେଷ୍ଟ ପ୍ରସିଦ୍ଧି ଲାଭ କରିଥିଲା୤ ଚଳିତ ବର୍ଷ ବିହାରରେ ପଲିଟିକାଲ୍ ସାଇନ୍‌ସ ଓ ବିଜ୍ଞାନ ବିଭାଗରେ ସର୍ବାଧିକ ଅଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମ୍ବାଦ ଓ ଗଣମାଧ୍ୟମ ଦ୍ବାରା ନିଆଯାଇଥିବା ସାକ୍ଷାତକାର ପରେ ଏହାକୁ ନେଇ ଏକ ଭିଡ଼ିଓ ନିର୍ମାଣ କରାଯାଉଥିବା କଥା କୁହାଯାଉଛି୤ ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦିଆଯାଇଛି, ଯେଉଁଥିରେ ପ୍ରମୁଖ ହେଉଛି;

୧. ଯେମିତି ଜଣେ ଛାତ୍ରକୁ ଜଣାପଡ଼େ ଯେ ସେ ସର୍ବୋଚ୍ଚ ଅଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛି, ସେ ତୁରନ୍ତ କେଉଁଠାରେ ଆତ୍ମଗୋପନ କରିବା ଉଚିତ୤ ଯାହାଦ୍ବାରା କୌଣସି ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ନିକଟରେ ପହଞ୍ଚିପାରିବ ନାହିଁ୤
୨. ଯଦି ବା ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଗଲେ, ତା ହେଲେ ଘରର କୌଣସି ବରିଷ୍ଠ ସଦସ୍ୟ, ଯେମିତି ବାପା, ଭାଇ କିମ୍ବା ଅନ୍ୟ କେହି ଏକ ଲିଖିତ ଷ୍ଟେଟମେଣ୍ଟ୍ ଜାରୀ କରିପାରିବେ୤ ଏବଂ ସମସ୍ତଙ୍କୁ ସେହି ଷ୍ଟେଟମେଣ୍ଟର କପି ଦିଆଯାଇପାରେ୤
୩. ଏହା ପରେ ଟପର୍ ହୋଇଥିବା ଛାତ୍ରକୁ ସାକ୍ଷାତକାର ପାଇଁ ପ୍ରସ୍ତୁତ କରାଯିବା ଉଚିତ୤ ଏଥିପାଇଁ ଆବଶ୍ୟକ ହେଲେ ଦକ୍ଷ ସହାୟକ ବ୍ୟକ୍ତିଙ୍କ ସାହାଯ୍ୟ ନିଆଯାଇପାରେ୤ ଏବଂ ମିଛିମିଛିକା ସାକ୍ଷାତକାର କରି ଛାତ୍ରଙ୍କୁ ଭଲଭାବରେ ତୟାର କରାଯାଇପାରେ୤
୪. ଯେତେବେଳ ଯାଏଁ ସଂପୃକ୍ତ ଛାତ୍ର ସାକ୍ଷାତକାର ଦେବାପାଇଁ ସକ୍ଷମ ହୋଇନାହିଁ, ସେତେବେଳ ଯାଏଁ ସହାୟକ କିମ୍ବା ପରିବାରର ବରିଷ୍ଠ ସଦସ୍ୟ ସାକ୍ଷାତକାର ଦେଇପାରିବେ୤


Mass Copying in Bihar
୫. ସାକ୍ଷାତକାରରେ ପ୍ରଥମେ ଛାତ୍ରକୁ ଜଣାଇ ଦିଆଯାଉ ଯେ ସେ କେଉଁ ଶ୍ରେଣୀ ଓ ବିଷୟରେ ପାସ୍ ହୋଇଛି୤ ସେହି ବିଷୟରେ କଣ ପଢ଼ାହୁଏ୤ ଏବଂ ସେହି ବିଷୟକୁ ଛାତ୍ର ଜଣକ ଇଂରେଜୀରେ ପ୍ରାଞ୍ଜଳ ଭାବରେ କହିପାରୁଛନ୍ତି୤ ଅନ୍ତତଃ ଇଂରେଜୀରେ ବିଷୟର ବନାନ ସଠିକ୍ ଆସୁଥିବା ଦରକାର୤

Black wore these beautiful louboutin slingbacks to a "fashion event" in Tribeca last February. Strangely enough, no one took the time to document what this event actually entailed, and no one other than our photo service seemed to even notice it happened. She always likes Louboutin Slingbacks for some reasons!

୬. ଛାତ୍ରକୁ କୁହାଯାଉ ଯେ ସାକ୍ଷାତକାର ସମୟରେ ଅନ୍ତତଃ ପକ୍ଷେ ଦୁଇ ତିନିଥର ଗୁଡ୍ କ୍ୱେଶ୍ଚିନ୍ ବୋଲି କହିବ୤ ଆଉ ସବୁବେଳେ କ୍ୟାମେରାକୁ ହିଁ ଦେଖିକି କହିବ୤ ସାମ୍ବାଦିକଙ୍କୁ ଚାହିଁଲେ ହୁଏତ ଭୟ ସୃଷ୍ଟି ହୋଇପାରେ, ଆଉ ସାକ୍ଷାତକାରରେ ଅସୁବିଧା ହୋଇପାରେ୤
୭. ପ୍ରସ୍ତୁତି ବେଳେ ଛାତ୍ରକୁ ଏମିତି କିଛି ଉତ୍ତର ବି ଶିଖାଇ ଦେବା ଉଚିତ, ଯାହା ସେ ଆବଶ୍ୟକ ବେଳେ କହିପାରିବ, ଯେତେବେଳେ କୌଣସି ପ୍ରଶ୍ନ ବୁଝିନ ପାରିବ ସେତେବେଳେ ସେ ସେହି ଉତ୍ତର ଦେବ, ଆଉ ସାମ୍ବାଦିକମାନେ ମନା କଲେବି ନିଜ ଉତ୍ତର ସମାପ୍ତ କରିବ୤
୮. ଛାତ୍ର ଆହୁରି ମଧ୍ୟ ଜାଣି ରଖିବା ଉଚିତ ଯେ ସାକ୍ଷାତକାର ସମୟରେ ୱେଲ୍..., ୟୁ ନୋ... ଆଦି ଖଣ୍ଡି ଇଂରେଜୀ ବାକ୍ୟ ସବୁ ବାରମ୍ବାର ବ୍ୟବହାର କରିବ୤ ଏହା ଦ୍ବାରା ପ୍ରଶ୍ନର ଉତ୍ତର ଖୋଜିବାକୁ ସମୟ ମିଳିଯିବ୤
୯. ଯେତେବେଳେ ବି ସାକ୍ଷାତକାର ହେବ, ସେତେବେଳେ ଛାତ୍ରର ଶିକ୍ଷକ କିମ୍ବା କୌଣସି ବୟୋଜ୍ୟୋଷ୍ଠ ବ୍ୟକ୍ତି ନିକଟରେ ଅବଶ୍ୟ ରହିଥିବେ, ଯଦି ସାକ୍ଷାତକାରରେ କୌଣସି ଅସୁବିଧା ଦେଖାଦିଏ, ତେବେ ତୁରନ୍ତ୍ ସେମାନେ ଛାତ୍ରର ପାଠପଢ଼ା ରୁଟିନ୍, ଖାଇବା ପିଇବା ଇତ୍ୟାଦି ଆଜେବାଜେ ବିଷୟ କହି ପ୍ରଶ୍ନକୁ ଆଡ଼େଇ ଦେବେ୤
୧୦. କଦାପି କୌଣସି ମଧ୍ୟ ପରିସ୍ଥିତିରେ ସିଧା ପ୍ରସାରଣରେ ସାକ୍ଷାତକାର ପାଇଁ ରାଜି ହେବେ ନାହିଁ, ଯଦି ହେବେ ତା ହେଲେ ପ୍ରଶ୍ନକର୍ତ୍ତା ଟିଭି ଷ୍ଟୁଡିଓରେ ରହି ପ୍ରଶ୍ନ କରିବେ ଏବଂ ଯଦି ଛାତ୍ରକୁ ଉତ୍ତର ଆସୁନଥିବ ତେବେ ସେ ଖାଲି ମୁଣ୍ଡ ହଲାଇ କିଛି ଶୁଭୁନାହିଁ ବୋଲି କହିଦେଇ ପ୍ରଶ୍ନକୁ ଆଡ଼େଇ ଦେଇ ପାରିବ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤