ଯୁବତୀ ବେକରେ ସାପ : ଦୈବୀଶକ୍ତି

ନାଗଦେବତା କହିଥିଲେ ସେ ସାକ୍ଷାତ କରିବାକୁ ଆସୁଛନ୍ତି !

ସୋସିଆଲ୍ ମିଡ଼ିଆ | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 5838 ଜଣ ପଢ଼ିଛନ୍ତି

କାନପୁର୤ ଉତ୍ତର ପ୍ରଦେଶର କାନପୁର ନିକଟସ୍ଥ ଏକ ଗାଁରେ ଜଣେ ଯୁବତୀ ଶୋଇଥିବା ବେଳେ ତାଙ୍କ ବେକରେ ଏକ ସାପ ଗୁଡ଼େଇ ହୋଇ ରହିଗଲା୤ ସାପଟି ସେହିପରି ଅବସ୍ଥାରେ ପ୍ରାୟ ତିନିଘଣ୍ଟା ପର୍ଯ୍ୟନ୍ତ ରହିଲା୤ ସାପଟି ଚାଲିଯିବାପରେ ଯୁବତୀ ଜଣକ ଚେତାଶୂନ୍ୟ ହୋଇଗଲେ୤ ଦୁଇଘଣ୍ଟା ପରେ ଚେତା ଫେରିବା ପରେ ସେ କହିଥିଲେ ଯେ ବିଗତ ଶନିବାର ରାତିରେ ତା ସ୍ବପ୍ନରେ ନାଗ ଦେବତା ଆସିଥିଲେ୤ ସ୍ବପ୍ନରେ ସେ କହିଥିଲେ, ‘ମୁଁ ତୁମ ସହ ସାକ୍ଷାତ କରିବାକୁ ଆସୁଛି୤’ ଯୁବତୀର ପରିବାରବର୍ଗ ଏହାକୁ ଦୈବୀ ଶକ୍ତି ବୋଲି କହୁଛନ୍ତି୤

କାନପୁରର ଅରଖୈୟା ଥାନା କ୍ଷେତ୍ରରେ ରହୁଥିବା ଶ୍ରବଣ କୁମାର ଚଷାକାମ କରନ୍ତି୤
ତାଙ୍କ ଅନୁଯାୟୀ ବିଗତ ସୋମବାର ଦ୍ବିପହର ବେଳେ ତାଙ୍କ ଯୁବତୀ କନ୍ୟା ଖୁସବୁ ଘର ବାହାର ବାରଣ୍ଡାରେ ଚାଦର ଘୋଡ଼ି ହୋଇ ଶୋଇଥିଲା୤ ତା ଖୁଡ଼ୀ ରାଣୀ ଯେମିତି ତାକୁ ଉଠେଇବାପାଇଁ ଚାଦରକୁ ଭିଡ଼ିଦେଲେ, ଯାହା ଦେଖିଲେ ତାକୁ ଦେଖି ସେ ସ୍ତବ୍ଧ ହୋଇଗଲେ୤ ଖୁସବୁର ଗଳାରେ ସାପଟିଏ ଥିଲା ଆଉ ଖୁସବୁ ଅବଚେତନ ଅବସ୍ଥାରେ ଥିଲା୤

ବାପା ଶ୍ରବଣଙ୍କ ଅନୁଯାୟୀ, ଖୁସବୁର ଗଳାରେ ସାପକୁ ଦେଖି ଖୁଡ଼ୀ ଚିତ୍କାର କରିଲେ୤ ଦେଖୁ ଦେଖୁ ସେଠାରେ ବହୁତ ଜନଗହଳି ହୋଇଗଲା୤ ଗହଳି ଦେଖି ସାପଟି ଫଣା ଟେକି ରହିଲା୤ ଏହି ଅଦ୍ଭୂତପୂର୍ବ ଦୃଶ୍ୟ ଦେଖି ଶ୍ରବଣ ଏବଂ ସେଠାରେ ଉପସ୍ଥିତ ଲୋକମାନେ ଏହାକୁ ଭଗବାନ ଶିବଙ୍କ ଚମତ୍କାର ଭାବି ଫୁଲ ପକାଇବାକୁ ଲାଗିଲେ୤ ଅର୍ଦ୍ଧଚେତନ ଅବସ୍ଥାରେ ଖୁସବୁ ସେଠାରେ ଉପସ୍ଥିତ ଲୋକମାନଙ୍କୁ ଆଶୀର୍ବାଦ ଦେବାକୁ ଲାଗିଥିଲା୤

Snake around Neck of Girl

Snake around Neck of Girl

Snake around Neck of Girl

Snake around Neck of Girl

Snake around Neck of Girl

Snake around Neck of Girl

ଏହି ସମୟରେ ଖୁସବୁକୁ ଯେଉଁମାନେ ନିଜ ନିଜ ସମସ୍ୟା ବିଷୟରେ କହିଥିଲେ ସେ ସବୁର ସମାଧାନ ଉପାୟ ସେ କହିଥିଲା୤ ଶ୍ରବଣଙ୍କ କହିବା ଅନୁଯାୟୀ ସାପ ଖୁସବୁର ବେକରେ ପ୍ରାୟ ତିନିଘଣ୍ଟା ସମୟ ରହିଥିଲେ ସୁଦ୍ଧା ଖୁସବୁକୁ କୌଣସି ପ୍ରକାର ଆଘାତ ଦେଇନଥିଲା୤ ସତୁରୀ ବର୍ଷ ବୟସ୍କ ଜଣେ ଗ୍ରାମବାସୀଙ୍କ କହିବା ଅନୁସାରେ ସେ ନିଜ ଜୀବଦ୍ଦଶାରେ ଏମିତିକା କୌଣସି ଦୃଶ୍ୟ ବିଷୟରେ ଶୁଣିନଥିଲେ କି ଦେଖିନଥିଲେ୤ ଦୃଶ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା, ଝିଅର ଆଖି ଅଧା ଖୋଲା ଆଉ ଚେତାଶୂନ୍ୟ ଭଳି ଲାଗୁଥିଲା୤ ଏବଂ ତା ମୁହଁରୁ ଅଦ୍ଭୂତ ଶବ୍ଦ ସବୁ ବାହାରୁଥିଲା୤
ଗ୍ରାମର ଅନ୍ୟଜଣେ ବୟସ୍କା ମହିଳାଙ୍କ ଅନୁସାରେ ଯେହେତୁ ସାପ ତିନିଘଣ୍ଟା ଝିଅର ବେକରେ ରହିଲା, ତେଣୁ ନିଶ୍ଚୟ ତା’ଠାରେ କୌଣସି ଦୈବୀ ଶକ୍ତି ରହିଛି୤

ଖୁସବୁର ମା ଏହି ଦୃଶ୍ୟ ଦେଖି ନିରବ ହୋଇଯାଇଥିଲେ୤ କଣ କରିବେ ସେ ଜାଣି ପାରିନଥିଲେ୤ ଖୁସବୁ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଭକ୍ତ୤ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛି୤ କିନ୍ତୁ ଗ୍ରାମବାସୀ ତାକୁ ଦେଖିଲେ ହାତଯୋଡ଼ି ନମସ୍କାର କରିବାକୁ ଭୁଲୁନାହାନ୍ତି୤

ଖୁସବୁର ମା କହିଲେ ଯେ ସାପ ଯିବାପରେ ପ୍ରାୟ ଦୁଇଘଣ୍ଟା ପରେ ଖୁସବୁର ଚେତା ଫେରିଥିଲା୤ ଖୁସବୁ କହିଥିଲା ଯେ ଶନିବାର ରାତିରେ ତା ସ୍ବପ୍ନରେ ନାଗ ଦେବତା ଆସିଥିଲେ୤ ସେ କହିଥିଲେ ଯେ ସେ ଖୁସବୁକୁ ସାକ୍ଷାତ କରିବାକୁ ଆସୁଛନ୍ତି୤ ସୋମବାର ଦିନ ଦ୍ବିପହରରେ ସେ ବସି କିଛି କାମ କରୁଥିବା ବେଳେ ହଠାତ୍ ତାକୁ ନିଦ ଆସିଥିଲା ଆଉ ସେ ଚାଦର ଢାଙ୍କି ହୋଇ ଶୋଇଯାଇଥିଲା୤

ଏହାପରର ସମସ୍ତ ଘଟଣା ଆଶ୍ଚର୍ଯ୍ୟଜନକ ଥିଲା୤


 


News and Images Courtesy : DainikBhaskar.com


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤