ରୁପେଲି ପରଦାରେ ଆସୁଛି ବିସ୍ମୟ ବାଳକ ବୁଦ୍ଧିଆ ସିଂ

ମାତ୍ର ପାଞ୍ଚବର୍ଷ ବୟସରେ ୬୫ କିଲୋମିଟର ଧାଇଁଥିବା ଅନନ୍ୟ ପ୍ରତିଭା ଏବେ ସିନେମା ରୂପରେ!

ସିନେମା | 5 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 2875 ଜଣ ପଢ଼ିଛନ୍ତି

ସେ ଯେତେବେଳେ ସାନ ପିଲାଟିଏ ହୋଇଥିଲା ସେତେବେଳେ ସେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରତିଭା ଦେଖାଇ ସମସ୍ତଙ୍କୁ ଚକିତ କରିଦେଇଥିଲା୤ ମାତ୍ର ପାଞ୍ଚ ବର୍ଷ ବୟସରେ ୪୮ ଥର ମାରାଥନରେ ଭାଗ ନେଇଥିବା ବିସ୍ମୟ ବାଳକ ବୁଦ୍ଧିଆ ସିଂର ପ୍ରକୃତ କାହାଣୀ ଏବେ ଦେଶ ଓ ଦେଶବାହାରେ ସମସ୍ତେ ଦେଖିବେ ଏବଂ ଜାଣିବେ କାହିଁକି ଏହି ବାଳକକୁ ଆମେ ବିସ୍ମୟ ବୋଲି କହୁଥିଲୁ୤



ଧାଇଁବା ପାଇଁ ଯେ ଜନ୍ମ ହୋଇଥିଲା ଏବଂ ଲମ୍ବା ଦୂରତ୍ବକୁ ଯେ ବିନା ଦ୍ବିଧାରେ ଧାଇଁ ପାରୁଥିଲା ସେହି ବୁଦ୍ଧିଆ ସିଂ ବର୍ତ୍ତମାନ ସିନେମାରେ କାହାଣୀ ରୂପରେ ଆସୁଛି୤ ଆସନ୍ତୁ ଦେଖିବା ଏହି ଚଳଚ୍ଚିତ୍ରର ଏକ କ୍ଷୁଦ୍ର ଟ୍ରେଲର୤



ବୁଦ୍ଧିଆ ସିଂ, ବର୍ଣ୍ଣ ଟୁ ରନ୍ ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ଜଣେ ଓଡ଼ିଆ ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ୤ ଏବଂ ଚଳଚ୍ଚିତ୍ରରେ ବୁଦ୍ଧିଆର ଚରିତ୍ରକୁ ନିଖୁଣ ଭାବରେ ଦେଖାଇଛନ୍ତି ମାଷ୍ଟର ମୟୁର୤ ଏହି ଚଳଚ୍ଚିତ୍ରରେ ବୁଦ୍ଧିଆର କୋଚ୍ ଭାବରେ ଦେଖାଯାଉଛନ୍ତି ହିନ୍ଦୀ ଚଳଚ୍ଚିତ୍ରର କଳାକାର ମନୋଜ ବାଜପେୟୀ୤ ଏହି ନିଚ୍ଛକ ଓଡ଼ିଆ କାହାଣୀ ଦେଖିବା ପରେ ଓଡ଼ିଶା ବିଷୟରେ ନିଜ ମନରେ ଥିବା ଅନେକ ଧାରଣା ବଦଳିଯିବ ବୋଲି କହିଛନ୍ତି ଚଳଚ୍ଚିତ୍ରକୁ ନିର୍ମାଣ କରୁଥିବା ସଂସ୍ଥା୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤